ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଭିତରେ ପାକିସ୍ତାନ ଏକ ସାମରିକ ଅଭିଯାନ, “ଅପରେସନ୍ ବୁନୟାନ ଉଲ ମରସୂସ” (Al-Bunyan Al-Marsus) ଆରମ୍ଭ କରିଥିବା ଘୋଷଣା କରିଛି। ଏହି ଅପରେସନ୍ର ନାମ କୁରାନରୁ ନିଆଯାଇଛି, ଯାହାର ଅର୍ଥ ହେଉଛି “ଅଭେଦ୍ୟ ଦିୱାର” ବା “ଦୃଢ଼ କାନ୍ଥ”।
ଅପରେସନ୍ ବୁନୟାନ ଉଲ ମରସୂସର ପୃଷ୍ଠଭୂମି
୨୨ଏପ୍ରିଲ, ୨୦୨୫ରେ କାଶ୍ମୀରରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ଲୋକ ନିହତ ହେବା ପରେ ଭାରତ ପକ୍ଷରୁ ଅପରେସନ୍ ସିନ୍ଦୂର ଆରମ୍ଭ କରାଯାଇଛି। ଏହି ଅପରେସନ୍ ଆତଙ୍କବାଦୀ ସଂଗଠନ ଏବଂ ତାଙ୍କ ଭିତ୍ତିଭୂମି ଉପରେ ଆକ୍ରମଣ ହୋଇଛି। ଭାରତ ଉପରେ ସେମାନଙ୍କ ଆକ୍ରମଣର ଜବାବ ଭାବେ ଏହାକୁ ଗ୍ରହଣ କରାଯାଇଛି। ପ୍ରଥମ ଦିନରେ ଅର୍ଥାତ୍ ମେ ୭ ତାରିଖ ରାତିରେ ପାକିସ୍ତାନ ଓ ପାକିସ୍ତାନ-ପ୍ରଶାସିତ କାଶ୍ମୀରର ୯ଟି ଆତଙ୍କବାଦୀ ଅବସ୍ଥାନ ଉପରେ ଆକ୍ରମଣ କରାଯାଇଥିଲା। ଏହି ଅଭିଯାନରେ ପ୍ରାୟ ୧୦୦ ଆତଙ୍କବାଦୀ ନିହତ ହେବା ସହ ବିଭିନ୍ନ ଭିତ୍ତିଭୂମି ଉପରେ ଆଘାତ ପହଞ୍ଚିଥିବା ସୂଚନା ମିଳିଛି। କିନ୍ତୁ ପାକିସ୍ତାନ ଏହାକୁ “ଯୁଦ୍ଧ ଭଳି କାର୍ଯ୍ୟ” ବୋଲି ଅଭିହିତ କରି ୩୧ ନାଗରିକଙ୍କ ମୃତ୍ୟୁ ହୋଇଥିବା କହିଥିଲା।
ଏହାର ପ୍ରତିଶୋଧଭାବେ, ପାକିସ୍ତାନ ୮ ଓ ୯ ମଇରେ ଡ୍ରୋନ ଓ ମିସାଇଲ ଆକ୍ରମଣ କରି ଭାରତର ଜମ୍ମୁ, ପଞ୍ଜାବ ଓ ରାଜସ୍ଥାନ ଅଞ୍ଚଳରେ ୨୬ଟି ସ୍ଥାନକୁ ଟାର୍ଗେଟ କରିଥିଲା। ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ଏହାକୁ ନିଷ୍କ୍ରିୟ କରିଥିଲା। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ଆଜି “ଅପରେସନ୍ ବୁନୟାନ ଉଲ ମରସୂସ” ଆରମ୍ଭ କରିଥିବା ଘୋଷଣା କରିଛି।
ଅପରେସନ୍ର ଲକ୍ଷ୍ୟ
- ପାକିସ୍ତାନର ଇଣ୍ଟର-ସର୍ଭିସେସ ପବ୍ଲିକ ରିଲେସନ୍ସ (ISPR) ଅନୁଯାୟୀ, ଏହି ଅପରେସନ୍ ଭାରତର “ନିରନ୍ତର ଆକ୍ରମଣ ତଥା ଉତ୍ତେଜନା ସଅଷ୍ଟିକାରୀ କାର୍ଯ୍ୟ ବିରୁଦ୍ଧରେ ଏକ ଜବାବ । ଏହାର ମୁଖ୍ୟ ଲକ୍ଷ୍ୟ
- ଭାରତର “ଅପରେସନ୍ ସିନ୍ଦୁର”ରେ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ଓ ଆତଙ୍କବାଦୀ ଅବସ୍ଥାନଗୁଡ଼ିକ ଉପରେ ଆକ୍ରମଣର ଜବାବ ଦେବା ଏହାର ମୁଖ୍ୟ ଲକ୍ଷ୍ୟ ଓ ପ୍ରତିଶୋଧମୂଳକ ଆକ୍ରମଣ ।
- ପାକିସ୍ତାନର ସାମରିକ କ୍ଷମତା ଓ ଦୃଢ଼ତାକୁ ପ୍ରଦର୍ଶନ କରି ଭାରତକୁ ଏକ ସଂକେତ ଦେବା।
