Jagannath: ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ ପାଇଁ ଚର୍ଚ୍ଚାରେ ବିଦେଶୀ ମହିଳା। କେବଳ ମହିଳା ନୁହେଁ, ଟାଟୁ କରି ଚର୍ଚ୍ଚାରେ ଟାଟୁ ଷ୍ଟୁଡିଓ ସହ ଟାଟୁ ଆର୍ଟିଷ୍ଟ। ଟ୍ରେଂଡ଼ରେ ରହୁଥିବା ଟାଟୁ, କାହାର ଘର ଭାଙ୍ଗିଲା ତ କାହାର ମାନ ଇଜ୍ଜତ ନେଲଣି।
ଦେହରେ ଟାଟୁ କରି ଚର୍ଚ୍ଚାକୁ ଆସିଛନ୍ତି ଆଉ ଜଣେ ମହିଳା। ଚର୍ଚ୍ଚାକୁ ଆସିବାର କାରଣ ହେଉଛି ପ୍ରଭୁ ଜଗନ୍ନାଥଙ୍କର ଟାଟୁ। ୨୩ ଜୁଲାଇ ୨୦୨୧ ମସିହା କଥା ଆପଣଙ୍କ ମନେ ଥାଇପାରେ। କଟକରେ ରହୁଥିବା ମୋହିତ ଶର୍ମା ନାମକ ଜଣେ ଯୁବକ ତାଙ୍କ ପତ୍ନୀଙ୍କ ନାଁରେ ଏମିତି ଏକ ଅଭିଯୋଗ ଆଣିଥିଲେ ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମର୍କତ ନଗର ଥାନାରେ ସେ କହିଥିଲେ ଯେ, ତାଙ୍କ ପତ୍ନୀଙ୍କ ଗୁପ୍ତାଙ୍ଗରେ ଏକ ଟାଟୁ ରହିଛି ଯାହା ତାଙ୍କ ପୁର୍ବତନ ବୟଫ୍ରଣ୍ଡ ନାଁରେ ନାମିତ। ଏପରିକି ଗଣମାଧ୍ୟମରେ ଅଭିଯୁକ୍ତଙ୍କ ପତ୍ନୀ ବି ତାହା ସ୍ୱୀକାର କରି କହିଥିଲେ ଯେ ମୋହିତଙ୍କ ଦ୍ୱାରା ଡାକକ୍ତରଖାନା ଯାଇ ସେ ସେହି ଟାଟୁକୁ ଲେଜର ମାଧ୍ୟମରେ ସର୍ଜରୀ କରି ହଟାଇଛନ୍ତି। ସେତେବେଳେ ଏହି ଘଟଣାଟି ରାଜ୍ୟରେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ଏହିପରି ଆଜି ଆଉ ଏକ ବିଷୟ ସାମ୍ନାକୁ ଆସିଛି ଯାହା ଆମ ଆବେଗ, ଆସ୍ଥାକୁ ଆଘାତ ପହଞ୍ଚାଇଛି ।
ଶ୍ରୀ ଜଗନ୍ନାଥଙ୍କ ଟାଟୁକୁ ଜଣେ ବିଦେଶୀ ମହିଳା ତାଙ୍କ ଜଙ୍ଘରେ ଆଙ୍କି ଚର୍ଚ୍ଚାକୁ ଆସିଛନ୍ତି। ଏବେ ଅପଣଙ୍କ ମନରେ ପ୍ରଶ୍ନ ନିହାତି ଆସୁଥିବ ଯେ, ଜଗନ୍ନାଥଙ୍କ ଟାଟୁ କରିବାରେ ଅସୁବିଧାସ କ’ଣ?ଟାଟୁ କରିବା ସମସ୍ତଙ୍କର ବ୍ୟକ୍ତିଗତ ରୁଚି। ଏଥିର ଅପରାଧ କ’ଣ?
