ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଏବଂ ଜୋରିମାନା ଲଗାଇବା ପରେ ଏବେ ବ୍ରିଟେନ ମଧ୍ୟ ଏକ ଝଟକା ଦେଇଛି। ଏକ ସମୟରେ ବିଶ୍ୱର ଅନେକ ଦେଶକୁ ଦମନ କରୁଥିବା ବ୍ରିଟେନର ସଂଯୁକ୍ତ ମାନବାଧିକାର କମିଟି ଏକ ଅନ୍ତର୍ଜାତୀୟ ଦମନ ରିପୋର୍ଟ (TNR) ଜାରି କରିଛି। ଏଥିରେ ୧୨ଟି ଦେଶର ଏକ ତାଲିକାରେ ଭାରତକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି, ଯେଉଁମାନଙ୍କ ବିରୁଦ୍ଧରେ ଅନ୍ତର୍ଜାତୀୟ ଦମନର ପ୍ରମାଣ ମିଳିଛି। ଭାରତ ବ୍ୟତୀତ ଚୀନ, ବାହାରିନ, ମିଶର, ଇରିଟ୍ରିଆ, ପାକିସ୍ତାନ, ଇରାନ, ରୁଷ, ଖାଣ୍ଡା, ତୁର୍କୀ, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଏହି ତାଲିକାରେ ଅନ୍ତର୍ଭୁକ୍ତ। ଏହା ସେହି ବ୍ରିଟେନ, ଯାହାର ଦମନକାରୀ ଶାସନ ଯୋଗୁ କୋଟି କୋଟି ଲୋକ ପ୍ରାଣ ହରାଇଥିଲେ । ଆସନ୍ତୁ ଜାଣିବା ଯେ ବ୍ରିଟେନର ନୀତି ବିଶ୍ୱରେ କେତେ ଦେଶର ଲୋକଙ୍କ ମୃତ୍ୟୁର କାରଣ ହୋଇଥିଲା ଏବଂ କାହିଁକି?
ବିଶ୍ୱର ୯୦ ପ୍ରତିଶତ ଦେଶ ଉପରେ ଆକ୍ରମଣ
ଏହା ୧୬ଶ ଶତାବ୍ଦୀର କଥା, ଯେତେବେଳେ ଫ୍ରାନ୍ସ ସହ ପ୍ରତିଦ୍ୱନ୍ଦ୍ୱିତାରେ ଗ୍ରେଟ ବ୍ରିଟେନ ବିଦେଶରେ ନିଜର ଉପନିବେସ ସ୍ଥାପନ ଆରମ୍ଭ କରିଥିଲା। ଉତ୍ତର ଆମେରିକା ଏବଂ ୱେଷ୍ଟ ଇଣ୍ଡିଜରେ ମଧ୍ୟ ଉପନିବେସ ନିର୍ମାଣ କରିଥିଲା। ଯେଉଁ ଆମେରିକାର ଇଶାରାରେ ଆଜି ବ୍ରିଟେନ ନାଚୁଛି, ସେ ନିଜେ ବ୍ରିଟେନର ଗୋଲାମ ଥିଲା। ଏକ ଏକ କରି ସେତେବେଳେ ୫୬ଟି ଦେଶ ଉପରେ ବ୍ରିଟେନ ଅଧିକାର କରିଥିଲା। ଏପରି କୁହାଯାଏ ଯେ ସାମ୍ରାଜ୍ୟବାଦୀ ମାନସିକତାର ପୋଷକ ବ୍ରିଟେନ ବିଶ୍ୱର ପ୍ରାୟ ୯୦ ପ୍ରତିଶତ ଦେଶ ଉପରେ ଆକ୍ରମଣ କରିଥିଲା।
