- – ଫିଚରରେ ଭରପୁର
- – ନୂଆ ଜେଡ ସିରିଜ ଇଞ୍ଜିନ
- – ୨୫କିମି ମାଇଲେଜ
ଭାରତରେ ସର୍ବାଧିକ ବିକ୍ରି ହେଉଥିବା କାର୍ ମାରୁତି ସୁଜୁକି ଡିଜାୟାର ସମ୍ପ୍ରତି ଭାରତୀୟ ବଜାରରେ ହଇଚଇ ସୃଷ୍ଟି କରିଛି। ଡିଜାୟାର ଗାଡିର ୨୦୨୪ ସଂସ୍କରଣ ଗ୍ରାହକଙ୍କୁ ବେଶ ଆାକର୍ଷିତ କରୁଛି। ଆଜି ଡିଜାୟାର ଫେସଲିଫ୍ଟ ଲଞ୍ଚ ହୋଇଥିବାବେଳେ ସପ୍ତାହେ ତଳୁ ବୁକିଂ ଆରମ୍ଭ ହୋଇସାରିଛି। ଗତ କିଛି ଦିନ ହେଲା ସାରା ଭାରତରେ ସବୁ ମାରୁତି ସୋ ରୁମରେ ଭିଡ ଲାଗି ରହିଛି।
ନୂଆ ଡିଜାୟାର ଅନେକ ଅତ୍ୟାଧୁନିକ ଫିଚରରେ ପରିପୂର୍ଣ୍ଣ। ଇଞ୍ଜିନରୁ ଆରମ୍ଭ କରି ଡିଜାଇନ ପର୍ଯ୍ୟନ୍ତ ସବୁ ନୂଆ। ସନ୍ ରୁଫ୍, ୩୬୦ଡିଗ୍ରୀ ପାର୍କିଂ କ୍ୟାମେରା, ପଛ ସିଟ ପାଇଁ ସ୍ୱତନ୍ତ୍ର ଏସି ଭେଣ୍ଟ, ହାତ ରଖିବା ପାଇଁ ଆର୍ମ ରେଷ୍ଟ, ଆହୁରି ଅନେକ ନୂଆ ସୁରକ୍ଷା ଜନିତ ଫିଚର୍ସ ରହିଛି।
ଏଥର ଗ୍ଲୋବାଲ ଏନକ୍ୟାପରେ ସୁରକ୍ଷା ଫିଚରକୁ ନେଇ ଏହି ଗାଡ଼ିକୁ ୫ଷ୍ଟାର୍ ମାନ୍ୟତା ମିଳିଛି। କେବଳ ସେତିକି ନୁହେଁ, ମାଇେଲଜରେ ନୂଆ ଡିଜାୟାର ସମକକ୍ଷ ଓ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରହିଥିବା ଅନ୍ୟ କମ୍ପାନୀର କାର୍ଗୁଡ଼ିକ ତୁଳନାରେ ଢେର ଅଧିକ। ୧.୨ଲିଟର ୩ ସିଲିଣ୍ଡର ବିଶିଷ୍ଟ ମାନୁଆଲ ପେଟ୍ରୋଲ ଇଞ୍ଜିନ ଲିଟର ପିଛା ୨୪.୭୯ କିଲୋମିଟର ମାଇଲେଜ ଦେବ ବୋଲି କମ୍ପାନୀ ଦାବି କରୁଛି। ସେହିପରି ଅଟୋମେଟିକ୍ ଇଞ୍ଜିନ ଲିଟର ପିଛା ୨୫.୭୧ କିଲୋ ମିଟର ଓ ସିଏନ୍ଜି ୧କିଲୋ ପିଛା ୩୩.୭୩ କିଲୋ ମିଟର ମାଇଲେଜ ଦେବ।
୨୦୨୪ ମଡେଲ ଡିଜାୟର ଗାଡ଼ିର ଚତୁର୍ଥ ପିଢି। ଏହି ସବ କମ୍ପାକ୍ଟ ସେଡାନ କାର୍ ଦୀର୍ଘ ଦିନରୁ ଭରାତୀୟ ଗ୍ରାହକଙ୍କୁ ଆକୃଷ୍ଟ କରି ରଖିଛି। କେବଳ ଗତ ୬ ମାସ ମଧ୍ୟରେ ୭୫,୦୦୦ରୁ ଉର୍ଦ୍ଧ୍ୱ ଡିଜାୟାର ଗାଡ଼ି ବିକ୍ରି ହୋଇଛି। ଏପରିକି ସୋ ରୁମ୍ ମାଲିକମାନେ ସଠିକ ସମୟରେ ଗ୍ରାହମମାନଙ୍କ ନିକଟରେ ଗାଡ଼ି ପହଞ୍ଚାଇପାରୁନାହାନ୍ତି।
ଫିଚର୍ସ
– ନୂଆ ଜେଡ୍ ସିରିଜ ପେଟ୍ରୋଲ ଇଞ୍ଜିନ– ଇଲେକ୍ଟ୍ରିକ୍ ସନ୍ରୁଫ (ପ୍ରଥମ ଥର ପାଇଁ)– ଲମ୍ବା ଡ୍ରାଇଭକୁ ଯନ୍ତ୍ରଣାମୁକ୍ତ କରିବା ପାଇଁ ଅତ୍ୟାଧୁନିକ କ୍ରୁଜ କଣ୍ଟ୍ରୋଲ– ହିଲ ହୋଲ୍ଡ ଆସିଷ୍ଟାଣ୍ଟ, ଇଏସ୍ପି
– ୬ଏୟାର ବ୍ୟାଗ୍
ଡିଜାଇନ
ନୂଆ ଡିଜାୟାରର ଡିଜାଇନ୍ ବେଶ ଆକର୍ଷଣୀୟ। ପୂବୋ ତୁଳନାରେ ଇଞ୍ଜିନ ହୁଡ୍କୁ ସମାନ୍ତରାଳ କରାଯାଇଛି। ହେଡ ଲ୍ୟାମ୍ପ(ଲାଇଟ୍)ର ଡିଜାଇନ୍ ମଧ୍ୟ ପରିବର୍ତ୍ତନ କରଯାଇଛି। ନୂଆା ଡୋର ପ୍ୟାନେଲ ସାଙ୍ଗକୁ ଡାଏମଣ୍ଡ କଟ ଆଲୟ ହ୍ୱିଲ ଗାଡିର ଆକର୍ଷଣ ବଢ଼ାଇ ଦେଇଛି। କାର୍ ପଛ ଭାଗର ଡିଜାଇନରେ ମଧ୍ୟ ଅନେକ ପରିବର୍ତ୍ତନ କରାଯାଇଛି। ଥ୍ରୀ-ଡି ଟ୍ରିନିଟି ଏଲଇଡି ସାଙ୍ଗକୁ କ୍ରୋମ ବାର୍ ଗାଡ଼ିର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣା କରିଛି।
ବୁକିଂ: ଡିଜାୟାର କିଣିବା ପାଇଁ ଚାହୁଁଥିବା ଗ୍ରାହକ ଯଥା ଶୀଘ୍ର ବୁକିଂ ଆରମ୍ଭ କରିବା ବୁଦ୍ଧିମାନର କାର୍ଯ୍ୟ ହେବ। ନଚେତ ବିଳମ୍ବ କଲେ ପାଖା ପାଖି ୪ମାସ ଅପେକ୍ଷା କରିବାକୁ ପଡ଼ିବ। ଗାଡ଼ି ବୁକିଂ ପାଇଁ ୧୧,୦୦୦ ଟଙ୍କା ମୂଲ୍ୟ ରଖାଯାଇଛି।
ମୂଲ୍ୟ
ନୂଆ ମାରୁତି ଡିଜାୟର ଗାଡ଼ିର ଏକ୍ସ ସୋ ରୁମ୍ ମୂଲ୍ୟ ୬.୭୯ ଲକ୍ଷରୁ ଆରମ୍ଭ ହୋଇ ୧୦.୧୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।
- – ଏଲଏକ୍ସଆଇ : ୬.୭୯ଲକ୍ଷ
- – ଭିଏକ୍ସଆଇ : ୭.୭୯ଲକ୍ଷ
- – ଜେଡଏକ୍ସଆଇ : ୮.୯ଲକ୍ଷ
- – ଜେଡଏକ୍ସଆଇ ପ୍ଲସ : ୯.୯ଲକ୍ଷ
ଅଟୋମେଟିକ ଗିୟର ସିଫ୍ଟ
- – ଭିଏକ୍ସଆଇ : ୮.୨୪ଲକ୍ଷ
- – ଜେଡଏକ୍ସଆଇ : ୯.୩୪ଲକ୍ଷ
- – ଜେଡଏକ୍ସଆଇ ପ୍ଲସ : ୧୦.୧୪ଲକ୍ଷ
ସିଏନ୍ଜି
- ଭିଏକ୍ସଆଇ : ୮.୭୪ଲକ୍ଷ
ଜେଡଏକ୍ସଆଇ : ୯.୮୪ଲକ୍ଷ
Previous article : https://purvapaksa.com/odisha-govt-removes-minati-behera-as-chairperson-of-state-commission-for-women/

