Indian railways: ଭାରତୀୟ ରେଳବାଇ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ । ୨୦୨୨ ମସିହା ବେଳକୁ ଏହାର ମୋଟ ରୁଟ୍ ସୀମା ୬୭ ହଜାର କିଲୋମିଟରରୁ ଅଧିକ ରେକର୍ଡ କରାଯାଇଥିଲା। ଏହି ଲେଖାରେ ଆମେ ଭାରତରେ ଥିବା ବିଶ୍ୱର ସର୍ବବୃହତ ରେଳ କାରଖାନା ରେଳ କୋଚ୍ କାରଖାନା ବିଷୟରେ ଜାଣିବା ।
ଭାରତୀୟ ରେଳବାଇକୁ ଭାରତର ଲାଇଫ ଲାଇନ ମଧ୍ୟ କୁହାଯାଏ । ଏହା ମାଧ୍ୟମରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ହଜାର ହଜାର କିଲୋମିଟର ଅତିକ୍ରମ କରି ନିଜ ଗନ୍ତବ୍ୟସ୍ଥଳରେ ପହଂଚିଥାନ୍ତି । ବିଶ୍ୱର ସର୍ବବୃହତ ରେଳ ନେଟୱାର୍କ ତାଲିକାରେ ଭାରତୀୟ ରେଳ ନେଟୱାର୍କ ଚତୁର୍ଥ ସ୍ଥାନରେ ରହିଛି ।
୨୦୨୨ ମସିହା ବେଳକୁ ୬୭ ହଜାର କିଲୋମିଟରରୁ ଅଧିକ ରେଳ ନେଟୱାର୍କ ରେକର୍ଡ କରାଯାଇଥିଲା । ଆପଣ ମଧ୍ୟ ଭାରତୀୟ ଟ୍ରେନରେ ଯାତ୍ରା କରିଥିବେ । ତେବେ କ’ଣ ଆପଣ ଜାଣନ୍ତି କି ଆପଣ ଯେଉଁ କୋଚ୍ ରେ ଯାତ୍ରା କରନ୍ତି ତାହା ସାଧାରଣତଃ ଭାରତରେ ନିର୍ମିତ ହୋଇଥାଏ । ଯଦି ନୁହେଁ, ତେବେ ଏହି ଲେଖା ମାଧ୍ୟମରେ ଆମେ ବିଶ୍ୱର ସର୍ବବୃହତ ରେଳ କାରଖାନା ଭାରତୀୟ ରେଳ କୋଚ୍ କାରଖାନା ବିଷୟରେ ଜାଣିବୁ ।
- ଦୈନିକ କେତେ ଟ୍ରେନ୍ ଚଳାଚଳ କରେ?
ଭାରତରେ ଦୈନିକ ୨୩,୦୦୦ରୁ ଅଧିକ ଟ୍ରେନ୍ ଚଳାଚଳ କରୁଛି ଓ ୭ହଜାରରୁ ଅଧିକ ଷ୍ଟେସନ ଦେଇ ଗତି କରୁଛି। ଟ୍ରେନ୍ ଗୁଡ଼ିକ ମଧ୍ୟରେ ୧୩,୦୦୦ରୁ ଅଧିକ ପାସେଞ୍ଜର ଟ୍ରେନ୍ ଏବଂ ୯,୨୦୦ରୁ ଅଧିକ ମାଲବାହୀ ଟ୍ରେନ୍ ଅନ୍ତର୍ଭୁକ୍ତ। ଏହା ପ୍ରତିଦିନ ଟନ୍ ଟନ୍ ସାମଗ୍ରୀ ପରିବହନ କରିଥାଏ।
- ଅଧିକାଂଶ ରେଳ କୋଚ୍ କେଉଁଠାରେ ପ୍ରସ୍ତୁତ ହୁଏ?
ଏବେ ପ୍ରଶ୍ନ ଉଠୁଛି ଭାରତରେ ସବୁଠାରୁ ଅଧିକ କୋଚ୍ କେଉଁଠି ତିଆରି ହୁଏ, ତେବେ ଆପଣଙ୍କୁ କହିରଖୁଛୁ ଯେ ଭାରତର ଅଧିକାଂଶ ରେଳ କୋଚ୍ ଚେନ୍ନାଇରେ ଥିବା ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରେ ନିର୍ମିତ ହୋଇଥାଏ । ୧୯୫୫ ମସିହାରେ ସ୍ଥାପିତ ଏହି ମନ୍ଦିର ଚେନ୍ନାଇର ପେରାମ୍ବୁରରେ ଅବସ୍ଥିତ । ଏହା ସହ ଏହା ବିଶ୍ୱର ସର୍ବବୃହତ ରେଳ କୋଚ ନିର୍ମାତା ମଧ୍ୟ ଅଟେ । ଏହାର ମାଲିକାନା ବିଷୟରେ କହିବାକୁ ଗଲେ ଏହା ଭାରତୀୟ ରେଳବାଇ ପାଖରେ ରହିଛି ।
ସେହିପରି ଭାରତୀୟ ରେଳବାଇର ପାଞ୍ଚଟି ରେକ୍ ଉତ୍ପାଦନ ୟୁନିଟ୍ ମଧ୍ୟରୁ ଏହି କାରଖାନା ସବୁଠାରୁ ପୁରୁଣା। ବର୍ତମାନ ଏଠାରେ ଏଲଏଚ୍ବି କୋଚ୍ ଓ ସେମି ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ ସେଟ୍ ସମେତ ଇଲେକ୍ଟ୍ରିକ୍ ମଲ୍ଟିପଲ୍ ୟୁନିଟ୍ ନିର୍ମାଣ ହେଉଥିବା ବେଳେ ପୂର୍ବରୁ ଏଠାରେ କେବଳ ଆଇସିଏଫ୍ କୋଚ୍ ନିର୍ମାଣ ହେଉଥିଲା। ପରେ ଏହି କାରଖାନାକୁ ଅପଡେଟ୍ କରାଯିବା ସହ ଏଠାରେ ଅନ୍ୟାନ୍ୟ କୋଚ୍ ମଧ୍ୟ ନିର୍ମାଣ କରାଯାଇଥିଲା।
- ବର୍ଷକୁ ୪୦୦୦ରୁ ଅଧିକ କୋଚ୍ ପ୍ରସ୍ତୁତ
ଚେନ୍ନାଇସ୍ଥିତ ଆଇସିଏଫରେ ବର୍ଷକୁ ୪ ହଜାରରୁ ଅଧିକ କୋଚ୍ ତିଆରି ହେଉଛି। ଜୁନ୍ ୨୦୨୪ ସୁଦ୍ଧା ଏଠାରେ ୭୫ ହଜାରରୁ ଅଧିକ କୋଚ୍ ନିର୍ମାଣ ହୋଇଥିଲା। ଏଥିରେ ବନ୍ଦେ ଭାରତ ଟ୍ରେନର କୋଚ୍ ମଧ୍ୟ ରହିଛି। ଏହି କୋଚ୍ ଗୁଡ଼ିକୁ ପ୍ରସ୍ତୁତ କରିବା ପାଇଁ ଅନେକ ଦିନ ଲାଗିଥାଏ।
previous article: https://purvapaksa.com/the-only-railway-station-in-india-from-where-you-can-catch-a-train-to-any-corner-of-the-country/
ଭାରତର ଏକମାତ୍ର ରେଳ ଷ୍ଟେସନ, ଯେଉଁଠାରୁ ଆପଣ ଦେଶର ଯେକୌଣସି କୋଣକୁ ଟ୍ରେନ୍ ଧରିପାରିବେ