Alcohol With Chakna: ମଦ ସହ ଚାଖଣା ଲୋକଙ୍କୁ ବହୁତ ପସନ୍ଦ । ଏହା ମଦର ମଜାକୁ ଦୁଇଗୁଣା କରିଥାଏ । ଯେଉଁମାନେ ମଦ ପିଅନ୍ତି ନାହିଁ, ସେମାନେ ମଧ୍ୟ ଚାଖଣାର ମଜା ନେଇଥାନ୍ତି । କିନ୍ତୁ ପିଇବାର ମଜାକୁ ଦୁଇଗୁଣା କରୁଥିବା ଚାଖଣାର ଉତ୍ପତି କେବେ ହେଇଥିଲା ଆପଣ ଜାଣିଛନ୍ତି କି ?
ଯେଉଁମାନେ ମଦ ପିଇଥାନ୍ତି, ସେମାନଙ୍କୁ ମଦ ସହିତ କିଛି ଖାଇବା ବା ସ୍ୟାକ୍ସ ନିଶ୍ଚୟ ଦରକାର ହୋଇଥାଏ ଯଥା ବାଦାମ, କବାବ, ପନୀର, ଫ୍ରାଇଡ ପାପଡ, ଭୁଜିଆ, ଚିପ୍ସ, ମଟରର ନମକିନ, ତନ୍ଦୁରୀ ଚିକେନ କିମ୍ବା କିଛି ଅନ୍ୟାନ୍ୟ ଯାହା ଲୋକେ ପସନ୍ଦ କରନ୍ତି ।
ଭାରତରେ ମଧ୍ୟ ଏହି ପରମ୍ପରା ବହୁ ସମୟରୁ ଚାଲିଆସିଛି । ଯଥା କେତେକ ଲୋକ ପିଜ୍ଜା, ମୋମୋଜ, ମଞ୍ଚୁରିଆନ୍, ସଲାଦ ଇତ୍ୟାଦିକୁ ମଧ୍ୟ ଚାଖଣା ରୂପରେ ଖାଉଛନ୍ତି।
କୁହାଯାଏ ଯେ, 1938 ମସିହାରେ ଆମେରିକୀୟ ସହର ନ୍ୟୁ ଅର୍ଲିଅନ୍ସରେ ଏକ ବାରରେ ପ୍ରଥମ ଥର ଗ୍ରାହକମାନଙ୍କୁ ଫ୍ରି ଖାଇବା ଦିଆଯାଇଥିଲା। ସେଠାରେ ଡ୍ରିଙ୍କ ଆର୍ଡର କରିବାକୁ ଥିବା ବ୍ୟକ୍ତିକୁ ଏକ ପ୍ଲେଟ ଖାଇବା ଫ୍ରିରେ ମିଳୁଥିଲା।
ଏପରି କରିବାର କାରଣ ଥିଲା ମଦ ପିଇବାକୁ ପ୍ରୋତ୍ସାହନ ଦେବା । ଲୋକମାନେ ମଧ୍ୟ ମାଗଣା ଖାଇବା ଲୋଭରେ ଲୋକମନେ ସେଠାକୁ ଯାଉଥିଲେ। ଏହାଛଡା ମଦ ସହିତ ଖାଦ୍ୟ ଖାଇବା ଦ୍ୱାରା ତାହା ସ୍ଵାଦରେ ପରିବର୍ତ୍ତନ ଆଣୁଥିଲା, ଯାହା ଲୋକମାନଙ୍କୁ ବେଶ ପସନ୍ଦ ଆସୁଥିଲା।
ଏହାକୁ ମଦ ସହିତ ଧୀରେ-ଧୀରେ ଖାଇବା ଦ୍ୱାରା ମଦ ପିଇବାର ଅଧୀର ମଜା ଆସୁଥିଲା । ଏହାପରେ ଏହି ପାରମ୍ପରିକତା ବୃଦ୍ଧି ହେବାକୁ ଲାଗିଲା । ଏହାକୁ ଧୀରେ-ଧୀରେ ଚାଖଣା ନାମରେ ନାମିତ କରାଗଲା ।
70 ଓ 90ର ଦଶକରେ ସିଝା ଅଣ୍ଡା ସହିତ ମହାରାଷ୍ଟ୍ରରେ ମିଳୁଥିବା ଚିନାବାଦାମ ସହିତ ତୁଳନା ହେବାକୁ ଲାଗିଲା । ଏହା ଶସ୍ତା ହେବା ସହ ଭିଟାମିନ ବି9 ର ଏକ ଉତ୍ସ ମଧ୍ୟ ଥିଲା। ସେହି କାରଣରୁ ଚିନାବାଦାମକୁ ମଦ ସମାଜର ବେସ୍ଟ ଚାଖାଣା ଭାବରେ ବଛା ଗଲା ।
ଆଜିକାଲିରେ ପବ୍ ରୁ ଆରମ୍ଭ କରି ବାର ପର୍ଯ୍ୟନ୍ତ ଏହା ଲୋକମାନଙ୍କର ପ୍ରଥମ ପସନ୍ଦ। ଆଜିକଲି ଚାରିଆଡେ ବିୟର ଦୋକାନ ଦେଖିବାକୁ ମିଳେ ଏବଂ ଦୋକାନ ଗୁଡ଼ିକ ପାଖରେ ଦେଖିବାକୁ ମିଳେ ଚାଖାଣା ଦୋକାନ ।