IMD : ଏପ୍ରିଲରୁ ଜୁନ୍ ମଧ୍ୟରେ ଭାରତରେ ସ୍ୱାଭାବିକ ତାପମାତ୍ରାଠାରୁ ଅଧିକ ଗରମ ରହିବ ଏବଂ କେନ୍ଦ୍ରୀୟ ଓ ପୂର୍ବ ଭାରତ ଏବଂ ଉତ୍ତର-ପଶ୍ଚିମ ସମତଳ ଅଞ୍ଚଳରେ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଆଇଏମଡି ସୋମବାର କହିଛି।
ପଶ୍ଚିମ ଓ ପୂର୍ବ ଭାରତର କିଛି ଅଞ୍ଚଳକୁ ବାଦ୍ ଦେଲେ ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏପ୍ରିଲରୁ ଜୁନ୍ ମଧ୍ୟରେ ଉତ୍ତର ଓ ପୂର୍ବ ଭାରତର ଅଧିକାଂଶ ଅଞ୍ଚଳ, କେନ୍ଦ୍ରୀୟ ଭାରତ ଏବଂ ଉତ୍ତର-ପଶ୍ଚିମ ଭାରତର ସମତଳ ଅଞ୍ଚଳରେ ସ୍ୱାଭାବିକ ଠାରୁ ୨ରୁ ୪ ଦିନ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି।
ସାଧାରଣତଃ ଭାରତରେ ଏପ୍ରିଲରୁ ଜୁନ୍ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ୪ରୁ ୭ ଦିନ ରହିଥାଏ।
ଆଇଏମଡିର ଜଣେ ଅଧିକାରୀ ପୂର୍ବରୁ କହିଥିଲେ ଯେ ଉତ୍ତର-ପଶ୍ଚିମ ଭାରତ ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ପ୍ରବାହର ଦୁଇଗୁଣ ସମ୍ମୁଖୀନ ହୋଇପାରେ।
ଏହି ଅଞ୍ଚଳରେ ସାଧାରଣତଃ ଋତୁରେ ୫ରୁ ୬ ଦିନ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ।
ରାଜସ୍ଥାନ, ଗୁଜରାଟ, ହରିୟାଣା, ପଞ୍ଜାବ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ଓ ତାମିଲନାଡୁର ଉତ୍ତର ଭାଗରେ ଗ୍ରୀଷ୍ମ ପ୍ରବାହ ସ୍ୱାଭାବିକଠାରୁ ଅଧିକ ରହିବ।
ଏପ୍ରିଲ ରେ ଭାରତର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ତେବେ ଦକ୍ଷିଣ ଓ ଉତ୍ତର-ପଶ୍ଚିମ ାଞ୍ଚଳର କେତେକ ଅଞ୍ଚଳରେ ସ୍ୱାଭାବିକ ତାପମାତ୍ରା ଅନୁଭୂତ ହୋଇପାରେ।
ଉତ୍ତର-ପଶ୍ଚିମ ଓ ଉତ୍ତର-ପୂର୍ବାଞ୍ଚଳର କିଛି ସ୍ଥାନକୁ ଛାଡ଼ିଦେଲେ ଦେଶର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଭାରତ ଚଳିତ ଗ୍ରୀଷ୍ମ ଋତୁରେ ୯ରୁ ୧୦ ପ୍ରତିଶତ ବିଦ୍ୟୁତ ଚାହିଦା ବୃଦ୍ଧି ପାଇଁ ପ୍ରସ୍ତୁତ ହେବା ଉଚିତ, କାରଣ ଦେଶରେ ଅଧିକ ସଂଖ୍ୟକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି ।
ଗତବର୍ଷ ମେ’ ୩୦ ତାରିଖରେ ସର୍ବଭାରତୀୟ ସର୍ବୋଚ୍ଚ ବିଦ୍ୟୁତ ଚାହିଦା ୨୫୦ ଗିଗାୱାଟ୍ (ଜିଡବ୍ଲ୍ୟୁ) ଅତିକ୍ରମ କରିଥିଲା, ଯାହା ଆକଳନ ଠାରୁ ୬.୩ ପ୍ରତିଶତ ଅଧିକ।
ଜଳବାୟୁ ପରିବର୍ତ୍ତନ ଜନିତ ଉତ୍ତାପ ଚାପ ବିଜୁଳି ଚାହିଦାର ଅନ୍ୟତମ ପ୍ରମୁଖ କାରଣ ।
ALSO READ: https://purvapaksa.com/get-rid-of-heat-rain-likely-from-april-2-to-5/