ଅପରେସନ ସିନ୍ଦୁରର ଅଂଶବିଶେଷସ୍ୱରୂପ ମେ ୧୦ ତାରିଖରେ ନୁର ଖାନ ଏୟାରବେସ୍ ସମେତ ପାକିସ୍ତାନୀ ସାମରିକ ସ୍ଥଳ ଉପରେ ଭାରତ ସଠିକ୍ ଆକ୍ରମଣ କରିଥିଲା। ଏହି ଆକ୍ରମଣ ଏପ୍ରିଲ୍ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ଥିଲା, ଯେଉଁଥିରେ ୨୬ ଜଣ ଲୋକ ପ୍ରାଣ ହରାଇଥିଲେ।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ମେ ୧୦ ତାରିଖ ସକାଳେ ଅପରେସନ ସିନ୍ଦୁରର ଅଂଶବିଶେଷଭାବେ ସେମାନଙ୍କ ପ୍ରମୁଖ ବିମାନଘାଟୀ ଉପରେ ଭାରତର ସଠିକ୍ ଆକ୍ରମଣକୁ ନିଶ୍ଚିତ କରିଥିଲେ, ଯାହା ନିକଟରେ ଚାରିଦିନ ଧରି ଚାଲିଥିବା ଉତ୍ତେଜନା ବୃଦ୍ଧି ବିଷୟରେ ସେ କହିଥିବା ପ୍ରଥମ ଭିଡିଓ ଥିଲା। ଶୁକ୍ରବାର ଦିନ ପାକିସ୍ତାନ ସ୍ମାରକୀରେ ଆୟୋଜିତ ଏକ ସମାରୋହକୁ ସମ୍ବୋଧିତ କରି ସରିଫ୍ କହିଛନ୍ତି ଯେ ଭାରତୀୟ ଅପରେସନ ଆରମ୍ଭ ହେବାର କିଛି ସମୟ ପରେ ସେନା ମୁଖ୍ୟ ଜେନେରାଲ ଆସିମ ମୁନିର ତାଙ୍କୁ ସକାଳ ୨.୩୦ରେ ଉଠାଇଥିଲେ।
“ଆକ୍ରମଣ ବିଷୟରେ ସୂଚନା ଦେବା ପାଇଁ ଜେନେରାଲ ମୁନୀର ମୋତେ ବ୍ୟକ୍ତିଗ ଭାବେ ସକାଳ ୨ଟା ୩୦ରେ ଫୋନ କରିଥିଲେ। ଏହା ଏକ ଗମ୍ଭୀର ଚିନ୍ତାର ମୁହୂର୍ତ୍ତ ଥିଲା ବୋଲି ସରିଫ୍ ଇସଲାମାବାଦରେ ସାମ୍ବାଦିକମାନଙ୍କୁ କହିଛନ୍ତି। ବିଜେପିର ଜାତୀୟ ଆଇଟି ବିଭାଗର ମୁଖ୍ୟ ଅମିତ ମାଲବ୍ୟ ଏହି ଭିଡିଓକୁ ଏକ୍ସରେ ସେୟାର କରି ଏହି କାର୍ଯ୍ୟକ୍ରମକୁ ଅପରେସନ ସିନ୍ଦୁରର ସାହସିକତା ଏବଂ ଦକ୍ଷତାର ପ୍ରମାଣ ବୋଲି ବର୍ଣ୍ଣନା କରିଛନ୍ତି।
Pakistan PM Shehbaz Sharif himself admits that General Asim Munir called him at 2:30am to inform him that India had bombed Nur Khan Air Base and several other locations. Let that sink in — the Prime Minister was woken up in the middle of the night with news of strikes deep inside… pic.twitter.com/b4QbsF7xJh
— Amit Malviya (@amitmalviya) May 16, 2025