୧୬ଶରୁ ୨୦ଶ ଶତାବ୍ଦୀ ମଧ୍ୟରେ ବ୍ରିଟେନ କାନାଡା, ବର୍ମୁଡା, ବାରବାଡୋସ, ତ୍ରିନିଦାଦ ଏବଂ ଟୋବାଗୋ, ଜାମାଇକା, ବାହାମାସ, ଘାନା, ଦକ୍ଷିଣ ଆଫ୍ରିକା, ନାଇଜେରିଆ, କେନିଆ, ଜିମ୍ବାୱେ, ସୋମାଲିଆ, ମିଶର ଏବଂ ସୁଦାନ ଭଳି ଅନେକ ଦେଶ ଉପରେ ରାଜ କରିଥିଲା।
ଇରାନ, ବାହାରିନ, ଉଗାଣ୍ଡା, ଫିଜି, ସାଇପ୍ରସ, ଜୋର୍ଡାନ, ମାଲଟା, ଓମାନ, କତାର ମଧ୍ୟ ସେହି ଦେଶଗୁଡ଼ିକର ତାଲିକାରେ ଅନ୍ତର୍ଭୁକ୍ତ, ଯେଉଁଠାରେ ଇଂରେଜମାନେ ଆତଙ୍କ ସୃଷ୍ଟି କରିଥିଲେ। ଏସୀୟ ଦେଶଗୁଡ଼ିକରେ ଭାରତ (ପାକିସ୍ତାନ ଓ ବାଂଲାଦେଶ ସହିତ), ମାଲେସିଆ, ସିଙ୍ଗାପୁର ଏବଂ ହଂକଂ ମଧ୍ୟ ଏହାର ଗୁଲାମ ଥିଲେ। ଓସିଆନିଆରେ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଏବଂ ପ୍ରଶାନ୍ତ ମହାସାଗରରେ ଥିବା ଅନେକ ଦ୍ୱୀପକୁ ଇଂରେଜମାନେ ନିଜ ଅଧୀନକୁ ନେଇଥିଲେ। ଆଜି ବ୍ରିଟେନ ଦମନର କଥା କହୁଛି, ଯଦିଓ କିଛି ଦେଶ ଏବେ ମଧ୍ୟ ତା’ର ଅଧୀନରେ ଅଛନ୍ତି।
ଇଂରେଜମାନଙ୍କ ନୀତି ଯୋଗୁଁ କେତେ ମୃତ୍ୟୁ?
ବିଶ୍ୱର ଏହି ଦେଶଗୁଡ଼ିକରେ ଇଂରେଜମାନଙ୍କ ଦମନକାରୀ ନୀତି ଯୋଗୁଁ ଏତେ ବଡ଼ ସଂଖ୍ୟାରେ ଲୋକ ମୃତ୍ୟୁବରଣ କରିଥିଲେ ଯେ ସେମାନଙ୍କର ସଠିକ ସଂଖ୍ୟା କୁହାଯାଇପାରେ ନାହିଁ। ତଥାପି ଐତିହାସିକଙ୍କ ଅନୁମାନ ଅନୁଯାୟୀ ବ୍ରିଟିଶ ଉପନିବେଶଗୁଡ଼ିକରେ କୋଟି କୋଟି ଲୋକ ମୃତ୍ୟୁବରଣ କରିଥିଲେ କିମ୍ବା ବ୍ରିଟିଶ ନୀତି ସେମାନଙ୍କ ମୃତ୍ୟୁର କାରଣ ହୋଇଥିଲା। ପ୍ରଥମେ ଅନେକ ଦେଶ ଉପରେ ଅଧିକାର କରିବା ପାଇଁ ଇଂରେଜମାନେ ଯୁଦ୍ଧ କରିଥିଲେ, ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ହତାହତ ହୋଇଥିଲେ। ତା’ପରେ ଯେତେବେଳେ ଏହି ଦେଶଗୁଡ଼ିକରେ ରାଜତ୍ୱ ଆରମ୍ଭ କଲେ, ସ୍ଥାନୀୟ ଲୋକଙ୍କ ସହ ଭେଦଭାବ, ଦୁର୍ବ୍ୟବହାର କରିଥିଲେ। ନିଜ ବିରୁଦ୍ଧରେ ଉଠୁଥିବା ସ୍ୱରଗୁଡ଼ିକୁ ଦମନ କରିବା ପାଇଁ ବ୍ରିଟେନ ଅନେକ ନରସଂହାର କରିଥିଲା।
ଭାରତରେ କେତେ ମରିଥିଲେ ?
