ସବୁ ବର୍ଷ ଭଳି ଚଳିତ ବର୍ଷ ପାଞ୍ଚ ଦିନ ଧରି ଭୀମଭୋଇଙ୍କ ସିଦ୍ଧି, ସାଧନା ଏବଂ ସମାଧି ପୀଠରେ ବଡ ଧୂମଧାମରେ ପାଳନ କରାଯାଉଛି ମାଘ ମେଳା । ସାଧୁ ସନ୍ଥଙ୍କ ସମାଗମ, ଭଜନ ସଂକୀର୍ତ୍ତନ ସାଙ୍ଗକୁ ଖଞ୍ଜଣି ବାଦ୍ୟରେ ଦୁଲୁକି ଉଠୁଛି ପରିବେଶ । ଏହି ଅବସରରେ ଭକ୍ତମାନେ ଧାଡିରେ ପାଦୁକା ଦର୍ଶନ କରିବା ସହ ଝାଡଦୀପ, ଶୂନ୍ୟ ବ୍ରହ୍ମଙ୍କୁ ଦର୍ଶନ କରୁଛନ୍ତି । ବିଶେଷତ୍ଵ ହେଲା ଏହି ଦିନରେ ଭୀମଭୋଇଙ୍କ ଏହି ସମାଧି ପୀଠ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ବିଶେଷ କରି ନିରବତାରେ ହିଁ ପ୍ରଭୁଙ୍କୁ ପାଇ ହୁଏ । ସେଇଥି ପାଇଁ ତ ଶୂନ୍ୟଦେହୀ, ଶୂନ୍ୟ ବ୍ରହ୍ମ, ଅଲେଖ ନିରଞ୍ଜନ, ଅଣାକାର ର କିଛି ଲେଖା ମହିମା ମଠର ଚତୁପାର୍ଶ୍ଵରେ ଲେଖାଯାଇଛି । ଯାହା ରାଜ୍ୟ ତଥା ରାଜ୍ୟ ବାହାରର ଲୋକଙ୍କୁ ବେଶ ଆକର୍ଷିତ କରିପାରିଛି ।
ମହିମା ଧର୍ମର ଅନନ୍ୟ ପୀଠସ୍ଥଳୀ ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲିର ଭୀମଭୋଇଙ୍କ ସିଦ୍ଧି, ସାଧନା ଏବଂ ସମାଧି ପୀଠରେ ଆରମ୍ଭ ହୋଇଛି ପବିତ୍ର ମାଘ ମେଳା । ଏହି ମାଘ ମେଳାରେ ମହିମା ଧର୍ମି ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଉତ୍ସବ ମୁଖର ହୋଇ ଉଠିଛି ଖଲିଆପାଲି ସ୍ଥିତ ଏହି ମହିମା ମଠର ପୀଠସ୍ଥଳୀ । ସନ୍ଥକବି ଭୀମଭୋଇଙ୍କ ସିଦ୍ଧି ସାଧନା ଏବଂ ସମାଧି ପୀଠରେ ଶୂନ୍ୟ ବ୍ରହ୍ମ, ଅଲେଖ ନିରଞ୍ଜନଙ୍କ ଶୂନ୍ୟତା, ଝାଡ ଦୀପ , ପାଦୁକା ଦର୍ଶନକରି ଭକ୍ତ ହେଉଛନ୍ତି ବେଶ ଆନନ୍ଦିତ । ବିଶେଷକରି ବର୍ଷର କେବଳ ମାଘ ମାସର ପୂର୍ଣ୍ଣମୀ ଏବଂ ଚତୁର୍ଦ୍ଦଶୀ ତିଥିରେ ମନ୍ଦିର ଖୋଲା ରହୁଥିବାରୁ ରାଜ୍ୟ ଓ ରାଜ୍ୟ ବାହାରର ବହୁ ସାଧୁସନ୍ଥଙ୍କ ସମାଗମ ହୋଇଥାଏ । ଏହି ଅବସରରେ ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦଇେ ସାଧୁ ସନ୍ଥଙ୍କ ସହିତ ଭଜନ କୀର୍ତ୍ତନରେ ସାମିଲ ହୋଇ ପାଦୁକା ଦର୍ଶନ କରିଥିଲେ ।
୧୯୯୯ ମସିହାରେ ଟ୍ରଷ୍ଟ ଗଠନ ହେବାପରେ ଆହୁରି ଧୁମଧାମରେ ପାଳନ କରାଯାଉଛି ମାଘ ମେଳା । ମହିମା ଧର୍ମାବଲମ୍ବି, ସାଧୁସନ୍ଥଙ୍କ ସମାଗମ ପାଇଁ ଏହି ମେଳା ଲୋକଙ୍କୁ ବେଶ ଆକର୍ଷିତ କରେ । ପାଞ୍ଚ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ମାଘ ମେଳା ଅବସରରେ ମୀନାବଜାର ସାଙ୍ଗକୁ ସ୍ବାଦିଷ୍ଟ ଖାଦ୍ୟର ବି ମଜା ନେଉଛନ୍ତି ଲୋକେ । ମନ ଲାଖିଲା ଭଳି ଘରକରଣା ଜିନିଷ ଆଦି ଭଳିକି ଭଳି ମିଳୁଛି ଏହି ମେଳାରେ । ଏଥି ସହ ମାଘମେଳା ଅବସରରେ ପ୍ରତ୍ୟହ ସଂନ୍ଧ୍ୟାରେ ଅନୁଷ୍ଠିତ ହେଉଛି ସାଂସ୍କୃତି କାର୍ଯ୍ୟକ୍ରମ । ରାଜ୍ୟ ଓ ରାଜ୍ୟ ବାହାରର କଳାକାର ଯୋଗଦେଇ ଏଠାରେ ନିଜର କଳା ପ୍ରଦର୍ଶନ କରୁଛନ୍ତି ।
ଭୀମଭୋଇଙ୍କ ଏହି ସିଦ୍ଧି, ସାଧନା ଏବଂ ସମାଧି ପୀଠ କେବଳ ମହିମା ଧର୍ମାବଲମ୍ୱି ସାଧୁସନ୍ଥଙ୍କ ପୀଠସ୍ଥଳୀ ନୁହେଁ ବରଂ ଧର୍ମ ବର୍ଣ୍ଣ ନିର୍ବିଶେଷରେ ଅଣାକାର ପୁରୁଷ ପରଃବ୍ରହ୍ମଙ୍କର ସ୍ଥଳି ହୋଇଥିବାରୁ ଏହାର ବିକାଶ ଜରୁରୀ ହୋଇପଡିଛି ।
Also read https://purvapaksa.com/mo-bus-crushes-minor-girl-to-death-near-odishas/
ନଭେମ୍ବର ମାସରୁ ଆଜି ପର୍ଯ୍ୟନ୍ତ ୩ ମାସରେ ୬୯ଟି ଦୁର୍ଘଟଣା ଘଟାଇଛି ମୋ ବସ୍