ଭାରତରେ ପ୍ରାୟ ବହୁତ ଲୋକଙ୍କ ସକାଳ ଚା’ରୁ ଆରମ୍ଭ ହୋଇଥାଏ । ଯଦି କୈଣସି ଦିନ ଚାହା ମିଳେ ନାହିଁ ତାହେଲେ ଦିନଟି ଅଧୁରା ଭଳି ଅନୁଭବ ହୋଇଥାଏ ଚା’ପ୍ରେମୀଙ୍କୁ । ଆମେ ଆଜି ଆପଣଙ୍କୁ ଏମିତି ଏକ ଦେଶ ବିଷୟରେ କହିବୁ ଯେଉଁ ଦେଶରେ ଚା’ ମିଠାରୁ ଜଣା ପଡିବା ପରେ ପୁଅ ଝିଅଙ୍କ ବିବାହ ହୋଇଥାଏ ।
ଭାରତରେ ଅଧିକାଂଶ ଲୋକଙ୍କ ଦିନଚର୍ଯାରେ ଚା’ ହେଉଛି ଏକ ଅଂଶ । ଏହା ବିନା ଦିନଟି ଅଧୁରା ହୋଇଥାଏ । ଭାରତରେ ଆପଣ କାହା ଘରକୁ ଗଲେ ପ୍ରଥମେ ଅତିଥୀଙ୍କୁ ଚା’ଦିଆଯାଏ । କିନ୍ତୁ ଆପଣ ଜାଣିଛନ୍ତି କି ଭାରତ ଭଳି ଆଉ ଏକ ଦେଶରେ ଚା’କୁ ନେଇ ଭିନ୍ନ ପାଗଳାମୀ ରହିଛି ।
ଏପରି ଏକ ଦେଶ ରହିଛି ଯେଉଁଠାରେ ଚାହାର ମିଠାକୁ ନେଇ ବିବାହ କରାଯାଇଥାଏ । କେବଳ ଚା’ ପିଇବାରେ ନୁହେଁ ବରଂ ଏହାର ଉତ୍ପାଦନରେ ମଧ୍ୟ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ଭାରତ ରହିଛି । ଭାରତର ଆସାମ, ନୀଳଗିରି ଏବଂ ଦାର୍ଜିଲିଂ ଚା’ ସମଗ୍ର ବିଶ୍ୱରେ ପ୍ରସିଦ୍ଧ ଲାଭ କରିଛି । ଚା ’ ଉତ୍ପାଦନରେ ଭାରତ ବ୍ୟତୀତ ଚୀନ୍ ଏବଂ କେନିଆ ମଧ୍ୟ ବିଶ୍ୱର ଶୀର୍ଷ ଦେଶ ମଧ୍ୟରେ ଅଛନ୍ତି ।
ଅଜରବାଇଜାନରେ ଚା’ର ମଧୁରତା ଉପରେ ବିବାହ ସ୍ଥିର କରାଯାଏ । ବାସ୍ତବରେ, ଅଜରବାଇଜାନ ରେ ଚା’ର ସ୍ୱାଦ ସ୍ଥିର କରେ ଯେ ଜଣେ ପୁରୁଷ ନିଜ ପସନ୍ଦର ମହିଳାଙ୍କୁ ବିବାହ କରିବେ କି ନାହିଁ । ଯେତେବେଳେ ଜଣେ ପୁରୁଷର ପିତାମାତା ଏକ ଝିଅ ଘରକୁ ଯାଇ ବିବାହ ସ୍ଥିର କରନ୍ତି ସେତେବେଳେ ଝିଅର ପିତାମାତା ତାଙ୍କୁ ‘ଶିରିନ୍ ଚା’ ନାମକ ଏକ ମିଠା ଚା ଦେଇ ତାଙ୍କୁ ଆଶୀର୍ବାଦ କରନ୍ତି । ଏହାର ଅର୍ଥ ବିବାହ ପ୍ରସ୍ତୁତି ଆରମ୍ଭ ହେବ । ଯଦି ସେମାନେ ଏହା କରନ୍ତି ନାହିଁ, ତେବେ ବିବାହ ପ୍ରସଙ୍ଗ ଆଗକୁ ଆଉ ବଢିବ ନାହିଁ ।
ଚା’ ର ସନ୍ଧାନ ଚୀନରୁ ଆରମ୍ଭ ବୋଲି ବିଶ୍ବାସ କରାଯାଏ । ଚିନର ଏକ ଶାସକ ଶେନ ନାଙ୍ଗ ଏହାର ଆବିଷ୍କାର କରିଥିଲେ । ଏହା ୪୮୦୦ ବର୍ଷ ପୂର୍ବରୁ ଅର୍ଥାତ ୨୭୩୨ଖ୍ରୀଷ୍ଟ ପୂର୍ବର ଘଟଣା । ଏହାପରେ ଚା’କୁ ଏକ ପାନୀୟ ଦ୍ରବ ଭାବରେ ବ୍ୟବହାର ହୋଇ ଆସୁଛି ।
କୋଣାର୍କରେ ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