ଆପଣ ସୋସିଆଲ ମିଡ଼ିଆରେ କନିଆକୁ ନାଚି ନାଚି ଏଣ୍ଟ୍ରି କରିବାର ଦେଖିଥିବେ । କନିଆ ପାଇଁ ଏବେ ବର ନାଚି ନାଚି ଆସିବାର ଟ୍ରେଣ୍ଡ ସେଟ ହେବାରେ ଲାଗିଲାଣି । ଜଣେ ବର ତା କନିଆ ପାଇଁ ନାଚିବା ଭିଡିଓ ଏବେ ଭାଇରାଲ୍ ହେଇଛି । ଭିଡିଓ ଭାଇରଲ ହେବା ସହ ଭିଡିଓ ଉପରେ ଖୋଦ ହ୍ରିତିକ୍ ରୋଶନ ବି ପ୍ରତିକ୍ରିୟା ଦେଇଛନ୍ତି । ଗୀତଟି ଧୁମ ୨ର ଥିଲା । ଆପଣ ସମସ୍ତେ ଜାଣିଥିବେ ଧୁମ 2 ରେ ହ୍ରିତିକ ରୋଶନଙ୍କର ଆଇକୋନିକ ଡାନ୍ସ ଓ ଆକ୍ଟିଙ୍ଗ୍ ଲୋକଙ୍କୁ କେତେ ପ୍ରଭାବିତ କରିଥିଲା । ଧୂମ 2 ର ଅର୍ଥ ହ୍ରିତିକଙ୍କ ଜବରଦସ୍ତ ଡାନ୍ସ ଓ ଆକ୍ଟିଙ୍ଗ ।
ପର୍ତ୍ତୁଗାଲରେ ଏକ ବିବାହର ଏକ ସୁନ୍ଦର ମୁହୂର୍ତ୍ତଟି ଭାଇରଲ ହୋଇଛି । ଯେତେବେଳେ ଜଣେ ବର ତାଙ୍କ କନ୍ୟାଙ୍କ ପାଇଁ ଧୂମ୍ 2 ଟାଇଟଲ୍ ଟ୍ରାକର ଗୀତରେ ଜୋରଦାର ଡାନ୍ସ କରି ନିଜ ହେବାକୁ ଯାଉଥିବା ନବ ବଧୁଙ୍କୁ ସରପ୍ରାଇଜ ଦେଇଥିଲେ । ବରଙ୍କ ଜବରଦସ୍ତ ଡାନ୍ସର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିଲା ଏବଂ ସେଥିରେ ଖୋଦ ହ୍ରିତିକ କମେଣ୍ଟ ଦେଇଥିଲେ।
ଭିଡିଓଟିରେ ଆପଣ ମାନେ ଦେଖୁଥିବେ । ବର ଜଣଙ୍କ ନିଜ ଡାନ୍ସ ଗ୍ରୁପରେ ଥିବା ସାଙ୍ଗମାନଙ୍କ ସହ ନାଚୁ ନାଚୁ କିଛି ସମୟରେ ଧୁମ 2 ରେ ଦେଖା ଯାଇଥିବା ହ୍ରିତିକ ରୋଶନଙ୍କ ଲୁକରେ ଚାଲିକି ଆସୁଛନ୍ତି ଓ ସମ୍ପୂର୍ଣ୍ଣ ଭାବରେ ହ୍ରିତିକ ରୋଶନଙ୍କ ଡାନ୍ସ ସ୍ଟେପକୁ କପି କରି ନାଚିବା ଆରମ୍ଭ କରୁଛନ୍ତି । ଯଦି ଆମେ କହିବା ୮0 ପ୍ରତିଶତ ବର ଜଣଙ୍କ ହ୍ରିତିକଙ୍କ ଡାନ୍ସକୁ ସଫଳ ଭାବେ ଅବିକଳ କପି କରୁଛନ୍ତି ।
ତେବେ ଏହି ସବୁ ଭିତରେ ଗୋଟେ କଥା ଦର୍ଶକଙ୍କୁ ପାର୍ତ୍ତୁଗୀଜ ବର ଡାନ୍ସରେ ହ୍ରିତିକର କମେଣ୍ଟ ଠାରୁ ଅଧିକ ଭଲ ଲାଗିଛି । ତାହା ହେଉଛି ପାର୍ତ୍ତୁଗୀଜ ବରର ଡାନ୍ସ ଯାହା ଏକ ବଲିଉଡ଼ ଗୀତରେ ରହିଛି ।
ALSO READ https://purvapaksa.com/amazon-app-harasses-people-for-selling-books-with-kali-maas-cover-photo/