KFC Fried Chicken: ଆଜିର ସମୟରେ ଫାଷ୍ଟଫୁଡ୍ ର ଚାହିଦା ବଢ଼ିବାରେ ଲାଗିଛି ।
ଛୋଟ ହେଉ କି ବଡ଼ ସମସ୍ତେ ଫାଷ୍ଟଫୁଡ୍ ଖାଇବାକୁ ପସନ୍ଦ କରନ୍ତି । ଏହି ଫାଷ୍ଟଫୁଡ୍ ମଧ୍ୟରେ ଏମିତି କିଛି ବ୍ରାଣ୍ଡ ରହିଛି ଯାହାକୁ ଲୋକେ ଅଧିକ ପସନ୍ଦ କରନ୍ତି। ଫ୍ରାଏଡ ଚିକେନ ଏବଂ ପିଜା ପାଇଁ ଡୋମିନୋଜ ବା କେଏଫସି ଭଳି ବ୍ରାଣ୍ଡ ସବୁଠାରୁ ଆଗରେ ରହିଛି । ତେବେ କାଲି ତ ରବିବାର । ଆଉ ଛୁଟି ଦିନରେ ଯଦି ଘରେ ହିଁ ଆପଣ କେଏଫସି ଭଳି ଫ୍ରାଏଡ ଚିକେନ ବନେଇବେ ତେବେ କେମିତି ହୁଅନ୍ତା । ଏହାକୁ ବନେଇବା ବହୁତ ସହଜ । କିଛି ଟିପ୍ସ ଆଉ ଟ୍ରିକ୍ସରେ ଆପଣ ବହୁତ ଜଲ୍ଦି ଆଉ ସହଜ ଉପାୟରେ ତିଆରି କରି ପାରିବେ।
ଆବଶ୍ୟକୀୟ ସାମଗ୍ରୀ:
ଚିକେନ- ଲେଗ୍ ପିସ୍
ଅଦା ରସୁଣ ପେଷ୍ଟ- ଏକ ଚାମଚ
ଗୋଲମରିଚ ଗୁଣ୍ଡ
ଲଙ୍କାଗୁଣ୍ଡ
ହଳଦୀ ଗୁଣ୍ଡ
ଲୁଣ ସ୍ବାଦ ଅନୁସାରେ
ଅରିଗାନୋ
ମଇଦା
କର୍ନଫ୍ଲୋର
ତେଲ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଏକ ପାତ୍ରରେ ଚିକେନ ଲେଗ୍ ପିସ୍ ନେଇ ଏହାକୁ ଏକ ଚାମଚ ସାହାଯ୍ୟ ଟିକେ ଟିକେ କଣା କରନ୍ତୁ । ଯେମିତି ମସାଲା ଚିକେନ ସହ ଭଲ ଭାବେ ମିଶିପାରିବ ।
ଏବେ ଏହି ଚିକେନରେ ଗୋଟିଏ ଚାମଚ ଲେମ୍ବୁ ରସ, ଅଧା ଚାମଚ ଗୋଲମରିଚ ଗୁଣ୍ଡ, କାଶ୍ମୀର ଲଙ୍କା ପାଉଡ଼ର, ଲୁଣ, ଅଦା ରସୁଣ ପେଷ୍ଟ, ଅରଗାନୋ ପକାଇ ହାତରେ ଭଲ ଭାବେ ଗୋଳାନ୍ତୁ ଏବଂ ଏହାକୁ ମ୍ୟାରିନେଟ ହେବାକୁ ୪ ଘଣ୍ଟା ଛାଡ଼ି ଦିଅନ୍ତୁ।
ଆଉ ଏକ ପାତ୍ରରେ ଗୋଟିଏ ବଡ କପ୍ ମଇଦା, ଅଧା କପ୍ କର୍ନଫ୍ଲୋର ନିଅନ୍ତୁ । ଏଥିରେ ଲୁଣ, ଲଙ୍କା ପାଉଡର, ଗୋଲମରିଚ ଗୁଣ୍ଡ, ଅଳ୍ପ ବେକିଂ ପାଉଡର, ଅଧା ଚାମଚ ରସୁଣ ପାଉଡର ମିଶାଇ ହାତରେ ଗୋଳାନ୍ତୁ । ଆଉ ଏକ ପାତ୍ରରେ ଦୁଇଟି ଅଣ୍ଡା ନିଅନ୍ତୁ । ଏଥିରେ ମଧ୍ୟ ଅଧା ଚାମଚ ଗୋଲମରିଚ ଗୁଣ୍ଡ, ଏକ ଚାମଚ ମଇଦା ଓ ଏକ ଚାମଚ କର୍ନଫ୍ଲୋର ମିଶାଇ ଗୋଳାନ୍ତୁ ।
ବର୍ତ୍ତମାନ ମ୍ୟାରିନେଟ କରିଥିବା ଚିକେନକୁ ଆଣି ପ୍ରଥମେ ମଇଦା ମିଶ୍ରଣରେ ଗୋଳାନ୍ତୁ । ଏହାପରେ ଅଣ୍ଡା ମିଶ୍ରଣରେ ବୁଡାଇ ପୁଣିଥରେ ମଇଦାରେ ଗୋଳାନ୍ତୁ ଏବଂ ତେଲରେ ଛାଣନ୍ତୁ । ଏହିପରି ଭାବେ ଗୋଟିଏ ପରେ ଗୋଟିଏ ଚିକେନ ପିସ୍କୁ ଛାଣନ୍ତୁ। ପ୍ରସ୍ତୁତ ହୋଇଯିବ ଆପଣଙ୍କ କେଏଫସି ଷ୍ଟାଇଲର କ୍ରିସପି ଫ୍ରାଏଡ ଚିକେନ ।
ALSO READ: https://purvapaksa.com/why-is-cow-milik-bad-for-babies/
କ’ଣ ପାଇଁ ଏକ ବର୍ଷରୁ କମ୍ ବୟସର ଶିଶୁ ପାଇଁ ଗାଈ କ୍ଷୀର ହାନିକାରକ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର