ପହଲଗାମ୍ ଆକ୍ରମଣ ପ୍ରସଙ୍ଗରେ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁପସ୍ଥିତ ଥିବାରୁ କଂଗ୍ରେସ ମୋଦୀଙ୍କର ମୁଣ୍ଡବିହୀନ ପୋଷ୍ଟର ଦେଇ କଡ଼ା ସମାଲୋଚନା କରିବା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇବା ପାଇଁ ଦଳ ‘ଗାଏବ’ ଲେଖାଥିବା ଏକ ପୋଷ୍ଟର ସେୟାର କରିଛି।
ଯଦିଓ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ନାମ ଉଲ୍ଲେଖ କରିନାହିଁ, କିନ୍ତୁ କ୍ୟାପସନରେ ଲେଖିଛି; ‘ଦାୟିତ୍ୱ ସମୟରେ ନିଖୋଜ ହୋଇଯାଏ।’ ପହଲଗାମ ଆକ୍ରମଣ ସମ୍ପର୍କରେ ସୂଚନା ଦେବା ପାଇଁ ସବୁ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁପସ୍ଥିତିକୁ ନେଇ କଂଗ୍ରେସ ବାରମ୍ବାର ପ୍ରଶ୍ନ ଉଠାଇବା ପରେ ଏଭଳି ପୋଷ୍ଟର ସାମ୍ନାକୁ ଆସିଛି।
ଏହି ପୋଷ୍ଟରକୁ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ଅହମ୍ମଦ ହୁସେନ ଚୌଧୁରୀ ମଧ୍ୟ ସେୟାର କରି ଲେଖିଛନ୍ତି, ‘ଗଧର ମୁଣ୍ଡରୁ ଶିଙ୍ଗ ହଜିବା ବିଷୟରେ ଶୁଣିଥିଲି, କିନ୍ତୁ ଏଠାରେ ମୋଦୀ ନିଖୋଜ ହୋଇଯାଇଛନ୍ତି।’
ବିଜେପି ମୁଖପାତ୍ର ଗୌରବ ଭାଟିଆ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଟୁଇଟ୍ର ଏକ ଫଟୋ ଦେଖାଇ କହିଛନ୍ତି ଯେ କଂଗ୍ରେସ ପାକିସ୍ତାନ ସମର୍ଥକ।
ଆମ ଭିତରେ ଏକ ଜାତୀୟ ରାଜନୈତିକ ଦଳ ରହୁଛି, କିନ୍ତୁ ଯଦି ଆମେ ସେମାନଙ୍କୁ ଲସ୍କର-ଏ-ପାକିସ୍ତାନ କଂଗ୍ରେସ କହିବୁ, ତେବେ ଏହା ଭୁଲ୍ ହେବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଫଟୋକୁ କଂଗ୍ରେସର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଟ୍ୱିଟ କରାଯାଇଛି । ପାକିସ୍ତାନକୁ କଡ଼ା ବାର୍ତ୍ତା ଦିଆଯାଇଛି ଯେ ଭାରତରେ ମୀର ଜାଫରଙ୍କ ସମର୍ଥକମାନେ ଏଠାରେ ଉପସ୍ଥିତ ଅଛନ୍ତି… ‘ସର ତନ୍ ସେ ଜୁଦା’ ଆଜି ଲସ୍କର-ଇ-ପାକିସ୍ତାନ କଂଗ୍ରେସର ଆଦର୍ଶ ପାଲଟିଛି। ରାହୁଲ ଗାନ୍ଧିଙ୍କ ନିର୍ଦ୍ଦେଶକ୍ରମେ ଏଭଳି ପୋଷ୍ଟ କରାଯାଉଛି, ଯାହା ଦେଶକୁ ଲଜ୍ଜିତ କରୁଛି। ଏଭଳି ଏକ ସମ୍ବେଦନଶୀଳ ସମୟରେ ଭାରତକୁ ଦୁର୍ବଳ କରିବା ପାଇଁ ଲସ୍କର-ଇ-ପାକିସ୍ତାନ କଂଗ୍ରେସର ଏହା ଏକ ପ୍ରୟାସ।
ବିଜେପି ମଧ୍ୟ ନିଜ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ କଂଗ୍ରେସକୁ ଟାର୍ଗେଟ କରି କହିଛି ଯେ ପୋଷ୍ଟରରେ ଉଗ୍ରବାଦୀ ‘ସର ତନ୍ ସେ ଜୁଦା’ ସ୍ଲୋଗାନ ପ୍ରତିଫଳିତ ହୋଇଛି। ଶାସକ ଦଳ ଆହୁରି ମଧ୍ୟ କହିଛି ଯେ ଏହା ମୁସଲିମ ଲିଗ୍ ୨.୦ରେ ଦଳର କ୍ରମାଗତ ଅବନତିକୁ ପଦାରେ ପକାଇଛି – ବିଭାଜନକାରୀ, ହତାଶ୍ ଏବଂ ଦିଗହୀନ।
Congress flaunts a headless kurta to echo the extremist ‘Sar Tan Se Juda’ slogan, exposing its continuous slide into Muslim League 2.0 — divisive, desperate, and directionless.
