- ଜାକ କ୍ୟାଲିସଙ୍କ ରେକର୍ଡ ଭାଙ୍ଗିବେ
- ଇତିହାସ ରଚିବା ରୁଟଙ୍କୁ ୧୧୪ ରନ୍ ଦରକାର
ସମ୍ପ୍ରତି ଟେଷ୍ଟ କ୍ରିକେଟରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିଚାଲିଥିବା ଇଂଲଣ୍ଡର ଷ୍ଟାର ବ୍ୟାଟର ଜୋ ରୁଟ୍ ଆଉ ଏକ ମାଇଲଖୁଣ୍ଟ ନିକଟତର ହୋଇଛନ୍ତି ଏବଂ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ତୃତୀୟ ଟେଷ୍ଟରେ ଏହା ହାସଲ କରିପାରିବେ। ରୁଟ୍ ଗତ କିଛି ବର୍ଷ ମଧ୍ୟରେ ଅନେକ ବ୍ୟାଟିଂ ରେକର୍ଡ ଭାଙ୍ଗିଛନ୍ତି ଏବଂ ସେ ଟେଷ୍ଟ କ୍ରିକେଟର ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର ଭାବେ କ୍ୟାରିୟର ଶେଷ କରିପାରିବେ ।
ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ଟେଷ୍ଟ ସିରିଜ। ୧୪ତାରଖରୁ ହାମିଲଟନରେ ତୃତୀୟ ଟେଷ୍ଟ ଆରମ୍ଭ ହେବ। ଏହି ମ୍ୟାଚ ଜରିଆରେ ରୁଟ ଆଉ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ରୁଟ୍ ଇତି ମଧ୍ୟରେ ୧୫୧ଟି ଟେଷ୍ଟ ଖେଳି ୧୨୮୮୬ ରନ୍ ସଂଗ୍ରହ କରିସାରିଛନ୍ତି। ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍ ତାଲିକାରେ ରୁଟ ବର୍ତ୍ତମାନ ପଞ୍ଚମ ସ୍ଥାନରେ ରହିଛନ୍ତି।
ସର୍ବାଧିକ ଟେଷ୍ଟ ରନ୍ ସ୍କୋରର ତାଲିକା
ଖେଳାଳି | ସମୟ | ମ୍ୟାଚ୍ | ଇନିଂସ | ରନ | ସର୍ବାଧିକ | ଆଭରେଜ | ଶତକ | ଅର୍ଦ୍ଧଶତକ |
ସଚିନ ତେନ୍ଦୁଲକର | ୧୯୮୯-୨୦୧୩ | ୨୦୦ | ୩୨୯ | ୧୫,୯୨୧ | ୨୪୮(ଅ) | ୫୪.୦୪ | ୫୧ | ୬୮ |
ରିକି ପଣ୍ଟିଂ | ୧୯୯୫-୨୦୧୨ | ୧୬୮ | ୨୮୭ | ୧୩୩୭୮ | ୨୫୭ | ୫୧.୫୮ | ୪୧ | ୬୨ |
ଜାକ କ୍ୟାଲିସ | ୧୯୯୫-୨୦୧୩ | ୧୬୬ | ୨୮୦ | ୧୩୨୮୯ | ୨୨୪ | ୫୫.୩୭ | ୪୫ | ୫୮ |
ରାହୁଲ ଦ୍ରାବିଡ଼ | ୧୯୯୬-୨୦୧୨ | ୧୬୪ | ୨୮୬ | ୧୩୨୮୮ | ୨୭୦ | ୫୨.୩୧ | ୩୬ | ୬୩ |
ଜୋ ରୁଟ | ୨୦୧୨– | ୧୫୧ | ୨୭୬ | ୧୨୮୮୬ | ୨୬୨ | ୫୦.୯୩ | ୩୬ | ୬୪ |
ସେ ଆଉ ମାତ୍ର ୧୧୪ ରନ୍ କଲେ ବିଶ୍ୱର ଦ୍ରୁତତମ ବ୍ୟାଟର ଭାବେ ୧୩,୦୦୦ ରନ୍ ପୂରଣ କରିପାରିବେ। ଦକ୍ଷିଣ ଆଫ୍ରିକାର ପ୍ରସିଦ୍ଧ ଅଲରାଉଣ୍ଡର ଜାକ କ୍ୟାଲିସ୍ଙ୍କ ନାମରେ ଏହି ରେକର୍ଡ ରହିଛି। ସେ ୧୫୯ଟି ମ୍ୟାଚ୍ ଖେଳି ୧୩୦୦୦ ରନ୍ ପୂରଣ କରିଥିଲେ। ଭାରତର ରାହୁଲ ଦ୍ରାବିଡ଼ ୧୬୦ଟି ଟେଷ୍ଟ ଖେଳି ୧୩୦୦୦ପୂରଣ କରିଥିଲେ।
ଏହି ତାଲିକାରେ ରିକି ପଣ୍ଟିଂ ତୃତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ଏହି ପୂର୍ବତନ ଅଧିନାୟକ ୧୬୨ ମ୍ୟାଚ୍ ଖେଳି ୧୩୦୦୦ ରନ୍ ପୂରଣ କରିଛନ୍ତି। ସଚିନ ତେନ୍ଦୁଲକର ଚତୁର୍ଥ ସ୍ଥାନରେ ରହିଛନ୍ତି। ମାଷ୍ଟର ବ୍ଲାଷ୍ଟର ୧୬୩ ମ୍ୟାଚ୍ ଖେଳି ଏହି ସଫଳତା ଅର୍ଜନ କରିଥିଲେ। ମାତ୍ର ବିଶ୍ୱର ପ୍ରଥମ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୧୩୦୦୦ ଟେଷ୍ଟ ରନ୍ ପୂରଣ କରିଥିଲେ। କିନ୍ତୁ ସବୁଠୁ କମ୍ ଇନିଂସରେ ୧୩,୦୦୦ ରନ୍ ପୂରଣ କରିଛନ୍ତି। ସେ ୨୬୬ଟି ଇନିଂସରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ।
ଦ୍ରୁତତମ ୧୩,୦୦୦ ଟେଷ୍ଟ ରନ୍ ତାଲିକା
ବ୍ୟାଟର | ବିପକ୍ଷ | ଗ୍ରାଉଣ୍ଡ | ତାରିଖ | ମ୍ୟାଚ୍ | ଇନିଂସ |
ସଚିନ ତେନ୍ଦୁଲକର | ବାଂଲାଦେଶ | ଚଟ୍ଟୋଗ୍ରାମ | ୧୭-୧-୨୦୧୦ | ୧୬୩ | ୨୬୬ |
ଜାକ କ୍ୟାଲିସ | ନ୍ୟୁଜିଲାଣ୍ଡ | କେପ ଟାଉନ | ୨-୧-୨୦୧୩ | ୧୫୯ | ୨୭୩ |
ରିକି ପଣ୍ଟିଂ | ଭାରତ | ଆଡ଼ିଲେଡ | ୨୪-୧-୨୦୧୨ | ୧୬୨ | ୨୭୫ |
ରାହୁଲ ଦ୍ରାବିଡ଼ | ୱେଷ୍ଟ ଇଣ୍ଡିଜ | ୱାଙ୍ଖଡ଼େ | ୨୨-୧୧-୨୦୧୧ | ୧୬୦ | ୨୭୭ |
ରୁଟ ଇତି ମଧ୍ୟରେ ୧୫୧ ଟେଷ୍ଟ ମ୍ୟାଚ୍ ଖେଳି ୧୨,୮୮୬ ରନ୍ କରିଛନ୍ତି। ଇଂଲଣ୍ଡର ଏହି ପୂର୍ବତନ ଅଧିନାୟକ ଟେଷ୍ଟ କ୍ରିକେଟରେ ମୋଟ ୩୬ଟି ଶତକ ଓ ୬୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଥିରେ ତାଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ୨୬୨ ରନ ରହିଛି। ସେ ଅବସର ପୂର୍ବରୁ ସଚିନଙ୍କ ନାମରେ ରହିଥିବା ସର୍ବାଧିକ ରନ୍ ରେକର୍ଡ ଭାଙ୍ଗି ପାରିବେ। ସଚିନ ୨୦୦ଟି ଟେଷ୍ଟ ଖେଳି ୧୫,୯୨୧ ରନ୍ ସଂଗ୍ରହ କରିଛନ୍ତି।
previous article: https://purvapaksa.com/an-indian-cricketer-had-played-19-tests-before-he-finally-made-his-ranji-trophy-debut/