ଚାଳିଶ ବର୍ଷ ପୂର୍ବେ ଭାରତ ଏକ ସୋଭିଏତ୍ ମହାକାଶ ଯାନରେ ରାକେଶ ଶର୍ମାଙ୍କୁ ମହାକାଶକୁ ପ୍ରେରଣ କରି ଯେଉଁ ଛୋଟ ପଦକ୍ଷେପଟିଏ ନେଇଥିଲା, ତାହା ଆଜି ଏକ ବଡ଼ ପଦକ୍ଷେପରେ ପରିଣତ ହୋଇଛି; ଆକ୍ସିଅମ୍-୪ ମିଶନ୍ ସଫଳତାର ସହିତ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ପହଞ୍ଚି ପାରିଛି ଏବଂ ଭାରତୀୟ ବାୟୁ ସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭ୍ରାଂଶୁ ଶୁକ୍ଳା ଆଇଏସ୍ଏସ୍ରେ ଅବତରଣ କରିବାରେ ପ୍ରଥମ ଭାରତୀୟ ହୋଇ ଇତିହାସ ରଚନା କରିଛନ୍ତି। ସୂଚାଇ ଦିଆଯାଇପାରେ କି, ଆଇଏସ୍ଏସ୍ ହେଉଛି ଏକ ବୈଶିକ ସହଯୋଗିତାମୂଳକ ମହାକାଶ ଗବେଷଣାଗାର । ଉପର ବର୍ଣ୍ଣିତ ଦୁଇ ଭାରତୀୟ ମହାକାଶଚାରୀଙ୍କ ମଧ୍ୟରେ ତୁଳନା କରିବା ଅତି ସହଜ କଥା- ଶ୍ରୀଯୁକ୍ତ ଶର୍ମାଙ୍କ ସମୟରେ ଭାରତ କହିବାକୁ ଗଲେ ମହାକାଶରେ ପଦ ଚାରଣ କରି ଆଇଏସ୍ଏସ୍ରେ ଗବେଷଣା କରିବା କ୍ଷେତ୍ରରେ ସମ୍ପୂର୍ଣ ନୂଆ ଥିଲା ।
ଆକ୍ସିଅମ୍ ମିଶନ୍ର ଅନ୍ୟ ସଦସ୍ୟମାନଙ୍କ ସହିତ ମିଶି ଶ୍ରୀଯୁକ୍ତ ଶୁକ୍ଳା କୃଷି ଏବଂ ସ୍ଵାସ୍ଥ୍ୟ ଭଳି ଆହୁରି ଅନେକ ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ରମାନଙ୍କ ସହିତ ସଂଶ୍ଳିଷ୍ଟ ଜଟିଳ ଗବେଷଣାମାନ କରିବା ଆଶା କରାଯାଉଛି । ରାକେଶ ଶର୍ମାଙ୍କ ବ୍ୟତୀତ ଆହୁରି ନିହାତି କମ୍ରେ ଚାରିଜଣ ଭାରତୀୟ ମୂଳ ଥିବା ବ୍ୟକ୍ତି ମହାକାଶକୁ ଯାଇ ପୃଥିବୀର କକ୍ଷପଥ ବା ଉପ-କକ୍ଷପଥରେ ପହଞ୍ଚି ସେମାନଙ୍କ ନିଜ ସହିତ ଦେଶକୁ ଗୌରବାନ୍ବିତ କରିଛନ୍ତି ।
ସେମାନଙ୍କ ମଧ୍ୟରୁ ତିନି ଜଣ ଭାରତୀୟ ବଂଶୋଦ୍ଭବ- ମୁଖ୍ୟତଃ କଳ୍ପନା ଚାୱ (୧୯୯୭ ଏବଂ ୨୦୦୦), ସୁନୀତା ଲିୟମ୍ସ (୨୦୦୬,୨୦୧୨, ୨୦୨୪) ଏବଂ ସିରିଶ ବାଲା (୨୦୨୧), ଯେତେବେଳେ କି ଜଣେ ଭାରତୀୟ ନାଗରିକ ଗୋଫିଟାନ୍ଦ ଠୋଟାକୁରା ୨୦୨୩ରେ ପ୍ରଥମ ଭାରତୀୟ ସାଧାରଣ ନାଗରିକ ମହାକାଶ ପର୍ଯ୍ୟଟକ ଭାବରେ ମହକାଶରେ ବିଚରଣ କରି ସାରିଛନ୍ତି । ତେବେ ଜୁନ୍ ୨୫ ତାରିଖରେ ମହାକାଶକୁ ଯାଇଥିବା ସ୍ପେଶ୍ ଏକ୍ସ ଫାଲ୍କନ୍-୯ ଏବଂ ଆକ୍ସିଅମ୍ ମିଶନ୍ ୪ (ଏଏକ୍ସ-୪) ମାଧ୍ୟମରେ କ୍ଳିଭ ଭାଗନ୍ କ୍ୟାପସୁଲ୍ ‘ଗ୍ରେସ୍’ ହେଉଛି ସ୍ୱତନ୍ତ୍ର : ଶର୍ମାଙ୍କ ମହାକାଶ ଯାନ ଭଳି ନ ହୋଇ ଏଥରେ ଶୁକ୍ଳା ମହାକାଶ ଯାନ ଚାଳନା କରିବାର ଅନୁଭୂତି ଅର୍ଜନ କରିବେ ।
