Vastu : ବାସ୍ତୁ ଶାସ୍ତ୍ରରେ ସମସ୍ତ ଦିଗ, ବିଭିନ୍ନ ଜିନିଷର ରଖିବାର ସଠିକ୍ ସ୍ଥାନ ବ୍ୟତୀତ ଶୁଭ-ଅଶୁଭ ସଂକେତ ବିଷୟରେ କୁହାଯାଇଛି । ସେହିପରି କାଚ ଭାଙ୍ଗିବା ବା ଆଇନା ଭାଙ୍ଗିବାକୁ ନେଇ ମଧ୍ୟ ଅନେକ ତଥ୍ୟ କୁହାଯାଇଛି। ହିନ୍ଦୁ ଧର୍ମ ଓ ଜ୍ୟୋତିଷ ଶାସ୍ତ୍ରରେ କାଚ ଭାଙ୍ଗିବାକୁ ଏକ ଅଶୁଭ ସଂକେତ ବୋଲି ମାନାଯାଏ । ଏହା ଦ୍ୱାରା ଆମ ଜୀବନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିଥାଏ । କାଚ ଭାଙ୍ଗିବା ଶୁଭ କି ଅଶୁଭ ଏହା ସମୟ ଓ ସ୍ଥିତି ଉପରେ ନିର୍ଭର କରେ। ଆସନ୍ତୁ ଜାଣିବା ଏହା ଶୁଭ ହୋଇଥାଏ ନା ଅଶୁଭ?
କାଚ ଭାଙ୍ଗିବାକୁ ନେଇ ଲୋକମାଙ୍କ ମଧ୍ୟରେ ଅନେକ ପ୍ରକାରର ମତାମତ ରହିଛି। କିଛି ଘଟଣାରେ ଏହାକୁ ଭଲ ମନା ଯାଇଥାଏ ତେବେ ଅଧିକାଂଶ ଘଟଣାରେ କାଚ ବା ଆଇନା ଭାଙ୍ଗିବା ଅଶୁଭ ମନା ଯାଇଥାଏ। ଏହି ବିଷୟରେ ବାସ୍ତୁ ଶାସ୍ତ୍ର କଣ କହୁଛି ଆସନ୍ତୁ ଜାଣନ୍ତୁ।
କାଚ ବା ଆଇନା ଭାଙ୍ଗିବା :
ଯଦି ହଠାତ ଆପଣଙ୍କର ଝରକାର କାଚ ଭାଙ୍ଗିଯାଏ, ତେବେ ଏହା ଶୁଭ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଏପରି ଘଟଣା ତେବେ ଘଟେ, ସେତେବେଳେ କୌଣସି ବିପଦ ଆସିବାକୁ ଯାଉଛି । ଘରକୁ ଲଗିଥିବା କାଚ ବା ଆଇନା ଆସିବାକୁ ଥିବା ସଙ୍କଟକୁ ଜାଣିପାରିଥାଏ। ଯାହାଦ୍ୱାରା ଆପଣଙ୍କ ପାଖକୁ ଆସିବାକୁଥିବା ବିପଦ ଟଳିଯାଏ। ଧ୍ୟାନ ରଖନ୍ତୁ ଯେ ଯେତେବେଳେ ଏପରି ଘଟଣା ଘଟିବ, ତେବେ ତୁରନ୍ତ ସେହି ଜାଗକୁ ସଫା କରନ୍ତୁ ଏବଂ ଘର ବାହାରେ ପକେଇ ଦିଅନ୍ତୁ । ହଠାତ କାଚ ଭାଙ୍ଗିବା ଧନ ଆଗମନ କିମ୍ବା ଶୁଭ ସଂକେତର ସୂଚନା ହୋଇପାରେ।
ବାରମ୍ବାର କାଞ୍ଚ ଟୁଟିବା :
ଯଦି ବାରମ୍ବାର ଘରର କାଚ ଭଙ୍ଗିବା କିମ୍ବା ଆଇନା ଭଙ୍ଗିଯାଏ, ତେବେ ଏହା ଭଲ ବା ଶୁଭ ସଂକେତ ନୁହେଁ । ଏହା ଘରର ନକାରାତ୍ମକତା ବଢିବାର ସୂଚନା। ସଚେତନ ଭାବରେ କାମ କରିବା ସହ ସକାଳ-ସନ୍ଧ୍ୟା କପୂର ପ୍ରଜ୍ଜ୍ୱଳିତ କରି ସମ୍ପୂର୍ଣ୍ଣ ଘରେ ବୁଲାନ୍ତୁ ।
ଘରୁ ବାହାରିବା ସମୟରେ କାଚ ଭାଙ୍ଗିବା :
ଯଦି କେହି ଘରୁ ବାହାରୁ ବାହାରୁ କିମ୍ବା ଆବଶ୍ୟକ କାମ କରିବାକୁ ଯାଇଥିବା ବେଳେ କାଚ ଭାଙ୍ଗିଯାଏ, ତେବେ ଏହା ଅଶୁଭ ହୋଇଥାଏ। ଏମିତି ଅବସ୍ଥାରେ 5 ମିନିଟ୍ ରୁହନ୍ତୁ । ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଏବଂ କିଛି ସମୟ ପରେ ବାହାରନ୍ତୁ ।
ALSO READ: https://purvapaksa.com/shani-dev-sade-satai-kumbh-meen-mesh-singh-dhaiya-2025/