Benefits Of Jamun: ଜାମୁ କୋଳିର ପାଉଡର ବା ଗୁଣ୍ଡ ପ୍ରକୃତିର ଏକ ଅନମୋଲ ଉପହାର, ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଆୟୁର୍ବେଦରେ ଏହାର ବିଶେଷ ମହତ୍ତ୍ୱ ଅଛି। ଏହା ପେଟକୁ ସଫା କରିବାରେ ସାହାଯ୍ୟ କରେ। ଏହାର ଔଷଧୀୟ ଗୁଣ ପାଇଁ ଏହାକୁ ଘରୋଇ ଉପଚାର ମଧ୍ୟରେ ସ୍ଥାନ ଦିଆଯାଇଛି ।
ଆୟୁର୍ବେଦର ପ୍ରସିଦ୍ଧ ଗ୍ରନ୍ଥ ‘ଚରକ ସଂହିତା’ ରେ ଜାମୁ କୋଳିର ସମ୍ପୂର୍ଣ୍ଣ ଗଛର ବ୍ୟବହାରର ଉଲ୍ଲେଖ କରାଯାଇଛି। ଜାମୁ କୋଳି ପତ୍ର, ଫଳ, ମଞ୍ଜି ଓ ମୂଳ ଆୟୁର୍ବେଦୀୟ ଔଷଧୀୟ ତିଆରି କରିବାରେ କାମରେ ଆସେ।
ଜାମୁ କୋଳି ବହୁତ ହେଲ୍ଦି ଏବଂ ସ୍ୱାଦିଷ୍ଟ ଫଳ । ଏହା ଗ୍ରିଷ୍ମକାଳରେ ବାଜାରରେ ଅଧିକମାତ୍ରାରେ ଦେଖିବାକୁ ମିଳେ ।
ପ୍ରୀ-ଡାୟବେଟିଜ୍ କିମ୍ବା ଡାୟବେଟିଜ୍ ରୋଗୀଙ୍କ ପାଇଁ ଲାଭଦାୟକ
ଜାମୁ କୋଳିକୁ ଖାଇବା ପରେ ଏହାର ମଞ୍ଜିକୁ ନ ଫିଙ୍ଗି ଭଲ ଭାବରେ ସଫା କରି ସୂର୍ଯ୍ୟ କିରଣରେ ଶୁଖେଇ ଦିଅନ୍ତୁ । ଏହା ପରେ ଏହାର ଚୁର୍ଣ୍ଣ ବନାନ୍ତୁ। ଏହାର ଚୁର୍ଣ୍ଣର ବହୁତ ଫାଇଦା ଅଛି। ଯଦି ଆପଣ ପ୍ରୀ-ଡାଇବିଟିସ୍ କିମ୍ବା ଡାଇବିଟିସ୍ ର ରୋଗୀ, ତେବେ ଏହାର ଚୁର୍ଣ୍ଣ ଆପଣଙ୍କ ପାଇଁ ବହୁତ ଲାଭକାରୀ। ଚୁର୍ଣ୍ଣଟି ଦେହରେ ଇନ୍ସୁଲିନ୍ ର ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରେ। ଡାଇବିଟିସ୍ ର ମାରିଜ୍ ଯଦି ଜାମୁ କୋଳିର ମଞ୍ଜିର ପାଉଡର୍ (ଚୁର୍ଣ୍ଣ) କୁ ସେବନ କରନ୍ତି, ତେବେ ସେମାନଙ୍କର ବ୍ଲଡ୍ ସୁଗର୍ ଲେଭେଲ୍ ନିୟନ୍ତ୍ରଣରେ ରହିବ। ପ୍ରୀ-ଡାଇବିଟିସ୍ ରେ ପାଉଡର୍ ଖାଇଲେ ଡାଇବିଟିସ୍ ହେବାକୁ ରୋକାଯାଇ ପାରିବ ।
ବ୍ଲଡ୍ ପ୍ରେଶର୍ କୁ ନିୟନ୍ତ୍ରଣରେ ରଖିବାରେ ସହାୟତା କରେ
ଜାମୁ କୋଳିର ମଞ୍ଜିରେ ଥିବା ଗୁଣ ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ । ଏହା ସହିତ, ଏହା ଶରୀରକୁ ଡିଟକ୍ସ କରିବାରେ ସାହାଯ୍ୟ କରେ। ସସ୍ଥ ରହିବା ପାଇଁ ଶରୀରକୁ ସମୟ ସମୟରେ ଡିଟକ୍ସ କରିବା ଖୁବ ଆବଶ୍ୟକ। ପ୍ରତିଦିନ ଏହାର ଗୁଣ୍ଡରୁ ଖାଇବା ଦ୍ୱାରା ଶରୀରକୁ ଡିଟକ୍ସ କରାଯାଇପାରେ। ଏହାର ସେବନ କରିଲେ ଶରୀରରେ ଜମା ହୋଇଥିବା ଖରାପ ଜିନିଷ ବାହାରିଯାଏ ବା ଶରୀର ଡିଟକ୍ସ ହୋଇଯାଏ।
ଜାମୁ କୋଳିର ମଞ୍ଜିରେ ଏଣ୍ଟିଅକ୍ସିଡେଣ୍ଟ୍ ଗୁଣ ରହିଥାଏ, ଯାହା ଶରୀରକୁ ଫ୍ରୀ ରେଡିକ୍ୟାଲ୍ସରୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରେ । ଏହାର ଚୂର୍ଣ୍ଣର ସେବନରୁ ଲିଭରର କୋଷକୁ ସୁରକ୍ଷା ମିଳିଥାଏ। ଏହା ସହିତ, ଏହା ହାର୍ଟ ପାଇଁ ମଧ୍ୟ ବହୁତ ଭଲ। ଏଥିରେ ଏଣ୍ଟି-ଇନ୍ଫ୍ଲେମେଟରୀ ଗୁଣ ମଧ୍ୟ ରହିଛି, ଯାହା ଲିଭର ଏବଂ ହାର୍ଟରକୁ ସୁରକ୍ଷା ଦେଇଥାଏ । ଚୂର୍ଣ୍ଣର ସେବନ ମୋଟାପାକୁ କମାଇବାରେ ମଧ୍ୟ ସାହାଯ୍ୟକାରୀ।
ALSO READ: https://purvapaksa.com/health-benefits-of-pumpkin-seed/