Jodhpur No two storey house: ରାଜସ୍ଥାନର ଯୋଧପୁରର ଡୋଲି ଗାଁ’ ଏକ ନିଆରା ଗାଁ’। ଏଠାରେ ଆପଣଙ୍କୁ କୌଣସି ଦୁଇମହଲା ଘର ମିଳିବ ନାହିଁ। ଗାଁ’ରେ ବୈରାଗୀ ମହାରାଜଙ୍କ ଦୁଇମହଲା ସମାଧି ରହିଛି, ଯେଉଁଥିପାଇଁ ସମଗ୍ର ଗାଁ’ରେ କେବଳ ଗୋଟିଏ ମହଲା ଘର ନିର୍ମାଣ କରାଯାଏ। ଆସନ୍ତୁ ଜାଣିବା ଏହାର ରହସ୍ୟ କ’ଣ…
ଦେଶର ପ୍ରାୟ ୭୦ ପ୍ରତିଶତ ଜନସଂଖ୍ୟା ଗାଁରେ ବାସ କରନ୍ତି। ଦେଶରେ ପ୍ରାୟ ୭ ଲକ୍ଷ ଗାଁ ଅଛି। ଆଜିର ଆଧୁନିକ ଯୁଗରେ, ଅଧିକାଂଶ ଗାଁରେ କଂକ୍ରିଟ୍ ଏବଂ ବହୁତଳ ବିଶିଷ୍ଟ ପ୍ରାସାଦ କିନ୍ତୁ ରାଜସ୍ଥାନର ଯୋଧପୁରରୁ ୩୦ କିଲୋମିଟର ଦୂରରେ ଏମିତି ଏକ ଗାଁ’ ଅଛି, ଯେଉଁଠାରେ ଆପଣ ଗୋଟିଏ ବି ଦୁଇମହଲା ଘର ପାଇବେ ନାହିଁ। ଦୁଇଶହ ବର୍ଷ ତଳେ ଜଣେ ସାଧୁଙ୍କ କହିବା ଅନୁଯାୟୀ ଏହି ଗାଁ’ରେ ଲୋକ ଆଜି ଯାଏ ଦୁଇମହଲା ଘର ତିଆରି କରୁନାହାନ୍ତି।
କେବଳ ଏତିକି ନୁହେଁ, ଏହି ଗାଁ’ରେ କିଛି ସମ୍ପ୍ରଦାୟ ଏବଂ ଜାତିର ଲୋକଙ୍କୁ ରହିବାର ଅନୁମତି ନାହିଁ। ଏହି ଗାଁ’ର ନାମ ଡୋଲି ଗାଁ’ ଏବଂ ଏହା ଯୋଧପୁର ବାରମେର ରାଜପଥ ନିକଟରେ ଅବସ୍ଥିତ। ଗାଁ’ରେ ରହୁଥିବା ଲୋକମାନେ ଦୁଇମହଲା ଘର ତିଆରି କରନ୍ତି ନାହିଁ। ଅଳଙ୍କାର ବ୍ୟବସାୟୀମାନେ ରାତିରେ ଏଠାରେ ରହନ୍ତି ନାହିଁ। ଯଦି କୌଣସି ଅଳଙ୍କାର ବ୍ୟବସାୟୀ ଏହି ଗାଁ’କୁ ଆସନ୍ତି ତେବେ ରାତିସୁଧା ତାଙ୍କୁ ଗାଁ’ ତ୍ୟାଗ କରିବାକୁ ପଡ଼େ। ଏମିତିକି ଏହି ଗାଁ’ରେ ତେଲଘଣା ମଧ୍ୟ ନାହିଁ। ଏହି ଗାଁ’ ଏବେବି ୨୦୦ ବର୍ଷ ପୂର୍ବେ ବୈରାଗୀ ମହାରାଜ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛି।
୨୦୦ ବର୍ଷ ପୁରୁଣା କାହାଣୀ
ଗାଁଲୋକଙ୍କ ଅନୁସାରେ ୨୦୦ ବର୍ଷ ପୂର୍ବେ ହରିରାମ ବୈରାଗୀ ମହାରାଜ ଡଲି ଗାଁ’ରେ ତପସ୍ୟା କରୁଥିଲେ। ତାଙ୍କ ତପସ୍ୟା ସମୟରେ, ସେ ଏକ ଶୁଖିଲା କାଠ ରୋପଣ କରିଥିଲେ ଯାହା ଏବେ ବି ଗାଁ’ରେ ଖେଜାରି ଗଛ ଆକାରରେ ଅଛି। ରାଜା ଏବଂ ମହାରାଜାମାନଙ୍କ ସମୟରେ, କବିରାଜ ମୁରାରୀ ଲାଲଜୀ ଚରଣଙ୍କୁ ଯୋଧପୁରର ରାଜା ୧୨ଟି ଗ୍ରାମ ଦେଇଥିଲେ। ଏହି ଡଲି ଗାଁ’ ମଧ୍ୟ ଏଥିମଧ୍ୟରେ ଅନ୍ତର୍ଭୁକ୍ତ ଥିଲା। କବି ମୁରାରି ଲାଲ ବୈରାଗୀ ମହାରାଜଙ୍କୁ ଗାଁ’ରେ କରଣୀ ମାତାଙ୍କ ଏକ ମନ୍ଦିର ନିର୍ମାଣ କରିବାକୁ କହିଥିଲେ।
