Virat Kohli: ଆଜିକାଲି ରେଷ୍ଟୁରାଣ୍ଟରେ ସ୍ୱତନ୍ତ୍ର ଖାଦ୍ୟ ନାଁରେ ଗ୍ରାହକଙ୍କଠାରୁ ବିପୁଳ ପରିମାଣର ଟଙ୍କା ଆଦାୟ କରାଯାଉଛି। ଏହାବ୍ୟତୀତ ଇ-କମର୍ସ ପ୍ଲାଟଫର୍ମ ମଧ୍ୟ ଲୋକଙ୍କୁ ନୂଆ ଅଫରର ପ୍ରଲୋଭନ ଦେଖାଇ ସେମାନଙ୍କ ପକେଟକୁ ହାଲୁକା କରୁଛି ।
ହାଇଦ୍ରାବାଦର ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟକୁ ଯାଇ ପ୍ରତାରିତ ଅନୁଭବ କରିଥିବା ଜଣେ ଛାତ୍ର ମଧ୍ୟ ସମାନ ଅନୁଭୂତି ସେୟାର କରିଛନ୍ତି।
ସେ ଏହି ପୋଷ୍ଟରେ ରୋଷ୍ଟର ଏକ ଫଟୋ ମଧ୍ୟ ଯୋଡ଼ିଥିଲେ, ଯେଉଁଥିରେ ପ୍ଲେଟରେ କଟା ହୋଇ ରଖାଯାଇଥିବା ମକା ଅଛି ଯାହାକୁ ଲେମ୍ବୁ ଏବଂ ଧନିଆପତ୍ରରେ ଗାର୍ନିସିଂ କରାଯାଇଛି । ବଜାରରେ ୨୦ ରୁ ୫୦ ଟଙ୍କା ଭିତରେ ମିଳୁଥିବା ଏହି ସ୍ବିଟ୍ କର୍ଣ୍ଣ One8 Commune ରେସ୍ତୋରାଁରେ ୧୦ ରୁ ୧୨ ଗୁଣ ଅଧିକ ଦାମ୍ ରେ ବିକ୍ରି ହେଉଥିବାକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି। ଏହି ଫଟୋ କୁ ଦେଖି ଲୋକେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ କିଛି ୟୁଜର୍ସ ସ୍ନେହାଙ୍କ ପୋଷ୍ଟକୁ ସମାଲୋଚନା କରି କହିଛନ୍ତି ଯେ ପ୍ରିମିୟମ ରେଷ୍ଟୁରାଣ୍ଟର ମୂଲ୍ୟ ସମାନ ଏବଂ ସେଠାକୁ ଯିବା ପୂର୍ବରୁ ଏହା ବୁଝିବା ଦରକାର ।
ଏହି ଖାଦ୍ୟର ନାମ ହେଉଛି “ପେରି-ପେରି କର୍ଣ୍ଣ ରିବ୍ସ”, ଯେଉଁଥିରେ ରସୁଣ ଓଲି, ପାର୍ମେସାନ ପନିର ଏବଂ ସ୍କାଲିୟନ ଅନ୍ତର୍ଭୁକ୍ତ । କିନ୍ତୁ ଏହି ଖାଦ୍ୟକୁ ନେଇ ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟକୁ ଯିବା କୁ ନେଇ ଛାତ୍ର ଜଣକ ଦୁଃଖ ପ୍ରକାଶ କରିଥିଲେ। ସେ ସୋସିଆଲ ମିଡିଆରେ ନିଜର ଅନୁଭୂତି ସେୟାର କରିଛନ୍ତି, ଯାହାକୁ ନେଇ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ।
ALSO READ: https://purvapaksa.com/anushka-and-virat-son-akaay/