Manmohan Singh Funeral: ଶିଖ୍ ଧର୍ମର ରୀତିନୀତି ଅନୁଯାୟୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଜାଣନ୍ତୁ ହିନ୍ଦୁ ଧର୍ମର ଅନ୍ତିମ ସଂସ୍କାରର ରୀତିନୀତିଠାରୁ ଶିଖ୍ ଧର୍ମର ରୀତିନୀତି କେମିତି ଅଲଗା।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ୨୦୧୯ ଡିସେମ୍ବର ୨୬ତାରିଖରେ ଦେହାନ୍ତ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ଡିସେମ୍ବର ୨୮ ତାରିଖ ପୂର୍ବାହ୍ନରେ ଦିଲ୍ଲୀର ନିଗମବୋଧ ଘାଟରେ ସମ୍ପନ୍ନ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯାଇଛି।
ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ଶିଖ୍ ଧର୍ମର ରୀତିନୀତି ଅନୁଯାୟୀ ହୋଇଥିଲା। ଅନ୍ତିମ ସଂସ୍କାରକୁ ନେଇ ଭାରତରେ ବିଭିନ୍ନ ଧର୍ମର ଭିନ୍ନ ଭିନ୍ନ ପରମ୍ପରା ରହିଛି ଆସନ୍ତୁ ଜାଣିବା ହିନ୍ଦୁ ଧର୍ମର ଅନ୍ତିମ ସଂସ୍କାର ରୀତିନୀତିଠାରୁ ଶିଖ୍ ଧର୍ମର ରୀତିନୀତି କେତେ ଭିନ୍ନ।
ଶିଖ ଧର୍ମରେ ଏହିଭଳି ଅନ୍ତିମ ସଂସ୍କାର କରାଯାଏ
ଶିଖ୍ ଧର୍ମରେ ଅନ୍ତିମ ସଂସ୍କାର କିଛିମାତ୍ରାରେ ହିନ୍ଦୁ ଧର୍ମ ସହ ସମାନ। ହିନ୍ଦୁ ଧର୍ମରେ ଯେମିତି ମୃତଦେହକୁ ପୋଡ଼ି ଦିଆଯାଏ, ସେହିଭଳି ଶିଖ୍ ଧର୍ମରେ ମଧ୍ୟ ମୃତଦେହକୁ ପୋଡ଼ି ଦିଆଯାଏ । ହିନ୍ଦୁ ଧର୍ମରେ ମହିଳାମାନଙ୍କୁ ଶ୍ମଶାନକୁ ଯିବାକୁ ବାରଣ କରାଯାଇଛି। କିନ୍ତୁ ଶିଖ୍ ଧର୍ମରେ ମହିଳାମାନେ ମଧ୍ୟ ଅନ୍ତିମ ସଂସ୍କାର ପ୍ରକ୍ରିୟାରେ ଯୋଗ ଦେଇପାରିବେ। ଶିଖ୍ ଧର୍ମରେ, ଯେତେବେଳେ କାହାର ମୃତ୍ୟୁ ହୁଏ, ମୃତକଙ୍କୁ ଶ୍ମଶାନକୁ ନେବା ପୂର୍ବରୁ ମୃତଦେହକୁ ସ୍ନାନ କରାଯାଏ।
ଏହାପରେ ଶିଖ୍ ଧର୍ମର ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ଜିନିଷ ଯଥା ପାନିଆ, ଖଡ଼ା, ତରବାରୀ ଓ କେଶ ସବୁକୁ ଠିକ୍ କରାଯାଇଥାଏ। ଏହାପରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ୱାହେଗୁରୁ ଜପ କରିଥାନ୍ତି। ତା’ପରେ ମୃତଦେହକୁ ଶ୍ମଶାନକୁ ନିଆଯାଏ,ସେଠାରେ ପୁଅ କିମ୍ବା ତାଙ୍କ ନିକଟତର କେହି ମୁଖାଗ୍ନୀ ଦିଅନ୍ତି।
୧୦ ଦିନ ପର୍ଯ୍ୟନ୍ତ ରୀତିନୀତି ସମ୍ପନ୍ନ କରାଯାଏ
ମୃତଦେହ ପୋଡ଼ିବା ପରେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଶିଖ ଧର୍ମରେ ବିଭିନ୍ନ ପ୍ରକାରର ରୀତିନୀତି ପାଳନ କରାଯାଏ। ଶ୍ମଶାନରୁ ଫେରିବା ପରେ ସମସ୍ତେ ପ୍ରଥମେ ସ୍ନାନ କରନ୍ତି ଏବଂ ପରେ ସନ୍ଧ୍ୟାରେ ଅର୍ଦାସରେ ଯୋଗ ଦିଅନ୍ତି। ତା’ପରେ ଶିଖ୍ ଧର୍ମର ମୁଖ୍ୟଶାସ୍ତ୍ର ଗୁରୁଗ୍ରନ୍ଥ ସାହିବ ପାଠ କରାଯାଏ। ଏହି ପାଠ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଚାଲିବ। ଯେଉଁମାନେ ଗୁରୁ ଗ୍ରନ୍ଥ ସାହିବ ପାଠରେ ଯୋଗଦିଅନ୍ତି। ସମସ୍ତଙ୍କୁ କଡ଼ା ପ୍ରସାଦ ଦିଆଯାଏ। ପ୍ରସାଦ ଦେବା ପରେ ପୁଣିଥରେ ଭଜନ କୀର୍ତ୍ତନ ହୁଏ। ଏହାପରେ ସମସ୍ତ ଲୋକ ପୁଣି ଭଜନ କୀର୍ତ୍ତନ କରି ମୃତକଙ୍କ ଆତ୍ମାର ଶାନ୍ତି କାମନା କରିଥାନ୍ତି।
ଗାନ୍ଧି ପରିବାରକୁ ପୂଜା କରୁଥିବା କଂଗ୍ରେସ ଶାସ୍ତ୍ରୀଙ୍କଠାରୁ ନରସିଂହ ରାଓଙ୍କୁ ଦେଇନି ଉପଯୁକ୍ତ ସମ୍ମାନ
