Mahakumbha: କୁମ୍ଭମେଳାକୁ ବଦନାମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୁଲିସ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଭ୍ରାନ୍ତିକର ଓ ନକଲି ଭିଡିଓ ପୋଷ୍ଟ କରି ଗୁଜବ ପ୍ରଚାର କରୁଥିବା ୫୪ଟି ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି। ଫେକ୍ ଭିଡିଓ ଓ ମିଥ୍ୟା ଖବର ପୋଷ୍ଟ ଓ ସେୟାର ନକରିବାକୁ ପୁଲିସ ଜନସାଧାରଣଙ୍କୁ ନିବେଦନ କରିଛି।
ମହାକୁମ୍ଭକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ଉତ୍ତରପ୍ରଦେଶ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୋସିଆଲ ମିଡିଆରେ ଫେକ୍ ନ୍ୟୁଜ୍ ପ୍ରସାରଣ କରୁଥିବା ୫୪ଟି ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ପୋଲିସ ଏଫଆଇଆର ପଞ୍ଜୀକୃତ କରିଛି ଯେଉଁମାନେ ବିଭ୍ରାନ୍ତିକର ଏବଂ ନକଲି ଭିଡିଓ ପୋଷ୍ଟ କରି ଗୁଜବ ପ୍ରଚାର କରୁଥିଲେ। ପୋଲିସର ଅନୁସନ୍ଧାନରୁ ଜଣାପଡ଼ିଛି ଯେ ମହାକୁମ୍ଭକୁ ବଦନାମ କରିବା ପାଇଁ ଏହିସବୁ ଆକାଉଣ୍ଟରୁ କିଛି ଭିଡିଓ ପୋଷ୍ଟ କରାଯାଇଥିଲା ଯାହାର ମହାକୁମ୍ଭ ତ ଛାଡ଼ନ୍ତୁ ଭାରତ ସହିତ ମଧ୍ୟ କୌଣସି ସମ୍ପର୍କ ନ ଥିଲା।
କେତେକ ସୋସିଆଲ ମିଡିଆ ଆକାଉଣ୍ଟରେ ମିଶରର ଏକ ଅଗ୍ନିକାଣ୍ଡ ଘଟଣାକୁ ମହାକୁମ୍ଭର ବୋଲି ପ୍ରଚାର କରାଯାଇ ଭିଡିଓ ପୋଷ୍ଟ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ୫ଟି ଇନଷ୍ଟାଗ୍ରାମ ଆକାଉଣ୍ଟ, ଗୋଟିଏ ଏକ୍ସ ଆକାଉଣ୍ଟ ଏବଂ ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେବଳ ଏତିକି ନୁହେଁ, ୭ଟି ଫେସବୁକ୍ ଏବଂ ୮ଏକ୍ସ ଆକାଉଣ୍ଟ ବିରୋଧରେ ମଧ୍ୟ ଏଫଆଇଆର ପଞ୍ଜିକୃତ ହୋଇଛି।
ନକଲି ଭିଡିଓ ଏବଂ ମିଛ ଖବର ପୋଷ୍ଟ କରନ୍ତୁ ନାହିଁ
ବିଭ୍ରାନ୍ତିକର ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଉତ୍ତରପ୍ରଦେଶ ପୋଲିସ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି। ଏପର୍ଯ୍ୟନ୍ତ ୫୪ଟି ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ୟୁପି ପୋଲିସ ସୋସିଆଲ ମିଡିଆ ଉପରେ ତୀକ୍ଷ୍ଣ ନଜର ରଖିଛି। ଫେକ୍ ଭିଡିଓ ଏବଂ ମିଛ ଖବର ପୋଷ୍ଟ ନ କରିବାକୁ ଡିଜିପି ସମସ୍ତଙ୍କୁ ନିବେଦନ କରିଛନ୍ତି।
ଗତବର୍ଷର ଭିଡିଓକୁ ମହାକୁମ୍ଭ ଭିଡିଓଭାବେ ସେୟାର କରାଯାଉଛି
ପୋଲିସ ଏକ ପୋଷ୍ଟରେ କହିଛି ଯେ ବିହାରର ପାଟନାର୨୦୨୪ମସିହାର ଏକ ଭିଡିଓକୁ ମହାକୁମ୍ଭ ସହିତ ଯୋଡ଼ି ଗୁଜବ ପ୍ରଚାର କରାଯାଇଥିଲା। ଏହି ପ୍ରସଙ୍ଗରେ ପୋଲିସ ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ତଥ୍ୟକୁ ଯାଞ୍ଚ ନ କରି ସୋସିଆଲ ମିଡିଆରେ କୌଣସି ବିଭ୍ରାନ୍ତିକର ପୋଷ୍ଟ ନ କରିବାକୁ ଲୋକଙ୍କୁ ପୋଲିସ ନିବେଦନ କରିଛି।
ଇଜିପ୍ଟର ୨୦୨୦ ଭିଡିଓକୁ ବ୍ୟବହାର କରି ଗୁଜବ ସୃଷ୍ଟି
ସେହିଭଳି, ୨୦୨୦ ମସିହାରେ, ଇଜିପ୍ଟର କାଇରୋରେ ହୋଇଥିବା ଗୋଟିଏ ଅଗ୍ନିକାଣ୍ଡ ଭିଡିଓକୁ ମହାକୁମ୍ଭର ବୋଲି କହି ପ୍ରଚାର କରାଯାଉଥିଲା। ପୋଲିସ ଏକ ପୋଷ୍ଟରେ କହିଛି ଯେ କୁମ୍ଭମେଳା ପୋଲିସ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ୭ ଟି ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି। ଏହି ଆକାଉଣ୍ଟଗୁଡ଼ିକ ମିଶର ରାଜଧାନୀ କାଇରୋରେ ୨୦୨୦ରେ ହୋଇଥିବା ଏକ ଅଗ୍ନିକାଣ୍ଡକୁ ମହାକୁମ୍ଭ ସହିତ ଯୋଡ଼ି ଗୁଜବ ପ୍ରଚାର କରୁଥିଲେ।
Also readhttps://purvapaksa.com/pakistan-nuclear-policy-can-pakistan-launch-a-nuclear-attack-at-any-time/
