Mahira Sharma: ଗୁଜବ ଦୁନିଆରେ ଏବେ ଯୋଡ଼ି ହୋଇଛି ଆଉ ଏକ ଯୋଡ଼ିର ନାମ । ଟିଭି ଅଭିନେତ୍ରୀ ମାହିରା ଶର୍ମା ଏବେ କ୍ରିକେଟର ମହମ୍ମଦ ସିରାଜଙ୍କୁ ଡେଟ୍ କରୁଥିବାର ଚର୍ଚ୍ଚା ହେଉଛି।
ମାହିରା ଏବଂ ସିରାଜଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ବୁଧବାର ଦିନ ଅନେକ ରିପୋର୍ଟରେ ଦାବି କରାଯାଇଛି। ତେବେ ମାହିରା କିମ୍ବା ସିରାଜ ଏହି ଗୁଜବ ଉପରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି, କିନ୍ତୁ ଅଭିନେତ୍ରୀଙ୍କ ମା’ କ୍ରିକେଟରଙ୍କ ସହ ଡେଟିଂ ଗୁଜବ ଉପରେ ନୀରବତା ଭାଙ୍ଗି ପୂରା ସତ ସାମ୍ନାକୁ ଆଣିଛନ୍ତି।
ସିରାଜଙ୍କ ସହ ଡେଟିଂ ଗୁଜବକୁ ନେଇ ଅଭିନେତ୍ରୀଙ୍କ ମା’ ମୁହଁ ଖୋଲିଛନ୍ତି। ସୂଚନାଯୋଗ୍ୟ, ବିଗ୍ ବସ୍ ୧୩ରେ ପ୍ରତିଯୋଗୀ ଥିବା ମାହିରା ଶର୍ମାଙ୍କ ମା’ ସାନିଆ ଶର୍ମା ତାଙ୍କ ଝିଅ କ୍ରିକେଟର ସିରାଜଙ୍କୁ ଡେଟ୍ କରୁଥିବା ଗୁଜବକୁ ଖଣ୍ଡନ କରିଛନ୍ତି। ସାନିଆ ଶର୍ମା ଟାଇମ୍ସ ନାଓକୁ କହିଛନ୍ତି, ଲୋକମାନେ କିଛି ବି କୁହନ୍ତି। ଏବେ ମୋ ଝିଅ ଜଣେ ସେଲିବ୍ରିଟି ହୋଇଥିବାରୁ ଲୋକମାନେ ତାଙ୍କ ନାମକୁ କାହା ସହ ଲିଙ୍କ କରିବେ, ତେଣୁ ଆମେ ସେମାନଙ୍କୁ ବିଶ୍ୱାସ କରିବା ଉଚିତକି? ସେ ଏହି କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି ଏବଂ ଗୁରୁତ୍ୱାରୋପ କରିଛନ୍ତି ଯେ ଯେତେବେଳେ ଜଣେ ବ୍ୟକ୍ତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି ସେତେବେଳେ ଏଭଳି ଗୁଜବ ସାଧାରଣ ଅଟେ ।
ସାନିଆ ଶର୍ମା ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କୌଣସି ଗୁଜବ ପ୍ରସାରିତ ହେବା ସମ୍ପୂର୍ଣ୍ଣ ମିଥ୍ୟା। ସେ ଏହି ଖବରକୁ ଦୃଢ଼ ଭାବେ ଖଣ୍ଡନ କରିବା ସହ ମାହିରା ଏବଂ ମହମ୍ମଦ ସିରାଜଙ୍କ ସମ୍ପର୍କକୁ ନେଇ ହେଉଥିବା ଦାବିରେ କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି।
୨୦୨୪ରେ ମାହିରା ଏବଂ ସିରାଜ ଡେଟିଂ କରୁଥିବା ନେଇ ଗୁଜବ ବ୍ୟାପିବା ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ ଯେ, ମାହିରା ଓ ସିରାଜ ସୋସିଆଲ ମିଡିଆରେ ପରସ୍ପରକୁ ଫଲୋ କରନ୍ତି ନାହିଁ। ତେବେ ୨୦୨୪ରେ ସିରାଜଙ୍କୁ ମାହିରାଙ୍କ ଏକ ଫଟୋ ପସନ୍ଦ ଆସିଥିଲା, ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତେବେ ମାହିରାଙ୍କ ପୋଷ୍ଟରେ ଆଉ ଲାଇକ୍ ଦେଖିବାକୁ ମିଳୁନଥିବାରୁ କଳ୍ପନାଜଳ୍ପନାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।
ଏହାବ୍ୟତୀତ ମାହିରା ପୂର୍ବରୁ ବିଗ୍ ବସ୍ ୧୩ରେ ତାଙ୍କ ସହ ପ୍ରତିଯୋଗୀ ଥିବା ଅଭିନେତା ପାରସ ଛାବ୍ରାଙ୍କ ସହ ରିଲେସନସିପରେ ଥିଲେ। ତିନି ବର୍ଷ ଧରି ଏକାଠି ଥିବା ଏହି ଦମ୍ପତି ୨୦୨୩ରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।
‘ବିଗ୍ ବସ୍ ୧୮’ର ବିଜେତା ହେଲେ କରଣବୀର ମେହେରା, ଟ୍ରଫି ସହ ନେଲେ ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି