Jaya- Amitabh Bachchan : ‘ଅମିତାଭ ବଚ୍ଚନ’ ଭାରତୀୟ ସିନେମାର ଏପରି ଏକ ନାମ, ଯାହାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ତାଙ୍କ କଳା ଏବଂ କଠିନ ପରିଶ୍ରମ ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରାଇ ପାରିଛନ୍ତି । ସିନେମା ଜଗତକୁ ସେ ଅନେକ ସୁପର ହିଟ ଫିଲ୍ମ ଦେଇ ଦର୍ଶକଙ୍କର ମନରେ ରାଜ କରୁଛନ୍ତି । ତେବେ କେବଳ ସେ ତାଙ୍କର ରିଲ ଲାଇଫକୁ ନେଇ ନୁହେଁ ବରଂ ତାଙ୍କ ରିଏଲ ଲାଇଫକୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚାର କାରଣ ହୋଇଥାନ୍ତି ।
ଏମିତି ତ ତାଙ୍କ ନାମ ସହିତ ଅନେକ ଅଭିନେତ୍ରୀଙ୍କ ନାମ ଯୋଡ଼ା ଯାଇଛି । ହେଲେ ସେ ସମସ୍ତ ଗୁଜବକୁ ଏଡ଼ାଇ କେବଳ ଜୟ ବଚ୍ଚନଙ୍କୁ ବିବାହ କରିଥିଲେ । ହେଲେ ଆପଣମାନେ ଅମିତାଭ ଏବଂ ଜୟାଙ୍କ ପ୍ରେମ କାହାଣୀ ବିଷୟରେ ଜାଣିଛନ୍ତି କି ? ଚାଲନ୍ତୁ ଜାଣିବା କିପରି ଆରମ୍ଭ ହୋଇଥିଲା ତାଙ୍କ ପ୍ରେମ କାହାଣୀ ?
ଅମିତାଭ ବଚ୍ଚନ ୧୯୭୩ ମସିହାରେ ଜୟା ବଚ୍ଚନଙ୍କୁ ବିବାହ କରିଥିଲେ । ବିବାହକୁ ୫୧ ବର୍ଷ ବିତିଗଲାଣି ଏବଂ ଦୁହେଁ ସୁଖୀ ଦାମ୍ପତ୍ୟ ଜୀବନ ବିତାଉଛନ୍ତି। ବିବାହ ପୂର୍ବରୁ ଅମିତାଭ ବଚ୍ଚନ ଓ ଜୟା ପରସ୍ପରକୁ କିଛି ସମୟ ଡେଟ୍ କରିଥିଲେ। କିନ୍ତୁ ଆପଣ ଜାଣନ୍ତି କି ଅମିତାଭ ବଚ୍ଚନ ତାଙ୍କ ବାପା ହରିବଂଶ ରାୟ ବଚ୍ଚନଙ୍କ କାରଣରୁ ଜୟାଙ୍କୁ ବିବାହ କରିଥିଲେ । ଜୟା ବଚ୍ଚନ ଏକ ସାକ୍ଷାତକାରରେ ବିଗ୍ ବିଙ୍କୁ ନେଇ ଆଉ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି ।
ଅମିତାଭ ବଚ୍ଚନ ସିମି ଗରେଓ୍ଵାଲଙ୍କ ଚାଟ୍ ସୋ’ ‘ରେଣ୍ଡେଜାଉସ୍’ରେ ତାଙ୍କ ଏବଂ ଜୟା ବଚ୍ଚନଙ୍କ ପ୍ରେମ କାହାଣୀ ବିଷୟରେ ବର୍ଣ୍ଣନା କରିଥିଲେ। ଏକ ପତ୍ରିକାର କଭର ପେଜରେ ଜୟାଙ୍କ ଫଟୋ ଦେଖି ସେ କିପରି ପ୍ରଭାବିତ ହୋଇଥିଲେ ତାହା କହିଥିଲେ। ଜୟାଙ୍କ ଆଖି ତାଙ୍କୁ ବହୁତ ପସନ୍ଦ ଆସିଥିଲା ବୋଲି ବିଗ୍ ବି ପ୍ରକାଶ କରିଥିଲେ। ଜୟା ୧୯୭୦ ରେ ପ୍ରଥମ ଥର ପାଇଁ ପୁଣେ ଫିଲ୍ମ ଇନଷ୍ଟିଚ୍ୟୁଟରେ ଅମିତାଭ ବଚ୍ଚନଙ୍କୁ ଦେଖିଥିଲେ ଏବଂ ତାଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇଥିଲେ ।
