- ନଭେମ୍ବର ୨୪ ଓ ୨୫ ତାରିଖ ଚୂଡ଼ାନ୍ତ
- ନିଲାମ ତାଲିକାରେ ୧୫୭୪ ଖେଳାଳି
ଆଗାମୀ ଆଇପିଏଲ୍-୧୮ ପାଇଁ ମେଗା ନିଲାମର ତାରିଖ ଓ ସ୍ଥାନ ଚୂଡ଼ାନ୍ତ କରାଯାଇଛି । ଚଳିତ ମାସ ୨୪ ଓ ୨୫ ତାରିଖରେ ସାଉଦି ଆରବର ଜେଧାହ ସହରରେ ମେଗା ନିଲାମ ଅନୁଷ୍ଠିତ ହେବ । ଏଥର ନିଲାମ ପାଇଁ ମୋଟ୍ ୧୫୭୪ଜଣ ଖେଳାଳି ନାମ ଦାଖଲ କରିଛନ୍ତି । ୧୦ଟି ଯାକ ଫ୍ରାଞ୍ଚାଇଜଙ୍କ ନିକଟରେ ରହିଛି ମାତ୍ର ୨୦୪ଟି ଖାଲି ସ୍ଥାନ ।
୧୧୬୫ଜଣ ଭାରତୀୟ ଓ ୪୦୯ ଜଣ ବିଦେଶୀ ଖେଳାଳି
ନାମ ଦାଖଲ କରିଥିବା ଖେଳାଳିମାନଙ୍କ ମଧ୍ୟରେ ୧୧୬୫ଜଣ ଭାରତୀୟ ଓ ୪୦୯ ଜଣ ବିଦେଶୀ ଖେଳାଳି ରହିଛନ୍ତି । ସମ୍ପୂର୍ଣ୍ଣ ତାଲିକାରେ ୩୨୦ ଜଣ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିବା କ୍ୟାପ୍ଡ ଖେଳାଳି, ୧୨୨୪ଜଣ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିନଥିବା ଅନକ୍ୟାପ୍ଡ ଖେଳାଳି ଓ ୩୦ଜଣ ଆସୋସିଏଟ୍ ଦେଶର ଖେଳାଳି ରହିଛନ୍ତି ।
ତାଲିକାଭୁକ୍ତ ୩୨୦ଜଣ
ତାଲିକାଭୁକ୍ତ ୩୨୦ଜଣ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ୪୮ଜଣ ଭାରତୀୟ ଓ ୨୭୨ ଜଣ ବିଦେଶୀ ଖେଳାଳି ରହିଛନ୍ତି । ଏହି ତାଲିକାରେ ମୋଟ୍ ୯୬୫ଜଣ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିନଥିବା ଭାରତୀୟ ଘରୋଇ ଖେଳାଳି ଓ ୧୦୪ଜଣ ବିଦେଶୀ ଖେଳାଳି ନାମ ଦାଖଲ କରିଛନ୍ତି । ତାଲିକାରେ ରହିଥିବା ୧୫୨ଜଣ ଘରୋଇ ଖେଳାଳି ପୂର୍ବରୁ ଆଇପିଏଲ୍ ଖେଳି ସାରିଛନ୍ତି ।
ଦକ୍ଷିଣ ଆଫ୍ରିକାରୁ ସର୍ବାଧିକ ୯୧ଜଣ
ତାଲିକାରେ ଦକ୍ଷିଣ ଆଫ୍ରିକାରୁ ସର୍ବାଧିକ ୯୧ଜଣ ଖେଳାଳି ନାମ ଦାଖଲ କରିଛନ୍ତି । ସେହିପରି ଅଷ୍ଟ୍ରେଲିଆରୁ ୭୬, ଇଂଲଣ୍ଡରୁ ୫୨, ନ୍ୟୁଜିଲାଣ୍ଡରୁ ୩୯, ୱେଷ୍ଟ ଇଣ୍ଡିଜ୍ରୁ ୩୩, ଶ୍ରୀଲଙ୍କାରୁ ୨୯, ଆଫଗାନିସ୍ତାନରୁ ୨୯, ବାଂଲାଦେଶରୁ ୧୩, କାନାଡ଼ାରୁ ୪, ଆୟର୍ଲାଣ୍ଡରୁ ୯, ଇଟାଲୀରୁ ୧, ନେଦରଲାଣ୍ଡସରୁ ୧୨, ସ୍କଟଲାଣ୍ଡରୁ ୨, ୟୁଏଇରୁ ୧, ୟୁଏସଏରୁ ୧୦ ଓ ଜିମ୍ବାୱେରୁ ୮ଜଣ ଖେଳାଳି ନାମ ଦାଖଲ କରିଛନ୍ତି ।
ସୂଚନାଯୋଗ୍ୟ, ଗତ ୩୧ ତାରିଖରେ ସମସ୍ତ ଫ୍ରାଞ୍ଚାଇଜ୍ ରିଟେନ ତାଲିକା ଘୋଷଣା କରିଥିଲେ । ୧୦ଟି ଯାକ ଫ୍ରାଞ୍ଚାଇଜ୍ ୪୬ଜଣ ଖେଳାଳିଙ୍କୁ ରିଟେନ କରିଛନ୍ତି ଓ ଏହି ବାବଦରେ ୫୫୮.୫କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ରିଟେନ୍ ଖେଳାଳିଙ୍କ ମଧ୍ୟରେ ୩୬ଜଣ ଭାରତୀୟ ରହିଛନ୍ତି ।
Previous articlehttps://purvapaksa.com/cricket-world-chompianship-indian-may-face-trouble/
1 Comment
Pingback: ଫେରିବ ଆଫ୍ରୋ-ଏସୀୟ କପ୍ - purvapaksa.com