Deomali : ‘ବାହୁବଲୀ’ ଏବଂ ‘ଆରଆରଆର’ ପରି ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଥିବା ଏସ୍ ରାଜମୌଲି ପୁଣି ଥରେ ଫର୍ମରେ ଅଛନ୍ତି । ଆଜିକାଲି ସେ ଏକ ନୂତନ ପ୍ରକଳ୍ପ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ।
ଯଦି ମିଡିଆ ରିପୋର୍ଟକୁ ବିଶ୍ୱାସ କରାଯାଏ, ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ଚୋପ୍ରା ତାଙ୍କର ନୂତନ ପ୍ରକଳ୍ପର ଏକ ଅଂଶ ହୋଇପାରନ୍ତି । ଖବର ଅନୁଯାୟୀ, ଏହି ଚଳଚ୍ଚିତ୍ରର ସୁଟିଂ ଚଳିତ ବର୍ଷ ଏପ୍ରିଲ୍ ୨୦୨୫ରେ ଆରମ୍ଭ ହେବ। ପ୍ରିୟଙ୍କାଙ୍କ ସହ ଏହି ଫିଲ୍ମରେ ଜଣେ ଦକ୍ଷିଣ ସୁପରଷ୍ଟାର ମଧ୍ୟ ନଜର ଆସିବେ।
ବଡ଼ ପରଦାରେ ନଜର ଆସିବେ ପ୍ରିୟଙ୍କା-ମହେଶ ବାବୁ:
ଏହି ଚଳଚ୍ଚିତ୍ରରେ ପ୍ରିୟଙ୍କା ଚୋପ୍ରାଙ୍କ ସହ ମହେଶ ବାବୁ ମୁଖ୍ୟ ଭୂମିକାରେ ନଜର ଆସିବେ। ଖବର ମୁତାବକ, ଫିଲ୍ମର ସ୍କ୍ରିପ୍ଟ ପ୍ରାୟ ପ୍ରସ୍ତୁତ ଏବଂ ଏହାର ସୁଟିଂ ଏପ୍ରିଲ ୨୦୨୫ ରେ ଆରମ୍ଭ ହେବ ।
ନିର୍ଦ୍ଦେଶକ ଏସ୍ ରାଜମୌଲି ଏହି ପ୍ରୋଜେକ୍ଟ ପାଇଁ ହିରୋଇନ୍ ଖୋଜୁଥିଲେ ଯିଏ ଭାରତ ତଥା ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିବ । ଏହା ପରେ ସେ ପ୍ରିୟଙ୍କାଙ୍କ ସହ ଯୋଗାଯୋଗ କରିଥିଲେ। ନିର୍ମାତାମାନେ ପ୍ରାୟ ଏକ ମାସ ଧରି ପ୍ରିୟଙ୍କାଙ୍କ ସହ ଏକ ମିଟିଂ କରିଥିଲେ, ଏହା ପରେ ପ୍ରିୟଙ୍କା ଫିଲ୍ମକୁ ହଁ କହିଥିଲେ।
ତେବେ ସବୁଠାରୁ ବଡ଼ କଥା ହେଲା ଏହି ଚଳଚିତ୍ରର ସୁଟିଂ ପାଇଁ ଓଡ଼ିଶାର ଦେଓମାଳୀରେ ନିର୍ମାତାଙ୍କ ନଜର ରହିଛି। ଗତ ବର୍ଷ ଫେବୃଆରୀରେ ଦକ୍ଷିଣ ଭାରତୀୟ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ଏବଂ ରାମିଆ କୃଷ୍ଣନ୍ ଏଠାରେ ଏକ ବଡ଼ ବଜେଟ୍ ବହୁଭାଷୀ ଚଳଚ୍ଚିତ୍ର ‘ଘାଟି’ ପାଇଁ ସୁଟ୍ କରିଥିଲେ ଏବଂ କ୍ରୁମାନେ ଦେଓମାଲିର ଚମତ୍କାର ସ୍ଥାନ ବ୍ୟବହାର କରିଥିଲେ। ଏହାସହ ଜିଓପୋର, ଲାମାଟାପୁଟ, ଏବଂ କୋଲାବ ଜିଲ୍ଲାର ଚମତ୍କାର ଦୃଶ୍ୟକୁ ନିଜ ଚଳଚିତ୍ରରେ ଦର୍ଶାଇ ଥିଲେ । ଏହି ଚଳଚ୍ଚିତ୍ରର ଅନେକ ଅଂଶ ଜଗନ୍ନାଥ ସାଗର ନିକଟରେ ଥିବା ଏକ ପାର୍କ ସମେତ ଜୟପୁର ସହର ସୂର୍ଯ୍ୟ ମହଲ ଏବଂ ଜୟନଗର ଅଞ୍ଚଳର ମୁଖ୍ୟ ରାସ୍ତାରେ ସୁଟିଂ କରାଯାଇଥିଲା।
ବର୍ତ୍ତମାନ ଖ୍ୟାତନାମା ଚଳଚ୍ଚିତ୍ର ନିର୍ମାତା ଏସ୍ ରାଜାମୌଲିଙ୍କ ପ୍ରଡକ୍ସନ୍ ହାଉସ୍ କୋରାପୁଟରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ମହେଶ ବାବୁ ଏବଂ ବଲିଉଡ ଆଇକନ୍ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଏକ ଫିଚର ଫିଲ୍ମ ସୁଟିଂ ପାଇଁ ମାର୍ଚ୍ଚ ୧ ରୁ ୨୮ ପର୍ଯ୍ୟନ୍ତ ଅନୁମତି ପାଇଛି। ଏହା ଦେଓମାଲି ଏବଂ ଏହାର ଆଖପାଖରେ ଏବଂ ଜିଲ୍ଲାର ଅନ୍ୟାନ୍ୟ ଚମତ୍କାର ସ୍ଥାନଗୁଡ଼ିକରେ ସୁଟିଂ କରାଯିବ । “କୋରାପୁଟର ସୌନ୍ଦର୍ଯ୍ୟ, ଏହାର ଜଳବାୟୁ ଏବଂ ଆକର୍ଷଣୀୟ ସ୍ଥାନ ଆମକୁ ଏହି ଚମତ୍କାର ସ୍ଥାନକୁ ଆକର୍ଷିତ କଲା । ଆମର ଚଳଚ୍ଚିତ୍ରର ଏକ ମହତ୍ଵପୂର୍ଣ୍ଣ ଅଂଶ ଏଠାରେ ସୁଟିଂ କରିବାକୁ ଆମେ ଆଶା କରୁଛୁ ବୋଲି ରାଜାମୌଲିଙ୍କ ପ୍ରଡକ୍ସନ୍ ହାଉସର ପ୍ରଡକ୍ସନ୍ ମ୍ୟାନେଜର ନାଗା ପ୍ରଣୀତ TOI କୁ କହିଛନ୍ତି। ଗତ ବର୍ଷ ଡିସେମ୍ବରରେ ରାଜାମୌଲି ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ସ୍ଥାନ ଖୋଜିବା ପାଇଁ କୋରାପୁଟର ସେମିଲିଗୁଡା ପରିଦର୍ଶନ କରିଥିଲେ।
ALSO READ: https://purvapaksa.com/namit-malhotras-doon-part-two-wins-7th-oscar-award-for-india/
ଭାରତ ପାଇଁ ୭ମ ଓସ୍କାର ପୁରସ୍କାର ଜିତିଲା ନମିତ ମାଲହୋତ୍ରାଙ୍କ ଡୁନ: ପାର୍ଟ ଟୁ