କୌଣସି ବି ବ୍ୟକ୍ତିଗତ ସମ୍ପତ୍ତିକୁ ସରକାର ସାର୍ବଜନୀନ ହିତ ପାଇଁ କବଜା କରିପାରିବେ କି ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ବଡ଼ ରାୟ ଦେଇଛନ୍ତି । ପ୍ରତ୍ୟେକ ବ୍ୟକ୍ତିଗତ ସମ୍ପତ୍ତିକୁ ସମୁଦାୟର ସମ୍ପତ୍ତି କୁହାଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଜନସାଧାରଣଙ୍କ ସ୍ୱାର୍ଥରେ ବ୍ୟକ୍ତିଗତ ସମ୍ପତ୍ତିର ସମୀକ୍ଷା କରାଯିବା ଉଚିତ ।
ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ସଂଖ୍ୟା ଗରିଷ୍ଠତା ଆଧାରରେ ଏହି ରାୟ ଶୁଣାଇଛନ୍ତି । ଏଥିସହ ବେଞ୍ଚ ନିଜ ପୂର୍ବ ରାୟକୁ ବଦଳାଇ ଦେଇଛନ୍ତି । ପ୍ରଧାନ ବିଚାରପତି କହିଛନ୍ତି ଯେ ସମ୍ବିଧାନର ଧାରା ୩୯(ବି) ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଗତ ସମ୍ପତ୍ତିକୁ ସମୁଦାୟର ବୌଦ୍ଧିକ ସମ୍ବଳ ଭାବରେ ବିବେଚନା କରାଯାଇପାରିବ ନାହିଁ । ସରକାର କେବଳ କିଛି ଅଂଶକୁ ସମୁଦାୟର ସମ୍ବଳ ଭାବି ଏହାକୁ ଜନସାଧାରଣଙ୍କ ସୁବିଧା ପାଇଁ ବ୍ୟବହାର କରିପାରିବେ । କିନ୍ତୁ ସମସ୍ତ ସମ୍ପତ୍ତିକୁ କବ୍ଜା କରିପାରିବେ ନାହିଁ ।
୭-୨ ସଂଖ୍ୟାଗରିଷ୍ଠ ରାୟ
୭-୨ସଂଖ୍ୟାଗରିଷ୍ଠ ରାୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ସରକାର କେତେକ କ୍ଷେତ୍ରରେ ବ୍ୟକ୍ତିଗତ ସମ୍ପତ୍ତି ଦାବି କରିପାରିବେ କିନ୍ତୁ ସାଧାରଣ ହିତ ପାଇଁ ସମସ୍ତ ଘରୋଇ ମାଲିକାନାର ସମ୍ବଳ ଗ୍ରହଣ କରିବାର ଅଧିକାର ତାଙ୍କର ନାହିଁ । ପ୍ରଧାନ ବିଚାରପତି ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ସାମ୍ବିଧାନିକ ବେଞ୍ଚ ଜଷ୍ଟିସ କୃଷ୍ଣ ଆୟରଙ୍କ ବେଞ୍ଚ ଦେଇଥିବା ରାୟକୁ ଖାରଜ କରିଛନ୍ତି । ଜଷ୍ଟିସ୍ ଆୟରଙ୍କ ବେଞ୍ଚ ନିଜର ରାୟରେ କହିଥିଲେ ଯେ ସମ୍ବିଧାନର ଧାରା ୩୯(ବି) ଅନୁଯାୟୀ ବଣ୍ଟନ ପାଇଁ ସରକାର ସମସ୍ତ ବ୍ୟକ୍ତିଗତ ମାଲିକାନାର ସମ୍ବଳ ଅଧିଗ୍ରହଣ କରିପାରିବେ ।
