ରୋଗ ଦେଖାଇବା ପାଇଁ ହେଉ ଅବା ରୋଗୀଙ୍କୁ ଦେଖା କରିବାକୁ ହେଉ ଆପଣ ଯଦି କ୍ୟାପିଟାଲ ହସ୍ପିଟାଲ ଆସିଛନ୍ତି ଆଉ ଏହି ସମୟରେ ବର୍ଷା ହୁଏ ତେବେ ଆପଣଙ୍କୁ ହସ୍ପିଟାଲର କେଉଁ ଏକ ସ୍ଥାନରେ ଆଗରେ ଠିଆ ହେବାକୁ ପଡ଼ିବ । ବର୍ଷା ବେଳେ ହସ୍ପିଟାଲରେ ବସିବା ପାଇଁ କୌଣସି ଉପଯୁକ୍ତ ସ୍ଥାନ ନାହିଁ। ଏଇଥି ପାଇଁ ଓଦାରେ ବସୁଛନ୍ତି ଲୋକେ। ରୋଗ ଦେଖାଇବାକୁ ଆସିଥିବା ଲୋକ ଓ ରୋଗୀଙ୍କୁ ଦେଖିବାକୁ ଆସିଥୁବା ଲୋକେ ବର୍ଷା ବେଳେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
କ୍ୟାପିଟାଲ ହସ୍ପିଟାଲକୁ ପ୍ରତିଦିନ ଶହଶହ ଲୋକଙ୍କ ସମେତ ଅନେକ ରୋଗୀ ଆସୁଛନ୍ତି । ପଞ୍ଜିକରଣ କେନ୍ଦ୍ରର ସମୟ ସକାଳ ୮.୩୦ରୁ ମଧାହ୍ନ ୧୨.୩୦ ପର୍ଯ୍ୟନ୍ତ ରହିଥିବା ବେଳେ ପୁଣି ଅପରାହ୍ନ ୧.୩୦ ରୁ ୪.୩୦ ପର୍ଯ୍ୟନ୍ତ ପଞ୍ଜୀକରଣ କରାଯାଇଛି। ରୋଗ ପଞ୍ଜୀକରଣ କରିବା ପାଇଁ ହେଉ କି ଔଷଧ ବିତରଣ କେନ୍ଦ୍ରରେ ଔଷଧ ନେବା ପାଇଁ ହେଉ ଲୋକଙ୍କୁ ଧାଡ଼ି କରି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି । ହେଲେ ଏହି ସମୟରେ ବର୍ଷା ହେଲେ
ଲୋକ ଅକଥନୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ହସ୍ପିଟାଲ ପରିସରରେ ଯେତିକି ସ୍ଥାନ ରହୁଛି ଏହି ସ୍ଥାନକୁ ଯିବା ଆସିବା କରି ଲୋକମାନେ
ଓଦା କରି ଦେଇଛନ୍ତି । ତଥାପି ଦୂର ଦୂରାନ୍ତରୁ ଆସୁଥିବା ଲୋକମାନେ ସେହି ଓଦା ଚଟାଣ ଉପରେ ବସି ରହୁଛନ୍ତି ତ ଆଉ କିଏ ଥକ୍କା ମେଣ୍ଟାଇବା ପାଇଁ ଶୋଇପଡୁଛନ୍ତି। ବର୍ଷା ନ ହେଲେ ହସ୍ପିଟାଲ ପରିସର ବାହାରେ ଯିଏ ଯେଉଁଠି ପାଇଲେ ବସିପଡ଼ୁଥିଲେ। ହେଲେ ଟିକେ ବର୍ଷା ହେଲେ ରୋଗୀ ଓ ଜନ ସାଧାରଣ ସମସ୍ତେ ଏକାଠି ହୋଇଯାଉଛନ୍ତି । ଦିନ ବେଳା ବର୍ଷା ହେଲେ ତ ଚଳେ, ରାତି କଥା ନକହିବା ଭଲ । ପଞ୍ଜୀକରଣ କେନ୍ଦ୍ର ଆଗପଟ ଛାତରୁ ପାଣି ଗଳୁଛି ବୋଲି ଅଭିଯୋଗ ହୋଇଛି। ଲୋକମାନେ ଠିଆ ହେବାକୁ ସ୍ଥାନ ନାହିଁ ଆଉ ବସିବାକୁ ସ୍ଥାନ କେଉଁଠୁ ମିଳିବ? ହସ୍ପିଟାଲ ଭଳି ବଡ଼ ହସ୍ପିଟାଲରେ ଏସବୁ ଛୋଟ ଛୋଟ କଥାର ଧ୍ୟାନ ଦିଆଯାଉନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି।
Also Readhttps://purvapaksa.com/sad-story-of-a-letter-box/
letter box: An Abandoned Area ।। ଚିଠି ବାକ୍ସ: ଏକ ପରିତ୍ୟକ୍ତ ଇଲାକା


