୧୦ବର୍ଷ ପରେ ଶ୍ରେଷ୍ଠ ୨୦ରୁ ବାଦ ପଡ଼ିଲେ କୋହଲି
ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା ତାଲିକାରେ ରିଷଭ ପନ୍ତଙ୍କ ଉନ୍ନତି ହୋଇଛି। ସେ ଷଷ୍ଠ ସ୍ଥାନ ଦଖଲ କରିଛନ୍ତି। ବିଶ୍ୱର ଶ୍ରେଷ୍ଠ ବ୍ୟାଟରଙ୍କ ମଧ୍ୟରେ ଅନ୍ୟତମ ବିରାଟ କୋହଲି ଦୀର୍ଘ ୧୦ ବର୍ଷ ମଧ୍ୟରେ ପ୍ରଥମ କରି ଶ୍ରେଷ୍ଠ ୨୦ରୁ ବାଦ ପଡ଼ିଛନ୍ତି। ସେ ୨୨ତମ ସ୍ଥାନକୁ ଖସିଛନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ପନ୍ତ ଦମଦାର ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଗତ ସପ୍ତାହରେ ସେ ୧୧ତମ ସ୍ଥାନରେ ରହିଥିଲେ। ସେହିଌରି ଗତ ସପ୍ତାହରେ ତୃତୀୟ ସ୍ଥାନ ହାସଲ କରିଥିବା ଯଶସ୍ୱୀ ଜୈସ୍ୱାଲଙ୍କ ଅବନତି ହୋଇଛି। ସେ ଚତୁର୍ଥକୁ ଖସିଛନ୍ତି। ଇଂଲଣ୍ଡର ଜୋ ରୁଟ୍ ଓ ନ୍ୟୁଜିଲାଣ୍ଡର କେନ ୱିଲିୟମସନ ଯଥାକ୍ରମେ ମାନ୍ୟତା ତାଲିକାର ପ୍ରଥମ ୨ଟି ସ୍ଥାନ ବଜାୟ ରଖିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡର ଡାରିଲ ମିଚେଲଙ୍କ ମାନ୍ୟତାରେ ୮ଟି ସ୍ଥାନ ଉନ୍ନତି ହୋଇଛି ଓ ସେ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି। ଭାରତୀୟଙ୍କ ମଧ୍ୟରେ ଶୁଭମନ ଗିଲଙ୍କ ମାନ୍ୟତାରେ ୪ଟି ସ୍ଥାନ ଉନ୍ନତି ହୋଇଛି ଓ ସେ ୧୬ତମ ସ୍ଥାନ ହାସଲ କରିଛନ୍ତି। ବିରାଟ କୋହଲିଙ୍କ ମାନ୍ୟତାରେ ୮ଟି ସ୍ଥାନ ଓ ରୋହିତଙ୍କ ମାନ୍ୟତାରେ ୨ଟି ସ୍ଥାନ ଅବନତି ହୋଇଛି। କୋହଲି ୨୨ ଓ ରୋହିତ ୨୬ତମ ସ୍ଥାନକୁ ଖସିଛନ୍ତି।
ବୋଲିଂ ମାନ୍ୟତାରେ ମଧ୍ୟ ଭାରତୀୟଙ୍କ ଅବନତି ହୋଇଛି। ଯଶପ୍ରୀତ ବୁମରା ତୃତୀୟ ସ୍ଥାନ ବଜାୟ ରଖିଥିବାବେଳେ ରବି ଚନ୍ଦ୍ରନ ଅଶ୍ୱିନ୍ ପଞ୍ଚମ ଓ ରବୀନ୍ଦ୍ର ଜାଡେଜା ଷଷ୍ଠ ସ୍ଥାନରେ ରହିଛନ୍ତି । ଜାଡେଜା ତୃତୀୟ ଟେଷ୍ଟରେ ୧୦ଟି ୱିକେଟ୍ ନେଇଥିଲେ । ତାଙ୍କ ମାନ୍ୟତାରେ ୨ଟି ସ୍ଥାନ ଉନ୍ନତି ହୋଇଛି।
Previous articlehttps://purvapaksa.com/nca-will-make-star-cricketer/