- “ଅଭେଦ୍ୟ ଦୀୱାର” ନାମକରଣ ମାଧ୍ୟମରେ ପାକିସ୍ତାନୀ ଜନସାଧାରଣଙ୍କ ମଧ୍ୟରେ ଜାତୀୟତାବାଦୀ ମନୋଭାବ ଜାଗ୍ରତ କରିବା।
କାର୍ଯ୍ୟକ୍ରମ ଓ ଆକ୍ରମଣ
- ଏହି ଅପରେସନ୍ ମାଧ୍ୟମରେ ପାକିସ୍ତାନ ଭାରତର ବିଭିନ୍ନ ସ୍ଥାନରେ ଆକ୍ରମଣ କରୁଛି। ସୀମାନ୍ତ ଅଞ୍ଚଳରେ କ୍ଷେପଣାସ୍ତ୍ର ନିକ୍ଷେପ ସହ ଡ୍ରୋନ ଆକ୍ରମଣ ଅହରାତ୍ରି ଜାରି ରହିଛି। ପ୍ରଭାବରେ ଭାରତର ଜନ ଜୀବନ ନଷ୍ଟ ହୋଇଛି।
- ପାକିସ୍ତାନର କିଛି ସୋଶାଲ୍ ମିଡିଆ ହ୍ୟାଣ୍ଡଲରେ ଭାରତର ବ୍ରହ୍ମୋସ ଷ୍ଟୋରେଜ ସାଇଟ ଉପରେ ଆକ୍ରମଣ ବୋଲି ଅଭିହିତ କରାଯାଇଛି। କିନ୍ତୁ ଏହାର ବିସ୍ତୃତ ବିବରଣୀ କିମ୍ବା ନିର୍ଭରଯୋଗ୍ୟ ପ୍ରମାଣ ଉପଲବ୍ଧ ନାହିଁ।
- ଭାରତୀୟ ସୂତ୍ର ଏହି ଆକ୍ରମଣଗୁଡ଼ିକର ପ୍ରଭାବକୁ ଖଣ୍ଡନ କରିଛି ଏବଂ କହିଛି ଯେ, ଭାରତର ଏୟାର ଡିଫେନ୍ସ ସିଷ୍ଟମ, ଯେପରିକି S-400, ପାକିସ୍ତାନୀ ଡ୍ରୋନ ଓ ମିସାଇଲକୁ ସଫଳତାର ସହ ନିଷ୍କ୍ରିୟ କରିଛି।
ଅପରେସନ୍ର ପ୍ରଭାବ ଓ ବିଶ୍ଳେଷଣ, ସାମରିକ ଓ ରାଜନୈତିକ ପ୍ରଭାବ
- ଏହି ଅପରେସନ୍ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଆହୁରି ବଢ଼ାଇଛି। ଲାଇନ ଅଫ୍ କଣ୍ଟ୍ରୋଲ (LoC) ନିକଟରେ ବିଚ୍ଛିନ୍ନ ଗୁଳିଚାଳନା ଓ ଯୁଦ୍ଧବିରତି ଉଲ୍ଲଂଘନ ବୃଦ୍ଧି ପାଇଛି।
- ପାକିସ୍ତାନର ଏହି ପଦକ୍ଷେପ ତା’ର ଘରୋଇ ରାଜନୀତିରେ ସମର୍ଥନ ବଢ଼ାଇବା ପାଇଁ ଏକ ପ୍ରୟାସ ହୋଇପାରେ, କିନ୍ତୁ ଏହା ଆନ୍ତର୍ଜାତୀୟ ସ୍ତରରେ ବିଶେଷ ସମର୍ଥନ ପାଇନାହିଁ।
ଆନ୍ତର୍ଜାତୀୟ ପ୍ରତିକ୍ରିୟା
- ଆମେରିକା ଏହି ସଂଘର୍ଷକୁ “ଆମର ବ୍ୟାପାର ନୁହେ” ବୋଲି କହି ଉଭୟ ଦେଶକୁ କୂଟନୈତିକ ମାଧ୍ୟମରେ ଉତ୍ତେଜନା ହ୍ରାସ କରିବାକୁ ଆହ୍ୱାନ ଦେଇଛି।
- ଚୀନ, ଯିଏ ପାକିସ୍ତାନର ଏକ ପ୍ରମୁଖ ସହଯୋଗୀ, ଭାରତ ସହ ଅର୍ଥନୈତିକ ସମ୍ପର୍କ ଯୋଗୁଁ ସ୍ପଷ୍ଟ ପକ୍ଷ ନେଇନାହିଁ।
- ତୁର୍କୀ ଭାରତୀୟ ଆକ୍ରମଣର ନିନ୍ଦା କରି ପାକିସ୍ତାନକୁ ସମର୍ଥନ କରିଛି, କିନ୍ତୁ ଏହାର ପ୍ରଭାବ ସୀମିତ ରହିଛି।
- ହେଲେ ଆଗକୁ ଉତ୍ତେଜନା ବଢ଼ିଲେ ଏହା ପରିସ୍ଥିତିକୁ ଉତ୍କଟ କରିପାରେ ବୋଲି ସମଗ୍ର ବିଶ୍ୱ ଆଶଙ୍କା କରିଛି। ଉଭୟ ଦେଶ ପରମାଣୁ ଅସ୍ତ୍ରଧାରୀ ହୋଇଥିବାରୁ, ଏହି ଅପରେସନ୍ ଏକ ବଡ଼ ସଂଘର୍ଷରେ ପରିଣତ ହେବାର ଆଶଙ୍କା ରହିଛି। ବିଶ୍ୱ ସମୁଦାୟ ଏହାକୁ ନିକଟରୁ ନିରୀକ୍ଷଣ କରୁଛି। ପାକିସ୍ତାନର ଏହି ଅଭିଯାନ ସଫଳ ହେଉ ନା କାହିଁକି, ଏହା ଦୁଇ ଦେଶ ମଧ୍ୟରେ ବିଶ୍ୱାସର ଅଭାବକୁ ଆହୁରି ଗଭୀର କରିଛି।
Also readhttps://purvapaksa.com/cancellation-of-leave-for-state-ias-and-ips/