ତେବେ ଇଟାଲିର ଏହି ମହିଳା ଜଙ୍ଘରେ କାଟିଛନ୍ତି ଜଗନ୍ନାଥଙ୍କ ଟାଟୁ। ମହିଳାଙ୍କର ଏହି ଟାଟୁ କଟା ଫଟୋ ଦେଖି ଭଡକୀ ଯାଇଛନ୍ତି ଜଜଗନାଥ ପ୍ରେମୀ । ପ୍ରତିବାଦ କରୁଛନ୍ତି ଏହି ଟାଟୁ କୁ ନେଇ। ହେଲେ କଥା ଏତିକିରେ ସରିନଥିଲା। ସହିଦ ନଗରର ଫେମସ ଟାଟୁ ଆର୍ଟିଷ୍ଟ ରକି ତାଙ୍କ ଷ୍ଟୁଡିଓରେ ଏହି ଟାଟୁ ବନେଇଥିବାରୁ ତାଙ୍କ ବିରୁଦ୍ଧରେ ମଧ୍ୟ ଅଭିଯୋଗ କରିଥିଲେ ଜଗନ୍ନଥ ପ୍ରେମୀ। ତେବେ ଏହାକୁ ନେଇ ଏକ ଭିଡିଓ ମାଧ୍ୟମରେ ଭୁଲ ମାଗିଛନ୍ତି ରକି।
ପ୍ରଶ୍ନ ହେଉଛି, ବିଦେଶିନୀ ମହିଳା ଶ୍ରୀ ଜଗନ୍ନାଥଙ୍କୁ ଏକ ଚିତ୍ର ଭାବେ ଗ୍ରହଣ କରୁଥାଇପାରନ୍ତି। କିନ୍ତୁ ଯେଉଁ ବ୍ୟକ୍ତି ଏ ଟାଟୁ କରିଛନ୍ତି ଏବଂ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ସେ କିପରି କୋଟି ଗୋଟି ଲୋକଙ୍କ ଶ୍ରଦ୍ଧା, ଆସ୍ଥା ଓ ବିଶ୍ୱାସରେ ପାଣି ପକାଇ ଦେଇପାରିଲେ? କେବଳ ଚର୍ଚ୍ଚାରେ ରହିବା ପାଇଁ ଏପରି ଆସ୍ଥା ବିରୋଧୀ ବିଷୟକୁ ଦଣ୍ଡିତ କରିବାର ସମୟ ଆସି ନାହିଁକି?
ଅନେକ ଲୋକ ଅନ୍ୟ ଜୀବନ୍ତ ଏବଂ ନିର୍ଜୀବ ବସ୍ତୁର ଟାଟୁ କରିବା ସହ ୩୩ କୋଟି ଦେବି ଦବତାଙ୍କର ଟାଟୁ କରି ନିଜର ଭକ୍ତିର ପ୍ରମାଣ ଦେଉଛନ୍ତି । କିଏ ପିଠିରେ କରୁଛି ତ କିଏ ଛାତିରେ । ଏବେ ବିଦେଶୀ ମାନେ ଆମ ଲୋକଙ୍କୁ ଚ୍ୟାଲେଞ୍ଜ ଦେଲା ଭଳି ଠାକୁରଙ୍କୁ ଜଙ୍ଘରେ ଅଙ୍କିଲେଣି । ପ୍ରକୃତରେ ଠାକୁର ଠାକୁର ଘରୁ ଆଣି ଦେହରେ ଛାପିଲେ କଣ ଭକ୍ତିର ମୂଲ୍ୟ ବଢ଼ି ଯାଏ କି ? ଆରମ୍ଭ ଆମରି ଲୋକ କରିଛନ୍ତି, ଯେଉଁଥି ପାଇଁ ପାଶ୍ଚାତ୍ୟ ଲୋକ ଆଉ ଟିକେ ଆଡ଼ଭାନ୍ସ ହେଉଛନ୍ତି ।
ALSO READ: https://purvapaksa.com/gold-price-in-india-today/