ପହଲଗାମ ଗଣହତ୍ୟାର ଗୁରୁତ୍ୱପୂର୍ଣ୍ଣ ଏବଂ ନିୟନ୍ତ୍ରିତ ଜବାବରେ ଭାରତ ବୁଧବାର ସକାଳେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜମ୍ମୁ-କଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରି ‘ଅପରେସନ୍ ସିନ୍ଦୂର’ ନାମକ ଏକ ନିର୍ଦ୍ଦିଷ୍ଟ ଆକ୍ରମଣ ଅଭିଯାନ ଆରମ୍ଭ କରିଥିଲା।
ଏହାପରେ ଏକ୍ସ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ‘ଜୟ ହିନ୍ଦ୍’ ଟ୍ରେଣ୍ଡ ହେବାରେ ଲାଗିଥିଲା କାରଣ ସାରାଦେଶର ରାଜନୈତିକ ନେତା ଏବଂ ସେଲିବ୍ରିଟିମାନେ ପାକିସ୍ତାନ ଏବଂ ପାକ୍ ଅଧିକୃତ କଶ୍ମୀରର ୯ଟି ସ୍ଥାନରେ ଆକ୍ରମଣ କରିଥିବାରୁ ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି।
रक्षा मंत्री राजनाथ सिंह ने तीनों सेना प्रमुखों से बात की, स्ट्राइक के बाद मौजूदा हालात की समीक्षा की साथ ही रक्षा मंत्री ने तीनों सेना प्रमुखों को ऑपरेशन सिंदूर की दी बधाई.#RajnathSingh #OperationSindoor #IndianArmy #PahalgamTerrroristAttack pic.twitter.com/8NsaW4iLIe
— India TV (@indiatvnews) May 7, 2025
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ୍ସରେ ଏହି ଟ୍ରେଣ୍ଡ ଆରମ୍ଭ କରି କହିଛନ୍ତି, ‘ଭାରତ ମାତା କି ଜୟ’।
जय हिंद!
जय हिंद की सेना! pic.twitter.com/PnKDbc8R6z
— Yogi Adityanath (@myogiadityanath) May 6, 2025
ଏହାର କିଛିସମୟ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟୁଇଟ୍ କରି ଲେଖିଥିଲେ, ଜୟ ହିନ୍ଦ୍! ଜୟ ହିନ୍ଦ୍ କି ସେନା!
जय हिन्द 🇮🇳#OperationSindoor pic.twitter.com/mJ79M7LdlM
— Himanta Biswa Sarma (@himantabiswa) May 6, 2025
ଆକ୍ରମଣ ପରେ ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଚିରାଗ ପାସୱାନ ପ୍ରମୁଖ ‘ଜୟ ହିନ୍ଦ୍’ ପୋଷ୍ଟ କରିଥିଲେ।
सत्यमेव जयते!
जय हिंद की सेना।#OperationSindoor pic.twitter.com/RE2f6cnBQP
— युवा बिहारी चिराग पासवान (@iChiragPaswan) May 6, 2025
Proud of our Armed Forces. Jai Hind!
— Rahul Gandhi (@RahulGandhi) May 7, 2025
Jai Hind. 🇮🇳 pic.twitter.com/g8it9KPxKh
— Priyanka Chaturvedi🇮🇳 (@priyankac19) May 7, 2025
ବିରୋଧୀ ଦଳ ନେତାମାନେ ଏହି ଭାବନାକୁ ସମର୍ଥନ କରିଥିଲେ। କଂଗ୍ରେସର ରାହୁଲ ଗାନ୍ଧି, ଶଶି ଥରୁର ଏବଂ ଇମ୍ରାନ ପ୍ରତାପଗଡ଼ୀ, ଶିବସେନା ୟୁବିଟି ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ, ରାଷ୍ଟ୍ରୀୟ ଜନତା ଦଳ ନେତା ଲାଲୁ ପ୍ରସାଦ ଏବଂ ତେଜସ୍ୱୀ ଯାଦବ ଏହି ଆକ୍ରମଣ ପାଇଁ ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି।
यह समय है एकजुट रहने का, समझदारी दिखाने का और देश के साथ खड़े होने का।
हमारी सेना अपना काम कर रही है!! आइए! हम भी अपना फ़र्ज़ निभाएं।जय हिन्द! Please share this video! 🙏🇮🇳🇮🇳 #IndiaResponds
Jai Hind! pic.twitter.com/FZkty5sYmd— Anupam Kher (@AnupamPKher) May 7, 2025
ଅଭିନେତା ଅକ୍ଷୟ କୁମାର, ଅନୁପମ ଖେର, ପରେଶ ରାଓ୍ଵଲ, ରିତେଶ ଦେଶମୁଖ, ନିମରତ କୌର ଏବଂ ନିର୍ଦ୍ଦେଶକ ମଧୁର ଭଣ୍ଡାରକର ସୋସିଆଲ ମିଡିଆରେ ଭାରତୀୟ ସେନାକୁ ସମର୍ଥନ ଜଣାଇଛନ୍ତି।
#operation_sindoor #IndianArmedForces @narendramodi ji
🙏🙏🙏🙏🙏🙏🙏🙏🙏— Paresh Rawal (@SirPareshRawal) May 7, 2025
ଏକ୍ସର ଅନେକ ଉପଭୋକ୍ତା ଏହି ପ୍ରତିଧ୍ୱନୀରେ ଯୋଗ ଦେଇଛନ୍ତି, ଯାହା ଫଳରେ ଏହି ବାକ୍ୟଟିକୁ ନେଇ ଅନେକ ଟ୍ୱିଟ୍ ହୋଇଛି।
Also readhttps://purvapaksa.com/operation-sindoor-in-odisha-too/