ପାକିସ୍ତାନ ପୂର୍ବରୁ ଦାବି କରିଥିଲା ଯେ ଏହାର ଜେଏଫ-୧୭ ଯୁଦ୍ଧ ବିମାନ ପଞ୍ଜାବର ଆଦମପୁର ବାୟୁସେନା ଘାଟିରେ ଏସ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ନଷ୍ଟ କରିଦେଇଛି। ତେବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବେସ୍ ଗସ୍ତ ଗୋଟିଏ ନିର୍ଣ୍ଣାୟକ ପଦକ୍ଷେପରେ ପାକିସ୍ତାନର ଅପପ୍ରଚାର ଅଭିଯାନକୁ ଧ୍ୱଂସ କରିଦେଇଥିଲା।
ପାକିସ୍ତାନ ମଧ୍ୟ ଦାବି କରିଛି ଯେ ଭାରତର ଆକ୍ରମଣ ଏହାର ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛି। ତେବେ, ସିନ୍ଧ ପ୍ରଦେଶର ମୁଖ୍ୟମନ୍ତ୍ରୀ ନିଶ୍ଚିତ କରିଛନ୍ତି ଯେ ଭୋଲାରୀ ଏୟାରବେସ୍ ଉପରେ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ଛଅଜଣ ବାୟୁସେନା କର୍ମଚାରୀ ନିହତ ହୋଇଥିଲେ-ଏହା ଭାରତର ଦାବିକୁ ସମର୍ଥନ କରିଥିଲା ଯେ ଏହା ସାଧାରଣ ନାଗରିକଙ୍କୁ ନୁହେଁ ବରଂ ସାମରିକ ସ୍ଥଳଗୁଡ଼ିକୁ ଟାର୍ଗେଟ କରିଥିଲା।
ଭାରତର ଏହି ଆକ୍ରମଣ ୨୨ ଏପ୍ରିଲରେ କାଶ୍ମୀରର ପହଲଗାମରେ ହୋଇଥିବା ମାରାତ୍ମକ ଆତଙ୍କବାଦୀ ଆକ୍ରମଣର ଜବାବ ଥିଲା, ଯେଉଁଥିରେ ୨୬ ଜଣ ଲୋକ ପ୍ରାଣ ହରାଇଥିଲେ। ଭାରତୀୟ ଅଧିକାରୀମାନେ ଏହି ଆକ୍ରମଣ ପାଇଁ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନଗୁଡ଼ିକୁ ଦାୟୀ କରିଥିଲେ ଏବଂ ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।
ପରବର୍ତ୍ତୀ ତିନିଦିନ ମଧ୍ୟରେ, ପାକିସ୍ତାନ ମେ ୮,୯ ଏବଂ ୧୦ରେ ପ୍ରତିଶୋଧମୂଳକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣରେ ଭାରତୀୟ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ଭାରତୀୟ ସେନା ବିପୁଳ ଅଗ୍ନିଶକ୍ତିରେ ଏହାର ଜବାବ ଦେଇ ଏକାଧିକ ପାକିସ୍ତାନୀ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଥିଲା, ଯାହାକୁ “ନିର୍ଣ୍ଣାୟକ ପ୍ରତିଶୋଧ” ବୋଲି ବର୍ଣ୍ଣନା କରାଯାଇଥିଲା।
ଚାରି ଦିନର ତୀବ୍ର ସୀମା-ପାର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ପରେ ସାମରିକ ସଂଘର୍ଷକୁ ସମାପ୍ତ କରିବା ପାଇଁ ଭାରତ ଏବଂ ପାକିସ୍ତାନ ମେ ୧୦ ରେ ଅସ୍ତ୍ରବିରତି ବୁଝାମଣାରେ ପହଞ୍ଚିଥିଲେ।
ବଲୁଚି ବିଦ୍ରୋହୀଙ୍କ ସ୍ୱାଧିନତା ଘୋଷଣା ଦ୍ୱାରା କ’ଣ ବଲୁଚିସ୍ତାନକୁ ମାନ୍ୟତା ମିଳିଯିବ?