ନାତୁଣୀ ନଭ୍ୟା ନନ୍ଦାଙ୍କ ସହ କଥାବାର୍ତ୍ତା ବେଳେ ଜୟା ବଚ୍ଚନ ତାଙ୍କ ପଡ୍କାଷ୍ଟ ହ୍ଵାଟ୍ ଦ ହେଲ୍ ନଭ୍ୟାରେ ପ୍ରକାଶ କରିଥିଲେ ଯେ ବିଗ୍ ବି ଚାହୁଁଥିଲେ ଯେ ଜୟା ବିବାହ ପରେ ନିୟମିତ କାମ କରନ୍ତୁ ନାହିଁ। ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ ତାଙ୍କ କାର୍ଯ୍ୟଭାର କମ୍ ହେବ ବୋଲି ଭାବି ସେମାନେ ଅକ୍ଟୋବରରେ ବିବାହ କରିବାକୁ ଯୋଜନା କରୁଥିଲେ। ତେବେ ଅମିତାଭ ତାଙ୍କ ପତ୍ନୀଙ୍କୁ ସିଲେକ୍ଟିଭ୍ ଫିଲ୍ମ ଚୟନ କରି ସଠିକ୍ ସ୍କ୍ରିପ୍ଟ ଏବଂ ସଠିକ୍ ଲୋକଙ୍କୁ ବାଛିବାକୁ କହିଥିଲେ।
କେମିତି ବଢ଼ିଲା ଅମିତାଭ-ଜୟାଙ୍କ ପ୍ରେମ…
ଅମିତାଭ ବଚ୍ଚନ ଏବଂ ଜୟାପ୍ରଥମେ ଫିଲ୍ମ ‘ଗୁଡ୍ଡି’ର ସୁଟିଂ ସେଟରେ ଭେଟିଥିଲେ । ଏହି ଫିଲ୍ମରେ ଉଭୟଙ୍କୁ କାଷ୍ଟ କରାଯାଇଥିଲା ଏବଂ ସେଠାରେ ଦୁହେଁ ବନ୍ଧୁ ହୋଇଯାଇଥିଲେ । ଏହାପରେ ଦୁହେଁ ଫିଲ୍ମ ‘ଏକ ନଜର’ରେ ଏକାଠି କାମ କରିଥିଲେ ଏବଂ ସେମାନଙ୍କ ପ୍ରେମ ବଢିଥିଲା । ଅମିତାଭ ବଚ୍ଚନ ଜୟାଙ୍କୁ ତାଙ୍କ ବନ୍ଧୁ ଚନ୍ଦ୍ର ବାରୋଟଙ୍କ ଘରେ ଗୁପ୍ତ ଭାବେ ସାକ୍ଷାତ କରୁଥିଲେ।
ଅମିତାଭ-ଜୟା ବିଦେଶ ଗସ୍ତରେ ଯିବାକୁ ଯାଉଥିଲେ ଏବଂ ତା’ପରେ…
ଅମିତାଭ ବଚ୍ଚନ ଏବଂ ଜୟା ବକ୍ସ ଅଫିସରେ ବ୍ଲକବଷ୍ଟର ହୋଇଥିବା ଫିଲ୍ମ ‘ଜଞ୍ଜିର’ରେ କାମ କରିଥିଲେ । ଏହି ଖୁସିରେ ଫିଲ୍ମର ନିର୍ଦ୍ଦେଶକ ପ୍ରକାଶ ମେହେରା ‘ଜଞ୍ଜିର’ର ଷ୍ଟାର କାଷ୍ଟକୁ ବିଦେଶ ଗସ୍ତରେ ନେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବିଗ୍ ବିଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କୁ ଏହା ପସନ୍ଦ ଆସିନଥିଲା ଏବଂ ସେ ଏକ ସର୍ତ୍ତ ରଖିଥିଲେ।
ହରିବଂଶ ରାୟ ବଚ୍ଚନଙ୍କ ସର୍ତ୍ତ ଥିଲା ଯେ ଯଦି ବିଗ୍ ବି ଜୟାଙ୍କ ସହ ବିଦେଶ ଭ୍ରମଣରେ ଯିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ପ୍ରଥମେ ବିବାହ କରିବାକୁ ପଡ଼ିବ। ଏଭଳି ସ୍ଥିତିରେ ଅମିତାଭ ବଚ୍ଚନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା ଏବଂ ସେ ଦକ୍ଷିଣ ମୁମ୍ବାଇର ଏକ ମନ୍ଦିରରେ ଜୟାଙ୍କ ସହ ଗୁପ୍ତରେ ସାତ ଥର ବୁଲିଥିଲେ। ଏହି ସମୟରେ କେବଳ ତାଙ୍କ ଅତି ନିକଟ ସମ୍ପର୍କୀୟ ଓ ସାଙ୍ଗସାଥୀମାନେ ଉପସ୍ଥିତ ଥିଲେ। ଅମିତାଭ ବଚ୍ଚନଙ୍କୁ ବିଦେଶ ଗସ୍ତ ରେ ଗୁପ୍ତ ଭାବରେ ବିବାହ କରିବାର ଧାରଣା ଦେଇଥିବା ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି ବରଂ ତାଙ୍କ ବନ୍ଧୁ ଚନ୍ଦ୍ର ବାରୋଟ ।
ALSO READ: https://purvapaksa.com/ranya-rao-smuggled-14-56-kg-gold-earlier-says-dri