ନୂଆ ମଡେଲ୍ ଭାରତୀୟ ବଜାରରେ KTM 250 Adventureର ଲଞ୍ଚ ହୋଇଛି । ଏହି KTM ବାଇକର ନୂଆ ଫିଚର୍ସ ଆଡ୍ କରିବା ସହିତ, ଏହି ମୋଟରସାଇକଲର ମୂଲ୍ୟ ମଧ୍ୟ ବଢ଼ାଯାଇଛି ।250 Adventure ର ନୂଆ ମଡେଲର ପ୍ରାଇସ୍ ୧୨ ହଜାର ଟଙ୍କା ବଢ଼ିଛି । ବାଇକର ପ୍ରାଇସ୍ ବଢ଼ିବାର କାରଣ ହେଉଛି କେବଳ ଫିଚର୍ସ ଅପଡେଟ୍ ପାଇଁ ନୁହେଁ ବରଂ କମ୍ପାନୀ ଏହି ମୋଟରସାଇକେଲର ଇଞ୍ଜିନରେ ମଧ୍ୟ ପରିବର୍ତ୍ତନ କରିଛି ।
KTM 250 Adventure ର ନୂଆ ମଡେଲରେ 250 Duke ରେ ଲାଟେଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି । ଏହି ସିଙ୍ଗଲ-ସିଲିଣ୍ଡର, ଲିକ୍ବିଡ୍-କୁଲ୍ହ, ୨୫୦ cc ଇଞ୍ଜିନ୍ ରହିଛି ।
ବାଇକରେ ଥିବା ଏହି ନୂଆ ଇଞ୍ଜିନ୍ ୩୧ hp ର ପାୱାର ମିଳିଥାଏ ଏବଂ ୨୫ Nm ର ଟର୍କ ଜେନେରେଟ୍ ହୋଇଥାଏ । ଏହାର ବଡ଼ ବାଇକ୍ ୩୯୦ ଆଡଭେଞ୍ଚର ପରି ଏକ ସ୍ପ୍ଲିଟ୍ ଟ୍ରେଲିସ୍ ଫ୍ରେମ୍ ବ୍ୟବହାର କରାଯାଇଛି, କିନ୍ତୁ ଏଥିରେ ଆଲୁମିନିୟମ ସବଫ୍ରେମ୍ ନାର୍ହି ।
KTM ର ଏହି ନୂଆ ମଡେଲରେ ୧୯-ଇଞ୍ଚର ଫ୍ରଣ୍ଟ ଏବଂ ୧୭ ଇଞ୍ଚର ରିୟର ହୁଇଲର ବ୍ୟବହାର କରାଯାଇଛି । ଏହି ମୋଟରସାଇକେଲରେ ସମ୍ପୂର୍ଣ୍ଣ ଭାବରେ ଆଡଜଷ୍ଟେବଲ୍ ସସପେନସନ୍ ଲାଗିଛି । ଏହି ବାଇକର ସିଟ୍ ୮୨୫ mm ର ଉଚ୍ଚତା ସହିତ ଲ୍ୟାସ୍ କରାଯାଇଛି । ଏହି ବାଇକରେ ୧୪ ଲିଟର ଫ୍ୟୁଲ୍ କ୍ୟାପାସିଟିର ଟ୍ୟାଙ୍କ ରହିଛି ।
KTM 250 Adventure ର ନୂଆ ମଡେଲ୍ ଦୁଇଟି କଲର ଭ୍ୟାରିଆଣ୍ଟରେ ମାର୍କେଟକୁ ଆସିଛି । ଏହି ମୋଟରସାଇକେଲକୁ ଅଷ୍ଟ୍ରିଆରେ ଡିଜାଇନ୍ କରାଯାଇଛି । ଏହି ବାଇକର ସମସ୍ତ ପାର୍ଟ୍ସ ଭାରତରେ ଏକତ୍ରିତ ହୋଇଛି । ଏହି ବାଇକର ମୂଲ୍ୟ ପୂର୍ବରୁ ୨.୪୮ ଲକ୍ଷ ଟଙ୍କା ଥିଲା, ଯାହା ଏହି ନୂଆ ମହେଲ ସହିତ ୨.୬୦ ଲକ୍ଷ ଟଙ୍କା ହୋଇଯାଇଛି ।
ଏହି ବାଇକର ରାଇବଲ୍ ବିଷୟରେ କହିବାକୁ ଗଲେ Suzuki V-Strom SX ଏବଂ Royal Enfield Scram 440 ସମାନ ରେଞ୍ଜର ମୋଟରସାଇକଲ । Suzuki V-Strom SX ର ପ୍ରାଇସ୍ ୨.୧୬ ଲକ୍ଷ ଟଙ୍କା ଏବଂ Scram 440 ର ମୂଲ୍ୟ ୨.୦୮ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୨.୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଛି ।
ଓଡ଼ିଆ ଅଭିନେତା ଉତ୍ତମ ମହାନ୍ତି ଗୁରୁତର, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି