ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳାର ଆଜି ଦ୍ୱିତୀୟ ଦିନ। ଅଲେଖ ଧୂନୀରେ କମ୍ପି ଉଠୁଛି ଯୋରନ୍ଦା ମହିମା ପୀଠ। ମହିମା ଅଲେଖ ଧୂନୀରେ ପ୍ରକମ୍ପିତ ଯୋରନ୍ଦା ମହିମା ଗାଦି । ଯୋରନ୍ଦା ମେଳାରେ ବିଶ୍ଵର ମଙ୍ଗଳ ପାଇଁ ମହଣ ମହଣ ଘୃତରେ ଶୂନ୍ୟ ମନ୍ଦିରରେ ଆଜି ୪ ଦ୍ଵାରରେ ଝାଡ଼ଦିପ ପ୍ରଜ୍ୱଳନ କରାଯାଇଛି । ଏହା ସହିତ ୪ ଦ୍ଵାରରେ ଅଗ୍ନି ଧୂନୀରେ ହଜାର ହଜାର ନଡ଼ିଆ ପୋଡ଼ା ଯାଉଛି ।
ମହିମା ଗୋସାଇଁଙ୍କ ଶୁନ୍ୟ ମନ୍ଦିର ପରିସର ହଜାର ହଜାର ସାଧୁସନ୍ଥ ଓ ଲକ୍ଷ ଲକ୍ଷ ମହିମା ଧର୍ମାବଲମ୍ବୀ , ଭକ୍ତ ଓ ପର୍ଯ୍ୟାଟକ ମାନଙ୍କର ସମାଗମ ହୋଇଛି । ଏହା ସହ ଅଲେଖ ଧୂନୀରେ ପ୍ରକମ୍ପିତ ହେଉଛି ପିଠ ପରିସର । ଏହି ମାଘ ମେଳାକୁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ସାଧୁସନ୍ଥ, ଧର୍ମାବଲମ୍ବି ଓ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ସମାଗମ ହୋଇଛି । ପ୍ରଶାସନ ଓ ପୋଲିସ ପ୍ରଶାସନ ତଥା ଯୋରନ୍ଦା ଗ୍ରାମ ପଞ୍ଚାୟତ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ବ୍ୟବସାୟ ପାଇଁ ଦୋକାନ ବଜାର ଗୁଡ଼ିକ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ଖୋଲା ରହିବ । ପ୍ରଶାସନ ପକ୍ଷରୁ ପଲ୍ଲିଶ୍ରୀ ମେଳାର ମଧ୍ୟ ଆୟୋଜନ କରାଯାଇଛି ଚଳିତ ବର୍ଷ ବହୁ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ମାନେ ଆସିଛନ୍ତି । ଅଗ୍ନିରେ ଲକ୍ଷାଧିକ ନଡ଼ିଆ ପୋଡା ଯିବ। ମାନସୀକ ଧାରୀ ମାନେ ଚୁଟି ମଣ୍ଡଳ କରି ସାଧୁ ମାନଙ୍କର ଆର୍ଶିବାଦ ଲାଭ କରୁଛନ୍ତି । ସାଧୁସନ୍ଥ ମାନଙ୍କୁ ଦର୍ଶନ କରି ଶ୍ରଦ୍ଧାଳୁ ଭକ୍ତ ମାନେ ନିଜ, ନିଜ ପରିବାରର ମଙ୍ଗଳ କାମନା କରିବେ । ମାଘମେଳା ପାଇଁ ଯୋରନ୍ଦା ପୀଠରେ ବିଭିନ୍ନ ଦୋକାନ ବଜାର ଖୋଲିଛି ।
ହଜାର ଜହାର ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୃତୟନ କରାଯାଇଛି। ମାଘ ମେଳାରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଝାଡ଼ ଦର୍ଶନ କରିବା ସହ ବାବା ମାନଙ୍କର ସାନିଧ୍ୟ ଲାଭ କରିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଧର୍ମିଣୀ ମୃଦୁଳା ଠାକୁର ପ୍ରଧାନ ମଧ୍ୟ ଯୋରନ୍ଦା ମେଳା ଆସି ବାବା ମାନଙ୍କକର କୃପା ଲାଭ କରିଛନ୍ତି ।
ସିଏଚଏସଇ ଯୁକ୍ତ ୨ ପରୀକ୍ଷା: ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଇବା ଆରମ୍ଭ