ଭାରତର ଗୋଟିଏ ପରେ ଗୋଟିଏ ପଡ଼ୋଶୀ ରାଷ୍ଟ୍ରର ସରକାର ଭୁଶୁଡିବାରେ ଲାଗିଛି। ପ୍ରଥମେ ଶ୍ରୀଲଙ୍କା, ପରେ ପାକିସ୍ତାନ, ବାଂଲାଦେଶ ଏବଂ ଏବେ ନେପାଳରେ ସମାନ ସ୍ଥିତି ରହିଛି। ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କି କାମଚଳା ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଭାରତ ସରକାର ଏଠାକାର ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି। ଏହି ଦେଶ ସହ ଭାରତର ‘ରୋଟି-ବେଟି’ ସମ୍ପର୍କ ପରି। ଭାରତ ଏହି ଦେଶକୁ ପେଟ୍ରୋଲ ଏବଂ ଡିଜେଲ ଯୋଗାଣ କରୁଛି। ଉଭୟ ଦେଶ ମଧ୍ୟରେ ଖୋଲା ସୀମା ରହିଛି। ବିନା ଦ୍ବିଧାରେ ଲୋକେ ପରସ୍ପରର ଅଞ୍ଚଳକୁ ଯାଉଛନ୍ତି। କିନ୍ତୁ ଜେନ୍-ଜି ଆନ୍ଦୋଳନ ଯୋଗୁଁ ଭାରତ ସୀମା ବନ୍ଦ କରିଦେଇଛି।
ରିପୋର୍ଟ ଅନୁଯାୟୀ ୩୫ ଲକ୍ଷ ନେପାଳୀ ଭାରତରେ କାମ କରୁଛନ୍ତି କିମ୍ବା ରହୁଛନ୍ତି। ନେପାଳର ୩୨ ହଜାର ଗୋରଖା ସୈନିକ ଭାରତୀୟ ସେନାରେ ମୁତୟନ ଅଛନ୍ତି। ଏଥିପାଇଁ ଏକ ସ୍ବତନ୍ତ୍ର ଚୁକ୍ତି ହୋଇଛି। ଏହା ସହିତ ଭାରତ ଏବଂ ଚୀନ୍ ମଧ୍ୟରେ ନେପାଳ ବଫର ରାଷ୍ଟ୍ର ଭଳି କାମ କରୁଛି। ଏଥିରୁ ଭାରତ ପାଇଁ ନେପାଳର ଗୁରୁତ୍ବ କିଭଳି ତାହା ବୁଝା ପଡୁଛି। ନେପାଳ ଏକ ହିନ୍ଦୁ ବହୁଳ ରାଷ୍ଟ୍ର। ସୀମାର ଉଭୟ ପାର୍ଶ୍ବରେ ରହୁଥିବା ଲୋକଙ୍କ ମଧ୍ୟରେ ଗଭୀର ପାରିବାରିକ ସମ୍ବନ୍ଧ ରହିଛି। ଲୋକେ ବିନା ଭିସା ଏବଂ ପାସପୋର୍ଟରେ ଉଭୟ ଦେଶକୁ ଯାଇପାରୁଛନ୍ତି। ପ୍ରଦି ବର୍ଷ ଲକ୍ଷାଧିକ ହିନ୍ଦୁ ଶ୍ରଦ୍ଧାଳୁ ଭାରତ ଯାଉଛନ୍ତି।
ନେପାଳ ଭାରତର ସବୁଠୁ ବଡ଼ ବ୍ୟାବସାୟିକ ସହଯୋଗୀ। କିନ୍ତୁ ଦୀର୍ଘ ଦିନ ପର୍ଯ୍ୟନ୍ତ ରାଜନୈତିକ ଅସ୍ଥିରତା ରହିଲେ ଯୋଗାଣ ଶୃଙ୍ଖଳ ପ୍ରଭାବିତ ହୋଇପାରେ। ରପ୍ତାନୀ ଉପରେ ଏହାର ପ୍ରଭାବ ପଡ଼ିପାରେ। ଗତ ବର୍ଷ ନେପାଳକୁ ଭାରତ ମଧ୍ୟରେ ୭.୩୨ ବିଲିୟନ ଡଲାରର ସାମଗ୍ରୀ ରପ୍ତାନୀ କରିଥିଲା। ତେବେ ଭାରତକୁ ଏହି ଦେଶ ୧.୨ ବିଲିୟନ ଡଲାରର ସାମଗ୍ରୀ ପଠାଇ ଥିଲା। ଏଭଳି ସ୍ଥିତିରେ ଭାରତ ବାଣିଜ୍ୟ କ୍ଷେତ୍ରରେ ଲାଭରେ ରହିଛି।
Also Read https://purvapaksa.com/where-is-shaheen-afridis-nephew-compared-to-the-king-of-york-jasprit-bumrah/


