Keerthy Suresh Wedding: ଦୀର୍ଘ ଦିନର ସମ୍ପର୍କରେ ଲାଗିଲା ମୋହର । ବିବାହ କଲେ ସାଉଥ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ କିର୍ତ୍ତୀ ସୁରେଶ ।
ଦୀର୍ଘ ସମୟର ପ୍ରେମିକା ଆଣ୍ଟୋନି ଥାଟିଲଙ୍କ ବିବାହ କରି ସେ ତାଙ୍କ ଜୀବନର ଆଉ ଏକ ନୂତନ ଅଧ୍ୟାୟକୁ ଆରମ୍ଭ କରିଛନ୍ତି । କିର୍ତ୍ତୀ ତାଙ୍କ ବିବାହର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଯେଉଁଥିରେ ଅଭିନେତ୍ରୀ ବିବାହ ପୋଷାକରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଦୁହେଁ ପାରମ୍ପରିକ ଭାବରେ ନିଜ ପରିବାର ଏବଂ ବନ୍ଧୁମାନଙ୍କ ସହ ବିବାହ କରିଛନ୍ତି । ଉଭୟଙ୍କ ବିବାହ ଫଟୋ ସାମ୍ନାକୁ ଆସିବା ପରେ ସୋସିଆଲ ମିଡ଼ିଆରେ ଶୁଭେଚ୍ଛାର ସୁଅ ଛୁଟିଛି ।
ଏହାପୂର୍ବରୁ କିର୍ତ୍ତୀ ଏବଂ ଆଣ୍ଟୋନିଙ୍କ ନାମରେ ବିବାହ କାର୍ଡ଼ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏହା ଉପରେ କିର୍ତ୍ତୀଙ୍କ ପିତାମାତା ସୁରେଶ କୁମାର ଏବଂ ମନେକା ସୁରେଶ ଏକ ନୋଟ୍ ଲେଖିଥିଲେ, ‘ଆମେ ଆପଣଙ୍କୁ କହି ବହୁତ ଖୁସି ଯେ ଡିସେମ୍ବର ୧୨ରେ ଆମ ଝିଅ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରୁଛନ୍ତି। ସେମାନେ ଏକ ନୂତନ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି, ତେଣୁ ସେମାନଙ୍କୁ ଆଶୀର୍ବାଦ କରନ୍ତୁ।
କିର୍ତ୍ତୀ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ବିବାହର ଫଟୋ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ଆପଣ ଦେଖିପାରିବେ ଯେ କିର୍ତ୍ତୀ ସୁରେଶ ତାଙ୍କ ବ୍ରାଇଡାଲ୍ ଲୁକ୍ ରେ ଆପସାରା ଠାରୁ କମ୍ ସୁନ୍ଦର ଦେଖା ଯାଉନାହାନ୍ତି। ଦକ୍ଷିଣ ଭାରତୀୟ ରୀତିନୀତି ଅନୁଯାୟୀ ସେମାନଙ୍କ ବିବାହ ହୋଇଥିଲା। ବିବାହ ଦିନ ଏହି ଦମ୍ପତି କେତେ ଖୁସି, ବିବାହ ଫଟୋରୁ ସ୍ପଷ୍ଟ ଦେଖାଯାଏ । ଏହି ଫଟୋଗୁଡ଼ିକର କ୍ୟାପସନରେ ବେବି ଜନ୍ ଅଭିନେତ୍ରୀ ହୃଦୟ ଇମୋଜି ସହିତ ‘#ForTheLoveOfNyke’ ଲେଖିଛନ୍ତି। ଆନ୍ଥୋନୀ ଥାଟିଲ ଜଣେ ବ୍ୟବସାୟୀ ଏବଂ ସେ କିର୍ତ୍ତୀଙ୍କୁ ପ୍ରାୟ ୧୫ବର୍ଷ ଧରି ଡେଟ କରୁଥିଲେ ଏବଂ ବର୍ତ୍ତମାନ ତାଙ୍କ ସହ ବିବାହ କରିଛନ୍ତି। ଯେତେବେଳେ ଅଭିନେତ୍ରୀ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିଲେ ଏବଂ ଆଣ୍ଟୋନି ଗ୍ରାଜୁଏସନରେ ପଢୁଥିଲେ ସେତେବେଳେ ଦୁହିଁଙ୍କର ପ୍ରଥମ ସାକ୍ଷାତ ହୋଇଥିଲେ।
ବେବି ଜନ୍ ଅଭିନେତ୍ରୀ ବର୍ତ୍ତମାନ ତାଙ୍କର ବିବାହ ପୂର୍ବରୁ ଏହି ପାଇଁ ଲାଇମ୍ ଲାଇଟରେ ଅଛନ୍ତି। ଏହି ଫିଲ୍ମ ମାଧ୍ୟମରେ କୀର୍ତ୍ତି ବଲିଉଡ଼ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ବରୁଣ ଧୱନଙ୍କ ‘ବେବି ଜନ୍’ ରେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରରେ ସେ ବରୁଣଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି । ଏଥିରେ ବରୁଣ ଜଣେ ପୋଲିସ୍ ଭୂମିକାରେ ଅଛନ୍ତି । ଏଥିରେ ଜ୍ୟାକି ଶ୍ରଫ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଖ୍ରୀଷ୍ଟମାସ ଅବସରରେ ଏହି ଫିଲ୍ମ ୨୫ଡିସେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।
ALSO READ: https://purvapaksa.com/christmas-day/