ଆଇସିସି ପକ୍ଷରୁ ନଭେମ୍ବର ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ଆଜି ତାଲିକା ଘୋଷଣା ହୋଇଛି । ଟିମ୍ ଇଣ୍ଡିଆର ପ୍ରମୁଖ ପେସ ବୋଲର ଯଶପ୍ରୀତ ବୁମରା ଏହି ତାଲିକାରେ ସ୍ଥାନ ପାଇଛନ୍ତି । ତାଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର ମାର୍କୋ ଜାନସେନ ଓ ପାକିସ୍ତାନର ହ୍ୟାରିସ ରୌଫ ମଧ୍ୟ ଦୌଡ଼ରେ ରହିଛନ୍ତି ।
ଚଳିତବର୍ଡ଼ର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ରୋହିତ ଶର୍ମାଙ୍କ ଆନୁପସ୍ଥିତିରେ ବୁମରା ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ଏହି ମ୍ୟାଚରେ ଭାରତ ୨୯୫ରନରେ ଘରୋଇ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ବୁମରା ଉଭୟ ଇନିଂସରେ ମୋଟ ୮ଟି (୫+୩) ୱିକେଟ ନେଇ ପ୍ଲେୟାର ଅଫ୍ ଦ ମ୍ୟାଚ ବିବେଚିତ ହୋଇଥିଲେ । ଏହି ପ୍ରଦର୍ଶନ ବଳରେ ସେ ଆଇସିସି ଟେଷ୍ଟ ବୋଲିଂ ମାନ୍ୟତା ତାଲିକାରେ ଶୀର୍ଷ ସ୍ଥାନ ଦଖଲ କରିଥିଲେ । ବୁମରା ଦ୍ୱିତୀୟ ଥର ଆଇସିସି ପୁରସ୍କାରେ ଦୌଡ଼ରେ ରହିଛନ୍ତି।
ସେହିପରି ରୌଫଙ୍କ ଘାତକ ବୋଲିଂ ପ୍ରଦର୍ଶନ ବଳରେ ପାକିସ୍ତାନ ଦୀର୍ଘ ୨୨ ବର୍ଷ ପରେ ଅଷ୍ଟ୍ରେଲିଆକୁ କୌଣସି ଦିନିକିଆ ସିରିଜ(୨-୧)ରେ ହରାଇଥିଲା। ୩ଟି ମ୍ୟାଚରେ ରୌଫ ୧୦ଟି ୱିକେଟ୍ ନେଇଥିଲେ। ସେ ମେଲବର୍ଣ୍ଣରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ୩ଟି ୱିକେଟ ଅକ୍ତିଆର କରିଥିଲେ। ଏହାପରେ ଦ୍ୱିତୀୟ ଦିନିକିଆରେ ୫ଟି ଓ ତୃତୀୟ ଦିନିକିଆରେ ୨ଟି ୱିକେଟ ନେଇଥିଲେ। ଏହାପରେ ଅନୁଷ୍ଠିତ ଟି-ଟ୍ୱେଣ୍ଟି ସିରିଜରେ ସେ ନେଇଥିଲେ ୫ଟି ୱିକେଟ୍। ମାସ ଶେଷ ଆଡ଼କୁ ଅନୁଷ୍ଠିତ ଜିମ୍ବାୱେ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ସେ ଆଉ ୩ଟି ୱିକେଟ ଅକ୍ତିଆର କରିଥିଲେ। ଗୋଟିଏ ମାସରେ ସେ ମୋର ୧୮ଟି ୱିକେଟ ନେଇଥିଲେ।
ଭାରତ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ଜାନସେନ ଅଲ୍ରାଉଣ୍ଡ ପ୍ରଦର୍ଶନ କରି ପ୍ରଶଂସକଙ୍କ ପ୍ରଥମ ପସନ୍ଦ ହୋଇଯାଇଥିଲେ। ତୃତୀୟ ଟି-ଟ୍ୱେଣ୍ଟିରେ ସେ ୧୭ଟି ବଲ୍ରୁ ୫୪ ରନ୍ ସଂଗ୍ରହ କରିଥିଲେ। ଚତୁର୍ଥ ଟି-ଟ୍ୱେଣ୍ଟିରେ ସେ ଅପରାଜିତ ୨୯ ରନ୍ର ପାଳି ଘଖଳିଥିଲେ। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ସେ ୭ଟି ଓ ଦ୍ୱିତୀୟ ଇନିଂସରେ ୪ଟି ୱିକେଟ ଅକ୍ତିଆର କରିଥିଲେ।
ମହିଳା ଶ୍ରେଷ୍ଠ ଖେଳାଳି ପୁରସ୍କାର ତାଲିକାରେ ବାଂଲାଦେଶ ଶର୍ମିନ ଅଖତର, ଦକ୍ଷିଣ ଆଫ୍ରିକାର ନାଦିନ ଡି କ୍ଲର୍କ ଏବଂ ଇଂଲଣ୍ଡର ଡାନି ୱାଟ୍ ରହିଛନ୍ତି ।
previous article: https://purvapaksa.com/starc-gets-to-adelaide-fifty-bumrah-to-2024-fifty/