Bangladesh: ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଉଗ୍ରବାଦୀଙ୍କ କଠୋର ସରକାରର ଉତ୍ଥାନ ପରେ ବାଂଲାଦେଶ ଗୋଟିଏ ପଟେ ଭାରତ ସହ ଉତ୍ତମ ସମ୍ପର୍କ ରଖିବା କଥା କହୁଥିବାବେଳେ ଅନ୍ୟପଟେ ପ୍ରତ୍ୟେକ ଭୁଲ ପାଇଁ ଭାରତକୁ ଦାୟୀ କରୁଛି। ଏହି ପରିପ୍ରେକ୍ଷୀରେ ଭାରତ ଏବେ କଠୋର ବାର୍ତ୍ତା ଦେଇଛି ଯେ ସେମାନେ କେଉଁ ପ୍ରକାର ସମ୍ପର୍କ ଚାହୁଁଛନ୍ତି ତାହା ସ୍ଥିର କରିବା ଆବଶ୍ୟକ। ଏହା ଉଭୟ ଉତ୍ତମ ସମ୍ପର୍କ ବିଷୟରେ କହିବା ଏବଂ ସବୁକିଛି ପାଇଁ ଭାରତକୁ ଦାୟୀ କରିବା ହୋଇପାରିବ ନାହିଁ।
- ବାଂଲାଦେଶର ଅନ୍ତରୀଣ ସରକାର କ୍ରମାଗତଭାବେ ଭାରତ ଉପରେ ଅଭିଯୋଗ ଆଣିଛନ୍ତି।
- ସମ୍ପର୍କକୁ ନେଇ ଜୟଶଙ୍କର ବାଂଲାଦେଶକୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି।
- ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କୁ ନେଇ ସେ ଭାରତର ଚିନ୍ତା ପ୍ରକଟ କରିଛନ୍ତି।
- ଜୟଶଙ୍କର କହିଛନ୍ତି ଯେ ବାଂଲାଦେଶ ଭାରତ ସହ କିପ୍ରକାର ସମ୍ପର୍କ ଚାହୁଁଛି ତାହା ସ୍ଥିର କରିବା ଦରକାର।
ବାଂଲାଦେଶରେ ଶେଖ ହାସିନା ସରକାରର ପତନ ଓ ମହମ୍ମଦ ୟୁନୁସଙ୍କ ସଖି କଣ୍ଢେଇ ସରକାର କ୍ଷମତାକୁ ଆଗମନ ସହିତ ଭାରତ ସହିତ ସମ୍ପର୍କ ତିକ୍ତ ହୋଇପଡ଼ିଛି। ମଧ୍ୟବର୍ତ୍ତୀକାଳୀନ ସରକାରରେ ସାମିଲ ଥିବା ବ୍ୟକ୍ତିମାନେ ସମୟ ସମୟରେ ଭାରତ ବିରୁଦ୍ଧରେ ବିଷ ଓଗାଳି ଆସୁଛନ୍ତି। ଏହାରି ଭିତରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ବାଂଲାଦେଶକୁ କଡ଼ା ସନ୍ଦେଶ ଦେଇଛନ୍ତି। ବାଂଲାଦେଶୀ ନେତାଙ୍କୁ ସ୍ପଷ୍ଟ ଶବ୍ଦରେ ସେ କହିଛନ୍ତି ଯେ, ବାଂଲାଦେଶ ଭାରତ ସହିତ କି ପ୍ରକାରର ସମ୍ପର୍କ ଚାହୁଁଛି ତାହା ପ୍ରଥମେ ସ୍ଥିର କରିବା ଉଚିତ। ସେ କହିଛନ୍ତି ଯେ ବାଂଲାଦେଶକୁ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ସେମାନେ ଭାରତ ସହିତ କି ପ୍ରକାରର ସମ୍ପର୍କ ଚାହୁଁଛି। କେତେବେଳେ ସେମାନେ ଭାରତ ସହିତ ଭଲ ସମ୍ପର୍କ କଥା କହୁଛନ୍ତି ପୁଣି କେତେବେଳେ ସେମାନଙ୍କର ସବୁ ଅସୁବିଧା ପାଇଁ ଭାରତକୁ ଦାୟୀ କରି ଏଣୁତେଣୁ କହୁଛନ୍ତି ଗତ ସପ୍ତାହରେ ମସ୍କଟରେ ବାଂଲାଦେଶୀ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବା ସମୟରେ ସେ ଢାକାକୁ ଏଭଳି ସ୍ପଷ୍ଟ ଓ କଡ଼ା ସନ୍ଦେଶ ଦେଇଛନ୍ତି।
ଏସ୍. ଜୟଶଙ୍କର ଶନିବାର ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ କହିଥିଲେ ଯେ ବାଂଲାଦେଶ ସରକାରରେ ସାମିଲ ଥିବା କିଛି ବ୍ୟକ୍ତି ପ୍ରତିଦିନ ଭାରତକୁ ଦୋଷ ଦିଅନ୍ତି। କିଛି ଅଭିଯୋଗ ସମ୍ପୂର୍ଣ୍ଣ ଅବାନ୍ତର। ସେ କହିଲେ, ‘ଗୋଟିଏ ପଟେ ତୁମେ ଭଲ ସମ୍ପର୍କ ବିଷୟରେ କହୁଛ, କିନ୍ତୁ ଅନ୍ୟପଟେ ତୁମେ ତୁମର ପ୍ରତ୍ୟେକ ଭୁଲ ପାଇଁ ଆମକୁ ଦାୟୀ କରୁଛ।’ ବାଂଲାଦେଶ କ’ଣ ଚାହୁଁଛି ତାହା ନିଷ୍ପତ୍ତି ନେବାକୁ ପଡ଼ିବ। ଜୟଶଙ୍କର କହିଛନ୍ତି ଯେ ଦୁଇଦେଶ ମଧ୍ୟରେ ସମ୍ପର୍କରେ ଦୁଇ ପ୍ରକାରର ସମସ୍ୟା ରହିଛି। ପ୍ରଥମତଃ, ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ। ଦ୍ୱିତୀୟତଃ, ବାଂଲାଦେଶର ନିଜସ୍ୱ ରାଜନୀତି।
ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଆମ ପାଇଁ ଚିନ୍ତାର ବିଷୟ। ଆମେ ଏହା ଉପରେ ଆମର ମତାମତ ପ୍ରକାଶ କରିଛୁ ଏବଂ ଏହା ଜାରି ରଖିବୁ। ବାଂଲାଦେଶର ନିଜସ୍ୱ ରାଜନୀତି ଅଛି, କିନ୍ତୁ ଆମେ ଭୁଲିଯିବା ଉଚିତ୍ ନୁହେଁ ଯେ ଆମେ ପଡ଼ୋଶୀ ଦେଶ। ସେ କହିଥିଲେ, ‘ସେମାନଙ୍କୁ (ବାଂଲାଦେଶ) ଆମ ସହିତ କି ପ୍ରକାରର ସମ୍ପର୍କ ରଖିବାକୁ ଚାହୁଁଛନ୍ତି ତାହା ଉପରେ ନିଷ୍ପତ୍ତି ନେବାକୁ ପଡିବ।’ ବାଂଲାଦେଶ ସହିତ ଆମର ଏକ ଦୀର୍ଘ ଇତିହାସ ଅଛି। ୧୯୭୧ ମସିହାରୁ ଆମର ସେମାନଙ୍କ ସହକ ବିଶେଷ ସମ୍ପର୍କ ରହିଛି।
ଜୟଶଙ୍କର ବାଂଲାଦେଶ ସହିତ ସମ୍ପର୍କ ଉପରେ ସ୍ପଷ୍ଟ ଭାବରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ବାଂଲାଦେଶ ସରକାରଙ୍କ କିଛି ଲୋକ ପ୍ରତିଦିନ ଭାରତକୁ ଦୋଷ ଦିଅନ୍ତି। ଜୟଶଙ୍କର କହିଛନ୍ତି, ‘ଯଦି ମଧ୍ୟବର୍ତ୍ତୀକାଳୀନ ସରକାରରେ ସାମିଲ ଥିବା କେହିକେହି ପ୍ରତିଦିନ ସକାଳୁ ଉଠି ସବୁକିଛି ପାଇଁ ଭାରତକୁ ଦାୟୀ କରନ୍ତି, ସେଥିମଧ୍ୟରୁ କିଛି କଥା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ।’ ତୁମେ ଗୋଟିଏ ପଟେ କହିପାରିବ ନାହିଁ ଯେ ଆମେ ଭଲ ସମ୍ପର୍କ ରଖିବାକୁ ଚାହୁଁଛୁ କିନ୍ତୁ ଅନ୍ୟପଟେ ପ୍ରତିଦିନ ସକାଳେ ଉଠି ସବୁ ଭୁଲ ପାଇଁ ଆମକୁ ଦୋଷ ଦେବ। ସେମାନେ ଆମ ସହିତ କେଉଁଭଳି ସମ୍ପର୍କ ଚାହୁଁଛନ୍ତି ସେବାବଦରେ ନିଷ୍ପତ୍ତି ନେବାକୁ ପଡ଼ିବ। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ ନେଇ ଚିନ୍ତା ପ୍ରକାଶ କରି ଜୟଶଙ୍କର କହିଛନ୍ତି ଯେ, ‘ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ କ୍ରମାଗତ ଭାବେ ହେଉଥିବା ଆକ୍ରମଣ ସ୍ପଷ୍ଟ ଭାବରେ ଆମର ଚିନ୍ତାଧାରାକୁ ପ୍ରଭାବିତ କରିଛି ଏବଂ ଏହା ଏପରି କିଛି ଯାହା ବିଷୟରେ ଆମକୁ କହିବାକୁ ପଡ଼ିବ, ଯାହା ଆମେ କରିଛୁ।’ ଅନ୍ୟ ଦିଗଟି ହେଉଛି ସେମାନଙ୍କର ନିଜସ୍ୱ ରାଜନୀତି ଅଛି, କିନ୍ତୁ ଶେଷରେ, ଉଭୟ ଦେଶ ପଡ଼ୋଶୀ।
Also readhttps://purvapaksa.com/champions-trophy-2025-pakistan-intel-warns-of-iskp-plot-to-kidnap-foreigners/
ଚମ୍ପିଆନ୍ସ ଟ୍ରଫି : ଖେଳାଳୀ ଓ ଦର୍ଶକଙ୍କ ଉପରେ ଆକ୍ରମଣ ପାଇଁ ଇସଲାମିକ୍ ଷ୍ଟେଟ୍ର ଷଡ଼ଯନ୍ତ୍ର!