ଜଟିଳ ଆଇନଗତ ପ୍ରଶ୍ନ
ସୁପ୍ରିମକୋର୍ଟ ଏକ ଜଟିଳ ଆଇନଗତ ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ ଯାହାକୁ ସାମ୍ବିଧାନିକ ବେଞ୍ଚ ନିଷ୍ପତ୍ତି ନେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସମ୍ମୁଖରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଥିଲା ଧାରା ୩୯ (ବି) ଅନୁଯାୟୀ ବ୍ୟକ୍ତିଗତ ସମ୍ପତ୍ତିକୁ ସାଧାରଣ ସାମଗ୍ରୀକ ସମ୍ବଳ ଭାବରେ ବିବେଚନା କରାଯାଇପାରିବ କି? ସାଧାରଣ ଜନତାଙ୍କ ସୁବିଧା ପାଇଁ ବଣ୍ଟନ ଲାଗି ସରକାରଙ୍କ ଦ୍ୱାରା ଏହିପରି ବ୍ୟକ୍ତିଗତ ସମ୍ପତ୍ତିକୁ ଅଧିଗ୍ରହଣ କରାଯାଇପାରିବ କି? ଏହି ଉଦ୍ଦେଶ୍ୟରେ ବ୍ୟକ୍ତିଗତ ସମ୍ପତ୍ତିକୁ ଅଧିଗ୍ରହଣ କରାଯାଇପାରିବ କି? ସୁପ୍ରିମକୋର୍ଟ ମଙ୍ଗଳବାର ଦେଇଥିବା ରାୟରେ ପୂର୍ବର ସମସ୍ତ ରାୟକୁ ଖାରଜ କରିଦେଇଛନ୍ତି ।
ସମାଜବାଦୀ ଚିନ୍ତାଧାରା
ସେସବୁ ରାୟରେ କୁହାଯାଇଥିଲା ଯେ ସରକାର ସାଧାରଣ ହିତ ପାଇଁ ସମସ୍ତ ପ୍ରକାର ଘରୋଇ ସମ୍ପତ୍ତି ଅଧିଗ୍ରହଣ କରିପାରିବେ ଏବଂ ବଣ୍ଟନ କରିପାରିବେ । ସୁପ୍ରିମକୋର୍ଟଙ୍କ ପୂର୍ବ ରାୟରେ ସମାଜବାଦୀ ଚିନ୍ତାଧାରାକୁ ପ୍ରାଧାନ୍ୟ ଦିଆଯାଇଥିଲା । ସୁପ୍ରିମକୋର୍ଟର ଜଷ୍ଟିସ୍ ବି.ଭି ନାଗରତ୍ନା ୭ ଜଣ ବିଚାରପତିଙ୍କ ସହ ପୃଥକ୍ ନିଷ୍ପତ୍ତିରେ ଆଂଶିକ ସହମତ ହୋଇଥିବାବେଳେ ଜଷ୍ଟିସ୍ ସୁଦର୍ଶନ ଧୁଲିଆ ଏହି ୭ ଜଣ ବିଚାରପତିଙ୍କ ରାୟର ସମସ୍ତ ଦିଗକୁ ନେଇ ନିଜର ମତଭେଦ ପ୍ରକାଶ କରିଛନ୍ତି ।
୧୬ ମାମଲା ଉପସ୍ଥାପିତ
ଶୀର୍ଷ କୋର୍ଟରେ ଏନେଇ ୧୬ ମାମଲା ଉପସ୍ଥାପନ କରାଯାଇଥିଲା । ଯେଉଁଥିରେ ମୁମ୍ବାଇ ସ୍ଥିତ ସମ୍ପତ୍ତି ମାଲିକ ସଂଘଦ୍ୱାରା ୧୯୯୨ରେ ଦାଖଲ ହୋଇଥିବା ମୁଖ୍ୟ ଆବେଦନ ଅନ୍ତର୍ଭୁକ୍ତ ଥିଲା । ମହାରାଷ୍ଟ୍ର ଗୃହ ଏବଂ କ୍ଷେତ୍ର ବିକାଶ ପ୍ରାଧିକରଣ (ଏମଏଚଏଡିଏ) ଅଧିନିୟମର ଅଧ୍ୟାୟ ୮-ଏ କୁ ପିଓଏ ବିରୋଧ କରିଛି । ୧୯୮୬ରେ ଯୋଡ଼ା ଯାଇଥିବା ଏହି ଅଧ୍ୟାୟ, ସରକାରୀ କର୍ତ୍ତୃପକ୍ଷଙ୍କୁ ବେଆଇନ କୋଠା ଏବଂ ?