Mahakumbha: ମହାକୁମ୍ଭରୁ ନିଜ ଘରକୁ ଯାଉଥିବା ଏକ କାର୍ ଓ ବସ୍ ମୁହାଁମୁହିଁ ଧକ୍କା ହେବାଫଳରେ ରାଉରକେଲାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।
ସୋମବାର ଅପରାହ୍ନରେ ୭ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଏକ କାର୍ ଫୁଲୱାର ଗାଁ ନିକଟରେ ପହଞ୍ଚିଥିଲା।
ମୃତ ବ୍ୟକ୍ତି ଜଣକ ହେଲେ ରକ୍ତିମ ପୂଜାରୀ (୩୪) ବୋଲି ସର୍କଲ ଅଫିସର ପ୍ରଦୀପ ସିଂ ଚାନ୍ଦେଲ ସୂଚନା ଦେଇଛନ୍ତି।
ମୃତଦେହବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ୬ ଜଣ ଆହତଙ୍କୁ ଦୁଦ୍ଧି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଆହତ ଅନିତା ସୱାଇଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଓଡ଼ିଶାର ଜଣେ ମହାକୁମ୍ଭ ତୀର୍ଥଯାତ୍ରୀଙ୍କ ଏହା ଦ୍ବିତୀୟ ମୃତ୍ୟୁ। ଗତ ଫେବୃଆରି ୬ ତାରିଖରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ୭୨ ବର୍ଷୀୟ ବ୍ୟବସାୟୀ ପ୍ରଶାନ୍ତ କୁମାର ପଣ୍ଡା ପ୍ରୟାଗରାଜରୁ ସଙ୍ଗମରେ ସ୍ନାନ କରି ଫେରୁଥିବା ବେଳେ ଜାମସେଦପୁରରେ ପ୍ରାଣ ହରାଇଥିଲେ।
କୁମ୍ଭମେଳାରେ ଲୋକଙ୍କ ଗଣନା କିପରି ହେଉଛି ଏବଂ ଏହି ପଦ୍ଧତି କେତେ ସଠିକ?