ଭାରତର ଗଗନ ଯାନ-୪ର କମାଣ୍ଡର ଭାବରେ କାର୍ଯ୍ୟ କରିବା ନିମନ୍ତେ ସମ୍ପ୍ରତି ତାଙ୍କ ଉପରେ ଆଶା ରଖାଯାଇଛି ଏବଂ ସେଥିପାଇଁ ସେ ପ୍ରତୀକ୍ଷାରତ, ଯାହା ୨୦୨୭ ଡିସେମ୍ବରରେ ମହାକାଶକୁ ପ୍ରେରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ମଧ୍ୟ ଆଶା କରାଯାଉଛି ଯେ ଗଗନ ଯାନ-୪ ଭାରତର ମହାକାଶ
ମହଜ୍ଜାକାଂକ୍ଷା କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବସ୍ତୁତଃ, ବଳିତ ଅଭିଯାନରୁ ଶ୍ରୀଯୁକ୍ତ ଶୁକ୍ଳାଙ୍କ ଦ୍ବାରା ମହାକାଶରେ ଆହରଣ କରାଯିବାକୁ ଥିବା ସ୍ଵଳ୍ପ ସମୟର ରହଣିଳନିତ ଜ୍ଞାନ ସେତେବେଳେ ଭାରତର ମହାକାଶକୁ ମାନବ ପ୍ରେରଣ କରିବାର ମିଶନ୍ କ୍ଷେତ୍ରରେ ଢେର ସହାୟକ ହେବ ।
ଭାରତର ମହାକାଶ କାର୍ଯ୍ୟକ୍ରମ ଭିତରେ ଘଟିଥିବା ପରିବର୍ତ୍ତନଗୁଡ଼ିକ ବ୍ୟାପକ, ବୈଶିକ ପରିବର୍ତ୍ତନଗୁଡ଼ିକୁ ପ୍ରତିଫଳିତ କରୁଛି । ଏଭଳି ପରିସ୍ଥିତିରେ ଏହା ଯେହେତୁ ଭାରତର ମହାକାଶ ଅଭିଯାନର ଏକ ଉପକ୍ରମଣିକା, ତେଣୁ ଶୁକ୍ଳାଙ୍କ ଯାତ୍ରା ଯେ କୌଣସି ମହାକାଶ ସଂସ୍ଥାଠାରୁ- ତାହା ପ୍ରତିଯୋଗିତାରେ ଅବତୀର୍ଥ ଆମେରିକା କି ସୋଭିଏତ୍ ରୁଷିଆଠାରୁ ଭାରତ ପାଇଁ ଅଧିକ ପ୍ରେରଣାଦାୟକ ହେବ ଏଥିରେ ସନ୍ଦେହ ନାହିଁ।
ପୃଥିବୀର ନିମ୍ନ ସ୍ତରର କକ୍ଷପଥରେ ଭାରତର ପାଦକୁ ସୁଦୃଢ଼ ଭାବରେ ଥାପିବା କ୍ଷେତ୍ରରେ ସାହାଯ୍ୟ କରିବା ସହିତ ଚନ୍ଦ୍ରଠାରୁ ଆରମ୍ଭ କରି ମହାକାଶର ଅନ୍ୟାନ୍ୟ ଗ୍ରହ ଉପଗ୍ରହରେ ଅନୁସନ୍ଧାନ କରିବାର ଉଦ୍ୟମରେ ପର୍ଯ୍ୟାପ୍ତ ସହାୟକ ହେବ । ଏହି ମିଶନ୍ ମଧ୍ଯ ପ୍ରଭୃତ ପରିମାଣର ପ୍ରତୀକାମୂକ ପୁଞ୍ଜି ବହନ କରୁଛି। ଜୁନ୍ ୨୬ ତାରିଖରେ ଆଇଏସ୍ଏସ୍ରେ ମହାକାଶଚାରୀମାନେ ଅବତରଣ କରି ଘୂର୍ଣାୟମାନ ଗବେଷଣାଗାରରେ ଚାଲୁଥିବାର ଦୃଶ୍ୟକୁ ଲକ୍ଷ ଲକ୍ଷ ଭାରତୀୟ ସିଧା ପ୍ରସାରଣ ଜରିଆରେ ଦେଖୁ ପାରିଛନ୍ତି ।
