Malai Chingudi: ଆଜି ରବିବାର ଥିବାରୁ ଘରେ ଘରେ ଆମିଷ ତିଆରି କରାଯିବ ।
ସାଧାରଣତଃ ଛୁଟିଦିନରେ ମଟନ୍ କିମ୍ବା ଚିକେନ ଖାଉଥିବେ । ହେଲେ ଏଥର ଘରେ ବନାନ୍ତୁ ରେସ୍ତୋରାଁ ଷ୍ଟାଇଲରେ ମଲାଇ ଚିଙ୍ଗୁଡ଼ି । ଏହାର ସ୍ବାଦ ଏମିତି ଯେ, ଆପଣ ଚିକେନ, ମଟନ୍ ବି ଭୁଲିଯିବେ । ଚାଲନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ମଲାଇ ଚିଙ୍ଗୁଡ଼ି ।
ଆବଶ୍ୟକୀୟ ସାମଗ୍ରୀ:
ଚିଙ୍ଗୁଡ଼ି
ନଡିଆ କ୍ଷୀର
କଟା ପିଆଜ
ଅଦା ରସୁଣ ପେଷ୍ଟ
କଟା ଟମାଟୋ
ଲଙ୍କା ପାଉଡ଼ର, ଜିରା ପାଉଡ଼ର
ହଳଦୀ
ଲୁଣ
ଗରମ ମସାଲା
ତେଜପତ୍ର
ଡାଲଚିନି
ଗୁଜୁରାତି
ଜିରା
ପ୍ରସ୍ତୁତି ପ୍ରଣାଳୀ:
ଚିଙ୍ଗୁଡିକୁ ଭଲ ଭାବେ ଧୋଇ ହଳଦୀ ଓ ଲୁଣ ପକାଇ ଗୋଳାଇ ରଖନ୍ତୁ । ଗ୍ୟାସ୍ ଉପରେ କଡେଇ ଗରମ କରି୨-ଚାମଚ ତେଲ ପକାନ୍ତୁ ଏବଂ ଏଥିରେ ଚିଙ୍ଗୁଡି ଭାଜନ୍ତୁ ।
ଏବେ କଡେଇରେ ପୁଣିଥରେ ତେଲ ପକାଇ ଏଥିରେ ଗୋଟା ମସାଲା ଯେମିତିକି- ତେଜପତ୍ର, ଲବଙ୍ଗ, ଡାଲଚିନି, ଗୁଜୁରାତି ଓ ଅଳ୍ପ ଜିରା ପକାନ୍ତୁ । ଏହାପରେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ନରମ ହୋଇଆସିଲା ପରେ ଅଦା, ରସୁଣ ପେଷ୍ଟ ଏବଂ ଟମାଟୋ ପେଷ୍ଟ ପକାଇ କଷନ୍ତୁ ।
ମସଲା ତେଲ ଛାଡିବା ପରେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଗରମ ମସାଲା ଓ କଟା କଞ୍ଚା ଲଙ୍କା ପକାନ୍ତୁ ।
ଭଲ ଭାବେ ମସଲା କଷି ହୋଇଗଲା ପରେ ନଡିଆ କ୍ଷୀର ପକାନ୍ତୁ । ଏବେ ସ୍ବାଦ ଅନୁସାରେ ଲୁଣ ମିଶାନ୍ତୁ । ଏହି ସମୟରେ ଅଳ୍ପ ଚିନି ଦିଅନ୍ତୁ । ମସଲାରେ ଗୋଟେ କପ୍ ପାଣି ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
ତରକାରୀ ଫୁଟିବା ପରେ ଭଜା ଚିଙ୍ଗୁଡି ପକାଇ ୩ ରୁ ୪ ମିନିଟ୍ ପୁଣି ଫୁଟିବାକୁ ଛାଡି ଦିଅନ୍ତୁ ।
୩ ରୁ ୪ ମିନିଟ୍ ପରେ ଗ୍ୟାସ୍ ବନ୍ଦ କରି ଅଳ୍ପ ଗରମ ମସାଲା ପକାନ୍ତୁ ।
ଏଠି ପ୍ରସ୍ତୁତ ହୋଇଗଲା ସ୍ବାଦିଷ୍ଟ ଚିଙ୍ଗୁଡି ମଲାଇ । ଘରେ ଏହି ରେସିପି ପ୍ରସ୍ତୁତ କରି ନିଜେ ଖାଆନ୍ତୁ ଓ ପରିବାର ଲୋକଙ୍କୁ ପରଷି ଦିଅନ୍ତୁ ।
ALSO READ: https://purvapaksa.com/egg-curry/