ସେଭଳି ଜମିରେ ନିର୍ମିତ ଜମି ଅଧିଗ୍ରହଣ କରିବାକୁ କ୍ଷମତା ପ୍ରଦାନ କରିଥାଏ । ଯଦି ସେଠାରେ ରହୁଥିବା ୭୦ ପ୍ରତିଶତ ଲୋକ ପୁନଃବିସ୍ଥାନ ଉଦ୍ଦେଶ୍ୟରେ ଅନୁରୋଧ କରନ୍ତି ।
ଧାରା ୩୯ ବି କ’ଣ?
ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ । ଶୁଣାଣି ସମୟରେ ମୁଖ୍ୟ ଆଇନଗତ ପ୍ରଶ୍ନ ଉପରେ ଏକ ଦୀର୍ଘ ବିତର୍କ ଚାଲିଥିଲା କି ସମ୍ବିଧାନ ଅନୁଯାୟୀ ବ୍ୟକ୍ତିଗତ ସମ୍ପତ୍ତିକୁ ସାଧାରଣ ସାମଗ୍ରୀକ ସମ୍ବଳ ଭାବରେ ବିବେଚନା କରାଯାଇପାରିବ କି? ଏହିପରି ସମ୍ପତ୍ତି ରାଜ୍ୟ କର୍ତ୍ତୃପକ୍ଷ ଗ୍ରହଣ କରିପାରିବେ କି? ଏହି ମାମଲାରେ ଆଇନଗତ ପ୍ରଶ୍ନ ଥିଲା ଯେ ସମ୍ବିଧାନର ଧାରା ୩୯ ବି ଅନୁଯାୟୀ ବ୍ୟକ୍ତିଗତ ସମ୍ପତ୍ତି ସାଧାରଣ ସାମଗ୍ରୀକ ସମ୍ବଳ ଭାବରେ ବିବେଚନା କରାଯାଇପାରିବ କି ନାହିଁ ଏବଂ ରାଜ୍ୟ ଏହାକୁ ହାସଲ କରି ଏହାକୁ ସାର୍ବଜନୀନ କରିପାରିବ କି?
ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ କୌଣସି ବ୍ୟକ୍ତିଗତ ସମ୍ପତ୍ତି ସାଧାରଣ ସାମଗ୍ରୀକ ଉତ୍ସ ନୁହେଁ ଏବଂ ପ୍ରତ୍ୟେକ ବ୍ୟକ୍ତିଗତ ସମ୍ପତ୍ତି ସମୁଦାୟ ସାମଗ୍ରୀକ ଉତ୍ସ ଏବଂ ଏହି ଦୁଇଟି ଭିନ୍ନ ମତ । ଘରୋଇକରଣ ଏବଂ ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାର ସମସାମୟିକ ବ୍ୟାଖ୍ୟା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି ।
Previous posthttps://purvapaksa.com/baby-hippo-moo-deng-predicts-win-for-trump-in-us-election/
1 Comment
Pingback: ବିଶ୍ୱ ଟେଷ୍ଟ ଚାମ୍ପିଆନସିପ୍ ଫାଇନାଲ୍ ଦୌଡ଼ :ଭାରତ ପାଇଁ କଷ୍ଟକର ଲର୍ଡ୍ସ ଯାତ୍ରା