ଶୁକ୍ଳାଙ୍କ ମହାକାଶ ପୋଷାକରେ ଭାରତର ଜାତୀୟ ପତାକାର ଚିହ୍ନ ସାରା ଦେଶର ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କୁ ଅନୁପ୍ରେରିତ କରିବ ଏଭଳି ମହତ୍ତ୍ୱକାଂକ୍ଷା ପୋଷଣ କରିବା ପାଇଁ। ସେମାନଙ୍କ ମଧ୍ୟରୁ ହୁଏତ ଅନେକ ସଂଖ୍ୟକ ବିଜ୍ଞାନକୁ ସେମାନଙ୍କର ପାଠ୍ୟ ବିଷୟ ଭାବରେ ଗ୍ରହଣ କରି ଦେଶର ବର୍ତ୍ତମାନ ସୁଦ୍ଧା ପରିପକ୍ଵ ବୈଜ୍ଞାନିକ ପାରିବେଶିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବେ ଏବଂ ଦେଶ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟାର ସମାଧାନ କରିବାରେ ସଫଳ ହେବେ ।
ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ମହାକାଶ କାର୍ଯ୍ୟକ୍ରମ ଅଧିକତଃ ଦେଶର ବୈଷୟିକ ଅଗ୍ରଗତି ପାଇଁ ଆବଶ୍ୟକତା ଦ୍ଵାରା ପରିଚାଳିତ ହେଉଥିଲା । ଦେଶରେ ଅନେକ ଲକ୍ଷ ମହାକାଶପ୍ରେମୀ ରହିଥିବା ବେଳେ ଏହି ଧରଣର ମହାକାଶ କାର୍ଯ୍ୟକ୍ରମଗୁଡ଼ିକ ସେତିକି ବେଳେ ଦ୍ରୁତଗତି ଲାଭ କରି ପାରିବ, ଯେତେବେଳେ ଏହା ଲୋକମାନଙ୍କ ଧ୍ୟାନ ଆକର୍ଷଣ କରିବ ।
ଏଥି ପାଇଁ ସରକାର ଏବଂ ବୈଜ୍ଞାନିକମାନେ ଲୋକମାନଙ୍କୁ ମହାକାଶ ପ୍ରଯୁକ୍ତି ସହିତ ଯୋଡ଼ିବା ସହିତ ସାଧାରଣ ଲୋକଙ୍କ ଜୀବନକୁ ଅଧିକ ଉନ୍ନତ କରିବା ନିମନ୍ତେ ତା’ର ପ୍ରଚୁର ସମ୍ଭାବନାକୁ ଉନ୍ମୋଚନ କରିବାର ଆବଶ୍ୟକତା ରହିଛି । ବାହ୍ୟ ଜଗତ ବା ମହାକାଶକୁ ବୁଝିବା ଆମ ପାଇଁ ଅନେକ ପ୍ରକାରର ସମ୍ଭାବନା ବହନ କରି ଆଣିପାରେ । ଏହା ପୃଥିବୀ ଏବଂ ତା’ର ଅଧିବାସୀ ଲୋକମାନଙ୍କ ଦ୍ବାରା ସାମ୍ନା କରାଯାଉଥିବା ଅନେକ ସଂଖ୍ୟକ ପ୍ରସଙ୍ଗ ବିଷୟରେ ସମସ୍ତଙ୍କୁ ଅନ୍ତର୍ଦଷ୍ଟି ପ୍ରଦାନ କରିପାରେ।
ଶୁଭ୍ରାଂଶୁ ଶୁକ୍ଳାଙ୍କ ଆଇଏସ୍ଏସ୍ରେ ପଦାର୍ପଣ କେବଳ ଏକ ‘ଐତିହାସିକ’ ଘଟଣାକ୍ରମ ନୁହେଁ, ବରଂ ଏକ ଉତ୍ପ୍ରେରକ । ଏହା ରାକେଶ ଶର୍ମାଙ୍କ ଦ୍ଵାରା ପ୍ରଦର୍ଶିତ ପଥ ଓ ଗୌରବକୁ ଗଗନ ଯାନ ମାଧମରେ ନିଜର ଉଚ୍ଚାଭିଳାଷ ପୂରଣ କରିବା ପଥରେ ଅଗ୍ରସର ହୋଇ ଚନ୍ଦ୍ର ଏବଂ ତା’ଠାରୁ ଆହୁରି ଆଗକୁ ଆଗକୁ ଅନୁସନ୍ଧାନ କରିବା ନିମନ୍ତେ ଏକ ଉଦୀୟମାନ ଶକ୍ତିର ପ୍ରସ୍ତୁତି ସହିତ ସଂଯୁକ୍ତ କରିବାରେ ଯଥେଷ୍ଟ ସହାୟକ ହୋଇ ପାରିଛି।
Also readhttps://purvapaksa.com/tragic-saradhabali-stampede-who-is-responsible/
Tragic Saradhabali stampede: Who is responsible? ।। ଶରଧା ବାଲିରେ ଦୁଃଖଦ ଭିଡ଼ଜନିତ ମୃତ୍ୟୁ : ଦାୟୀ କିଏ?
