ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ସତର୍କ ଘଣ୍ଟି। ରାଜ୍ୟରେ କାର୍ଯ୍ୟରତ ଓଡ଼ିଶା ପ୍ରଶାସନିକ ଅଧିକାରୀ (ଓଏଏସ)ମାନେ ଏବେ ମୋହନ ସରକାର ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ଏହି ଯୁଦ୍ଧ ଘୋଷଣା ସେମାନେ ରାଜ୍ୟରେ ବିରୋଧିଦଳ ବିଜେଡି ନେତାଙ୍କ ଇଙ୍ଗିତ କରାଯାଇଥିବା କୁହାଯାଉଛି। ଏହି ଓଏଏସ ଅଫିସରମାନଙ୍କର ବିଜେଡି ପ୍ରତି ଏତେ ଆନୁଗତ୍ୟ ରହିଛି ଯେ ସେମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଶ୍ୱାସକୁ ନେଇ ନାହାନ୍ତି। ବରଂ ବିଜେପି ସରକାର କିପରି ବିପଦରେ ପଡ଼ିବ ସେ ଦିଗରେ କାମ କରିବାରେ ଲାଗିଛନ୍ତି।
ବିଏମସିର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ କରିଥିବା ସମସ୍ତ ଦୁର୍ବୃତ୍ତଙ୍କୁ ଗିରଫ କରାଗଲା,ସେମାନଙ୍କୁ ବିଜେପି ରୁ ନିଲମ୍ବନ କରାଗଲା, ତଦନ୍ତ ବି ହେଉଛି। ସକାଳେ ଓଏଏସ ସଂଘ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲା ପରେ ରାଜ୍ୟବ୍ୟାପୀ ବନ୍ଦ ଆନ୍ଦୋଳନରୁ ବିରତ ରହିବାର ନିଷ୍ପତ୍ତି ନେଲା। ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି କେମିତି ନ ହେବ ସେ ବାବଦରେ ସରକାର ପ୍ରଯତ୍ନଶୀଳ ହେବେ ବୋଲି ବିଶ୍ୱାସ ଦେଲା ପରେ ବି ପୁଣି ଏଗାର ଜିଲ୍ଲାର ସମସ୍ତ ଓଏଏସ ଓ ଓଆରଏସ ଅଧିକାରୀମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସାମୁହିକ ଛୁଟି ନେଇ ସରକାର ତଥା ରାଜ୍ୟର ଜନସାଧାରଣଙ୍କ ପ୍ରତି ଖୋଲାଖୋଲି ଅନ୍ୟାୟ କରୁନାହାନ୍ତି କି?
ଗୋଟିଏ ଘଟଣାରେ ପ୍ରଚ୍ଛଦ ପଟରେ କେଉଁ ଦଳ କିମ୍ବା କେଉଁ ରାଜନେତାମାନଙ୍କର ପ୍ରୋତ୍ସାହନରେ ସୁରକ୍ଷାର ଆଳ ଦେଖାଇ ରାଜ୍ୟର ସାଧାରଣ ଜନତାଙ୍କୁ ଏକ ହରଡ଼ ଘଣାରେ ପକାଇବାର ଯୋଜନା କରି ନିଜର ଜିଦି ପୂରଣ କରିବାକୁ ବସିଛି ଓଏଏସ ସଂଘ?
ଏଠାରେ ଉଲ୍ଲେଖଯୋଗ୍ୟ ସରକାର ବଦଳିବାର ବର୍ଷକ ପରେ ବି ଓଏଏସ ଅଫିସରମାନେ ନୂଆ ସରକାରକୁ ଗ୍ରହଣ କରିବାକୁ ରାଜି ନୁହନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ବାରମ୍ବାର, ଜିଲ୍ଲାପାଳ, ବିଡିଓ ଏବଂ ତହସିଲଦାରମାନଙ୍କୁ ତାଗିଦ କରିବା ପରେ ସେମାନେ ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାରେ ସଫଳ ହେଉନାହାନ୍ତି।
ଏଭଳି ମାନସିକତା ରଖୁଥିବା ଅଧିକାରୀମାନଙ୍କୁ ରାଜ୍ୟର କଲ୍ୟାଣ ଚିନ୍ତା କରୁଛନ୍ତି ବୋଲି କହି ହେବ କି? ସରକାରଙ୍କ ଅନୁରୋଧକୁ ଅବମାନନା କରିଥିବା ପ୍ରତ୍ୟେକ ଅଧିକାରୀମାନଙ୍କ ଜନ୍ମ କୁଣ୍ଡଳୀ ଯାଞ୍ଚ ହେବା ଅତି ଆବଶ୍ୟକ। ଆଉ ଏହି ଅଧିକାରୀମାନଙ୍କ ବିରୁଦ୍ଧରେ ରାଜ୍ୟ ଭିଜିଲାନ୍ସ କଡ଼ା ଦୃଷ୍ଟି ରଖି ଯେଉଁମାନେ ବି ଯେତେ ଅନୈତିକ ଉପାୟରେ ଅର୍ଥ ଉପାର୍ଜନ କରିଛନ୍ତି ସେ ସବୁକୁ ଜବତ କରି ରାଜ୍ୟ ରାଜକୋଷକୁ ଅଣାଯାଇ ଲୋକ କଲ୍ୟାଣ କାର୍ଯ୍ୟରେ ଲଗାଯାଉ।
ମୋହନ ସରକାର ଏପରି ପଦକ୍ଷେପ ନେଲେ ରାଜ୍ୟର ଅମାନିଆ ଓଏଏସ ଅଫିସରମାନେ ଲାଇନକୁ ଆସିବା ସହିତ ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବେ।
ଏହାଭିତରେ ସବୁଠାରୁ ବଡ଼ ଚିନ୍ତାଜନକ ଫଟୋ ଏବେ ସୋସାଲ ମିଡିଆରେ ବୁଲୁଛି। ଏହି ଫଟୋରେ କୋରାପୁଟ ଏଡିଏମ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ବେକରେ ପଘା ପକା ଏଆଇ ଫଟୋ ନିଜ ହ୍ୱାଟ୍ସ ଅପ୍ ଷ୍ଟାଟସରେ ରଖିଥିଲେ। ପରେ ସେ ଏହି ଫଟୋକୁ ପ୍ରତ୍ୟାହାର କରିନେଇଥିବା ଜଣାପଡ଼ିଛି।
ଏଭଳି ଅମାନିଆ ତଥା ବିଜେଡି ପ୍ରେମୀ ଓଏଏସ ଅଧିକାରୀମାନଙ୍କୁ ସାବାଡ କରିବାର ସମୟ ଆସିଛି। ତେଣୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜର ସରଳ ପଣରୁ ବାହାରି କଡ଼ା ପ୍ରଶାସକର ଚେହେରା ଦେଖାଇବାର ଆବଶ୍ୟକତା ରହିଛି। ଏହା ହେଲେ ମୋହନ ସରକାର କାର୍ଯ୍ୟକ୍ରମ ସଫଳତା ଲାଭ କରିବ।
Also readhttps://purvapaksa.com/is-kv-moving-away-or-is-he-being-pushed-away/
Is KV moving away or is he being pushed away? ।। କେଭି ଦୂରଉଛନ୍ତି ନା ତାଙ୍କୁ ଦୂରେଇ ଦିଆଯାଉଛି