Now that PM Shri @narendramodi has spoken the only language Pakistan understands, Islamabad’s official… https://t.co/hU5bhiPaf8
— BJP (@BJP4India) April 29, 2025
ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ମଧ୍ୟ ଟ୍ୱିଟ୍ କରି କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ ଏହା ମୁସଲିମ୍ ଭୋଟ୍ ବ୍ୟାଙ୍କକୁ ଖୁସି କରିବା ଉଦ୍ଦେଶ୍ୟରେ କରାଯାଇଛି। ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କ ପ୍ରତି ହିଂସାକୁ ପ୍ରୋତ୍ସାହିତ ଓ ଯୁକ୍ତିଯୁକ୍ତ ବୋଲି ସେ ଅଭିଯୋଗ କରିଛନ୍ତି।
ତଥାପି କଂଗ୍ରେସ କେବେ ବି ସଫଳ ହେବ ନାହିଁ, କାରଣ ପ୍ରଧାନମନ୍ତ୍ରୀଙ୍କୁ କୋଟି କୋଟି ଭାରତୀୟଙ୍କ ଭଲପାଇବା ଓ ଆଶୀର୍ବାଦ ମିଳିଛି।
ପୋଷ୍ଟରକୁ ନେଇ ବିବାଦ ଉପୁଜିବା ପରେ କଂଗ୍ରେସ ସାଂସଦ ଜୟରାମ ରମେଶ ଏଏନଆଇକୁ କହିଛନ୍ତି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣ କୁ ନେଇ ନିକଟରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ନଥିଲେ। ଏହି ଆକ୍ରମଣ ଉପରେ ଆଲୋଚନା ପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରି ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଘଟଣା ବିଷୟରେ ଗୃହକୁ ଅବଗତ କରାଇବା ଉଚିତ।
ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ନ ଥିଲେ। ଏପ୍ରିଲ ୨୨ତାରିଖରେ ଏହି ପ୍ରସଙ୍ଗରେ ସର୍ବଦଳୀୟ ବୈଠକ କରିବାକୁ ଆମେ ଦାବି କରିଥିଲୁ। ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ଆଲୋଚନାରେ ଅଂଶଗ୍ରହଣ କରିବା ଉଚିତ ଏବଂ ଆମକୁ କୁହନ୍ତୁ କ’ଣ ଘଟିଛି ଏବଂ ଏହି ଆତଙ୍କବାଦୀ ଆକ୍ରମଣ କିପରି ହୋଇଛି। ଏଥିରେ କୌଣସି ରାଜନୈତିକ ଏଜେଣ୍ଡା ନାହିଁ। କଂଗ୍ରେସ ପାଖରେ କେବଳ ଗୋଟିଏ ଫର୍ମୁଲା ରହିଛି- ଏକତା।
ପହଲଗାମ ଆକ୍ରମଣକୁ ନେଇ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରି ରାହୁଲ ଗାନ୍ଧି ଏବଂ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।
ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ମିଳିବା ପରେ କଶ୍ମୀରର ୪୮ଟି ପର୍ଯ୍ୟଟନସ୍ଥଳୀ ବନ୍ଦ