Los Angeles Fire Tragedy: ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ଲାଗିଥିବା ନିଆଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।
କାଲିଫର୍ଣ୍ଣିଆର ଲସ୍ ଆଞ୍ଜେଲସ୍ ଜଙ୍ଗଲରେ ବ୍ୟାପିଥିବା ଏହି ନିଆଁ ଭୟଙ୍କର ହେବାରେ ଲାଗିଛି। କ୍ରମାଗତ ଭାବେ ଅଗ୍ନିକାଣ୍ଡର ପ୍ରକୋପ ବଢିବାରେ ଲାଗିଛି ଏବଂ ଏହା ୬ଟି ଜଙ୍ଗଲରେ ପହଂଚିଛି । ଏହି ଅଗ୍ନିକାଣ୍ଡ ଅନେକ ଆବାସିକ ଅଞ୍ଚଳକୁ ମଧ୍ୟ ପୋଡ଼ି ଦେଇଛି। ବର୍ତ୍ତମାନ ସୁଦ୍ଧା ଏହି ବିପର୍ଯ୍ୟୟରେ ପାଖାପାଖି ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧ ଲକ୍ଷ ଲୋକ ଘରୁ ବାହାରିବାକୁ ବାଧ୍ୟ ହୋଇଛନ୍ତି।
ଜଙ୍ଗଲରେ ନିଆଁ ଲାଗିବାର ଏଭଳି ଖବର ପୂର୍ବରୁ ଅନେକ ଥର ସାମ୍ନାକୁ ଆସିଛି। ଗତବର୍ଷ ଭାରତର ଉତ୍ତରାଖଣ୍ଡର ଜଙ୍ଗଲରେ ଅଗ୍ନିକାଣ୍ଡ ଘଟି ସମାନ କ୍ଷୟକ୍ଷତି ହୋଇଥିଲା। ଆଲମୋଡା ଜଙ୍ଗଲରେ ୪୧ ଦିନ ଧରି ନିଆଁ ଲାଗି ରହିଥିଲା, ଯେଉଁଥିରେ ଅନେକ ହେକ୍ଟର ଫସଲ ନଷ୍ଟ ହୋଇଯାଇଥିଲା । ଏବେ ପ୍ରଶ୍ନ ଉଠୁଛି ସବୁଜ ଜଙ୍ଗଲରେ କେମିତି ନିଆଁ ଲାଗିଥାଏ? ଆଉ କେଉଁଠି ଘଟିଲା ଦୁନିଆର ସବୁଠାରୁ ବଡ ଅଗ୍ନିକାଣ୍ଡ? ଆସନ୍ତୁ ଜାଣିବା
ଜଙ୍ଗଲରେ କିପରି ବ୍ୟାପିଥାଏ ନିଆଁ
ଜଙ୍ଗଲରେ ନିଆଁ ଲାଗିବାର ଦୁଇଟି କାରଣ ହୋଇପାରେ: ପ୍ରାକୃତିକ ଓ ଅପ୍ରାକୃତିକ। ପ୍ରଥମେ ଆସନ୍ତୁ ପ୍ରାକୃତିକ କାରଣ ବିଷୟରେ ଆଲୋଚନା କରିବା । ନିଆଁ ଲାଗିବା ପାଇଁ ଦୁଇଟି ଜିନିଷ ଆବଶ୍ୟକ କରେ: ଅମ୍ଳଜାନ ଏବଂ ତାପମାତ୍ରା । ଜଙ୍ଗଲ ହେଉଛି ସେହି ସ୍ଥାନ ଯେଉଁଠାରେ ଏହି ଦୁଇଟି ପ୍ରଚୁର ପରିମାଣରେ ଉପଲବ୍ଧ, ଏବଂ ସେଠାରେ ଶୁଖିଲା ପତ୍ର ନିଆଁ ପାଇଁ ଇନ୍ଧନ ଭାବରେ କାର୍ଯ୍ୟ କରେ । ଅତ୍ୟଧିକ ଗରମ କିମ୍ବା ବଜ୍ରପାତ କାରଣରୁ ଏକ ଛୋଟ ଚିଙ୍ଗାରି ଭୟଙ୍କର ନିଆଁ ସୃଷ୍ଟି କରିପାରେ । ଏହାବ୍ୟତୀତ ପ୍ରବଳ ପବନ ଯୋଗୁଁ ନିଆଁକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଥାଏ । ଯାହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥାଏ ।
ଏବେ ଆସନ୍ତୁ ଅପ୍ରାକୃତିକ କାରଣ ବିଷୟରେ ଆଲୋଚନା କରିବା । ବିଗତ କିଛି ବର୍ଷ ମଧ୍ୟରେ ସବୁଜ ଜଙ୍ଗଲକୁ ମଣିଷର ଆଗମନ ଯଥେଷ୍ଟ ବୃଦ୍ଧି ପାଇଛି। ବହୁ ସଂଖ୍ୟକ ଲୋକ ଛୁଟି କାଟିବା ପାଇଁ ଜଙ୍ଗଲରେ କ୍ୟାମ୍ପ କରିବାକୁ ଯାଆନ୍ତି, ସେଠାରେ ଖାଦ୍ୟ ରୋଷେଇ କରନ୍ତି ଏବଂ ଧୂମପାନ ମଧ୍ୟ କରନ୍ତି । ଏହି ସମୟରେ ସାମାନ୍ୟ ଅବହେଳା ଯୋଗୁଁ ଜଙ୍ଗଲରେ ନିଆଁ ଲାଗିଯାଇପାରେ। ଏହାବ୍ୟତୀତ ରିଲ୍ ତିଆରି କରିବା ପାଇଁ ଲୋକେ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି।
ଆମେରିକାର ସବୁଠାରୁ ବଡ଼ ନିଆଁ ୧୯୧୦ ମସିହାରେ ଇନ୍ଲାଲ୍ୟାଣ୍ଡ ନର୍ଥୱେଷ୍ଟର ଜଙ୍ଗଲରେ ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡରେ ପଶ୍ଚିମ ମୋଣ୍ଟାନା ଓ ଉତ୍ତର ଇଡାହୋର ୩୦ ଲକ୍ଷ ଏକର ଜମି ପୋଡ଼ି ପାଉଁଶ ହୋଇଯାଇଛି। ଏହି ଘଟଣାରେ ୭୮ ଜଣ ଅଗ୍ନିଶମ କର୍ମଚାରୀଙ୍କ ସମେତ ୮୫ ଜଣଙ୍କ ମୃତ୍ୟୁ ଘଟିଥିଲା। ମିଳିଥିବା ସୂଚନା ଅନୁଯାୟୀ, ରେକର୍ଡ କମ୍ ବୃଷ୍ଟିପାତ ପରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁର ତୀବ୍ରତାର ଏକ ପ୍ରମୁଖ କାରଣ ଘଣ୍ଟାପ୍ରତି ୭୦ ମାଇଲ ବେଗରେ ପବନ ବହିବା, ଯାହା ଫଳରେ ନିଆଁ ଅନିୟନ୍ତ୍ରିତ ହୋଇ ଏକ ବିଶାଳ ଅଞ୍ଚଳକୁ ବ୍ୟାପି ଯାଇଥିଲା। ଅଗଷ୍ଟ ୨୩ରେ ବର୍ଷା ପରେ ନିଆଁକୁ ଆୟତ୍ତ କରାଯାଇଥିଲା।
ନାସାର ଚେତାବନୀ: ଚୀନ୍ର ଥ୍ରୀ ଗର୍ଜେସ୍ ଡ୍ୟାମ୍ ପୃଥିବୀର ଘୂର୍ଣ୍ଣନକୁ ୦.୦୬ ସେକେଣ୍ଡ ମନ୍ଥର କଲା