ଏଥର ମେଗା ନିଲାମ ପାଇଁ ଇଟାଲୀରୁ ଜଣେ ଖେଳାଳି ନାମ ଦାଖଲ କରି ଚର୍ଚ୍ଚାରେ ରହିଛନ୍ତି। ସେ ହେଉଛନ୍ତି ଥୋମାସ ଡ୍ରାକା। ୨୪ବର୍ଷିୟ ଡ୍ରାକା କାନାଡ଼ା ଗ୍ଲୋବଲ ଟି୨୦ ଲିଗ୍ ଖେଳୁଛନ୍ତି। ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ଏମିରେଟ୍ସ ତାଙ୍କୁ ଆଇଏଲ ଟିଟ୍ୱେଣ୍ଟି ପାଇଁ ଚୁକ୍ତି କରିଛି।
ସାଧାରଣତଃ ଇଟାଲୀ ଭଳି ଦେଶ କ୍ରିକେଟ୍ ମାନଚିତ୍ରରେ ନ ଥିବାବେଳେ ସେଠାରୁ ଜଣେ ଖେଳାଳି ବାହାରି ଆଇପିଏଲ୍ ଖେଳିବାର ସ୍ୱପ୍ନ ଦେଖିବା ବିଶେଷ କରି ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛି।
ଡ୍ରାକା ଜଣେ ଡାହଣ ହାତୀ ପେସ୍ ବୋଲର। ବିଶାଳ ସଟ୍ ଖେଳିବାର କ୍ଷମତା ମଧ୍ୟ ତାଙ୍କ ନିକଟରେ ରହିଛି । ସେ ଗତ ଗ୍ଲୋବଲ ଟିଟ୍ୱେଣ୍ଟିରେ ବ୍ରାମ୍ପଟନ ଉଳଭସ ପକ୍ଷରୁ ୬ଟି ମ୍ୟାଚ୍ ଖେଳି ୧୧ଟି ୱିକେଟ୍ ନେଇଥିଲେ। ସରେ ଜାଗୁଆର୍ସ ବିପକ୍ଷରେ ସେ ପଦାର୍ପଣ କରିଥିଲେ ଓ ୧୮ ରନ୍ ପ୍ରଦାନ କରି ନେଇଥିଲେ ୩ଟି ୱିକେଟ୍। ଏହି ସ୍ପେଲରେ ସେ ସୁନୀଲ ନାରାଏନ ଓ ଟେରାନ୍ସ ହିଣ୍ଡ୍ସଙ୍କ ଭଳି ଖେଳାଳିଙ୍କୁ ଆଉଟ୍ କରିଥିଲେ । ହିଣ୍ଡ୍ସ ଏଇ ନିକଟରେ ୱେଷ୍ଟ ଇଣ୍ଡିଜ୍ ପକ୍ଷରୁ ପଦାର୍ପଣ କରିଛନ୍ତି। ଏହାପରେ ସେ ବାଙ୍ଗଲା ଟାଇଗର୍ସ ମିସିସାଉଗା ବିପକ୍ଷରେ ଖେଳି ୧୦ ରପରେ ୩ଟି ୱିକେଟ ଅକ୍ତିଆର କରିଥିଲେ।
ଡ୍ରାକାଙ୍କ ୧୧ ୱିକେଟ୍ ବଳରେ ବାମ୍ପଟନ ଉଲଭସ ପ୍ଳେ ଅଫରେ ପ୍ରବେଶ କରିଥିଲା। ସୂଚନାଯୋଗ୍ୟ, ନିଲାମ ତାଲିକାରେ ଡ୍ରାକା ୩୨୫ତମ ସ୍ଥାନରେ ରହିଛନ୍ତି। ତାଙ୍କ ବେସ ପ୍ରାଇସ ରହିଛି ୩୦ଲକ୍ଷ ଟଙ୍କା । ନିଲାମ ପୂର୍ବରୁ ପୁଣି ଥରେ କାଟ୍ ଛାଣ୍ଟ୍ କରାଯିବ । ହୁଏତ ଡ୍ରାକା ନିଲାମ ପୂର୍ବରୁ ତାଲିକାରୁ ବାଦ ପଡ଼ି ପାରନ୍ତି । କିନ୍ତୁ ବିଭିନ୍ନ ଲିଗ୍ ଟୁର୍ଣ୍ଣାମେଣ୍ଟରେ ଖେଳିବା ଭଳି ଦକ୍ଷତା ତାଙ୍କ ନିକଟରେ ରହିଛି । ନଚେତ ତାଙ୍କୁ ଆଇଏଲ୍ ଟି-ଟ୍ୱେଣ୍ଟି ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଏମିରେଟ୍ସ ଭଳି ଶକ୍ତିଶାଳୀ ଦଳ ଚୁକ୍ତି କରିନଥାନ୍ତା।
Previous articlehttps://purvapaksa.com/icc-test-ranking/


1 Comment
Pingback: Page not found – purvapaksa.com