କବି ମୁରାରୀଙ୍କ କଥା ଶୁଣିବା ପରେ, ହରିରାମ ବୈରାଗୀ ମନ୍ଦିର ନିର୍ମାଣ କରିବାକୁ ମନାକରିଦେଲେ ଏବଂ କହିଥିଲେ ଯେ ସେ ଦେବୀଙ୍କୁ ପରିତ୍ୟାଗ କରିଛନ୍ତି। ଏହାପରେ ବୈରାଗୀ ମହାରାଜ ତୀର୍ଥଯାତ୍ରାରେ ଚାଲିଗଲେ। ତାଙ୍କ ଯିବା ପରେ, କବିରାଜ ଗାଁ’ରେ କରଣୀ ମାତାଙ୍କ ମନ୍ଦିର ନିର୍ମାଣ କରିଥିଲେ ଏବଂ ମୂର୍ତ୍ତି ସ୍ଥାପନ କରିଥିଲେ। ମହାରାଜ ତୀର୍ଥଯାତ୍ରାରୁ ଫେରିବା ପରେ ମୁରାରୀ ଲାଲାଜୀଙ୍କୁ ‘ତୁମେ ଏହି ମନ୍ଦିର କାହିଁକି ନିର୍ମାଣ କଲ?’ ବୋଲି ପଚାରିଥିଲେ। କବିରାଜ ଉତ୍ତରରେ କହିଥିଲେ ଯେ ‘ଏହା ମୋର ଇଷ୍ଟଦେବୀ, ମୁଁ ପ୍ରତିଦିନ ତାଙ୍କୁ ମିଠା ପ୍ରସାଦ ଅର୍ପଣ କରିବି।’ ଏଥିରେ ବୈରାଗୀ ମହାରାଜ କ୍ରୋଧିତ ହେଲେ। ସେ କବିରାଜଙ୍କୁ ଭର୍ତ୍ସନା କରି କହିଲେ, ‘ତୁମ ପରେ, ତୁମକୁ ପାଣି ଦେବାକୁ କେହି ରହିବେ ନାହିଁ।’
କବିରାଜ ନିବଂଶ ହେଲେ
ବୈରାଗୀ ମହାରାଜଙ୍କ ଭର୍ତ୍ସନା ପରେ, କବିରାଜଙ୍କ ଘର ଉପରେ ବିପତ୍ତି ପଡ଼ିଲା। ତାଙ୍କ ପରେ ତାଙ୍କ ବଂଶରେ କେହି ରହିନଥିଲେ। ୧୨ଟି ଗାଁ’ର ଜମିଦାରଙ୍କ ଦେଖାଶୁଣା କରିବା ପାଇଁ ମଧ୍ୟ କେହି ମିଳିଲେ ନାହିଁ। ଆଜି ଗାଁ’ରେ ନିର୍ମିତ ସମସ୍ତ ପ୍ରାସାଦ ସରକାରଙ୍କ ଅଧୀନରେ ଅଛି। ଅନ୍ୟପକ୍ଷରେ, ବୈରାଗୀ ମହାରାଜ ଡୋଲି ଗାଁ’ ଛାଡ଼ି ଚାଲିଗଲେ। ସାରା ଗାଁ’ ତାଙ୍କୁ ରହିବାକୁ ଅନୁରୋଧ କରିବାକୁ ଲାଗିଲା। କିନ୍ତୁ ସେ ଅଟକି ନ ଥିଲେ। ଏହି ସମୟରେ, ଲୋକଙ୍କ ବିଶ୍ୱାସ ଦେଖି ସେ ଗାଁ’ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ତାଙ୍କର ସମାଧି ସ୍ଥଳ ଏଠାରେ ଏହିପରି ରହିବ। ମୋ ସମାଧି ଦିନ, ସମଗ୍ର ଗାଁ’ ଚାରିପାଖରେ କ୍ଷୀରର ଏକ ଧାରା ପ୍ରବାହିତ ହେବ ଏବଂ କାହାରି ଘର ମୋ ସମାଧି ଉପରେ ରହିବ ନାହିଁ।
ଦୁଇମହଲା ଘର ତିଆରି ପରେ ଅଘଟଣ
ଏହା ପରଠାରୁ ଗାଁ’ରେ କେବଳ ଏକ ମହଲା ଘର ତିଆରି ହୋଇଆସୁଛି। କୁହାଯାଏ ଯେ କିଛି ଲୋକ ଏହାକୁ ଅନ୍ଧବିଶ୍ୱାସ ଭାବି ଦୁଇମହଲା ଘର ତିଆରି କରିଥିଲେ। କିନ୍ତୁ ସେମାନଙ୍କର ଅମଙ୍ଗଳ ହୋଇଥିଲା। ଏପରିକି କିଛିଙ୍କର ବଂଶନାଶ ହୋଇଥିଲା। ସେବେଠାରୁ ଏହି ଗାଁ’ରେ କେହି ମଧ୍ୟ ଦୁଇମହଲା ଘର ତିଆରି କରନ୍ତି ନାହିଁ।
Also readhttps://purvapaksa.com/this-bird-doubles-its-age-before-dying/
ଏହି ପକ୍ଷୀ ନିଜ ଜୀବନକାଳରେ ଦୁଇଥର ନିଏ ଜନ୍ମ, ମରିବା ଆଗରୁ ବଢ଼ାଇଥାଏ ନିଜ ଆୟୁଷ