ଇଂରେଜମାନଙ୍କ ଦମନକାରୀ ନୀତି ଯୋଗୁଁ ଏଠାରେ ପ୍ରାୟ ୧୦ କୋଟି ଲୋକଙ୍କ ଜୀବନ ଯାଇଥିବା ଅନୁମାନ କରାଯାଏ। ପ୍ରଥମେ ପୁରା ଦେଶ ଉପରେ ନିଜର ସତ୍ତା ସ୍ଥାପନ କରିବା ପାଇଁ ଲୋକଙ୍କ ଜୀବନ ନେଇଥିଲେ। ତା’ପରେ ୧୮୫୭ରେ କଲିକତା (ବର୍ତ୍ତମାନ କୋଲକାତା)ର ବୈରକପୁର ଛାଉଣୀରେ ସିପାହୀ ମଙ୍ଗଳ ପାଣ୍ଡେୟଙ୍କ ବିଦ୍ରୋହ ପରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଥିଲା, ତାହାକୁ ଦମନ କରିବା ପାଇଁ ବ୍ରିଟିଶ ସୈନିକମାନେ ଲକ୍ଷ ଲକ୍ଷ ଭାରତୀୟଙ୍କୁ ମୃତ୍ୟୁ ମୁଖରେ ପକାଇ ଦେଇଥିଲେ। ଗାଁ ଗାଁ ଜାଳି ଦିଆଯାଇଥିଲା। କ୍ରାନ୍ତିକାରୀମାନଙ୍କୁ ଫାଶୀରେ ଝୁଲାଇ ଦିଆଯାଇଥିଲା ଏବଂ ଏହି ଧାରା ୧୯୪୭ରେ ଭାରତର ସ୍ୱାଧୀନତା ପୂର୍ବ ପର୍ଯ୍ୟନ୍ତ ଚାଲିଥିଲା। ଏହାର ଆଉ ଏକ ଉଦାହରଣ ହେଉଛି ପଞ୍ଜାବର ଅମୃତସରରେ ଘଟିଥିବା ଜଳିଆଁୱାଲା ବାଗ ହତ୍ୟାକାଣ୍ଡ। ଶାନ୍ତିପୂର୍ଣ୍ଣ ଭାବେ ବାଗରେ ଏକତ୍ରିତ ନିଃଶସ୍ତ୍ର ଲୋକଙ୍କ ଉପରେ ଗୁଳି ଚଳାଇବାକୁ ଆଦେଶ ଦେଇଥିବା ଜେନେରାଲ ଡାୟାରଙ୍କୁ ଲୋକେ ଆଜି ମଧ୍ୟ ଭୁଲି ନାହାନ୍ତି। ଏହି ନରସଂହାର ନେଇ ବ୍ରିଟେନର ରାଜଘରାଣା ବର୍ଷ ବର୍ଷ ପରେ କ୍ଷମା ମାଗିଥିଲେ।
ଭୋକରେ ମରିଥିଲେ ୩୦ ଲକ୍ଷ
ବ୍ରିଟିଶ ପ୍ରଧାନମନ୍ତ୍ରୀ ଚର୍ଚିଲ ଯୋଗୁଁ ବଙ୍ଗଳାରେ ୩୦ ଲକ୍ଷ ଲୋକ ଭୋକରେ ମରିଥିଲେ । ଯାହା ବଙ୍ଗ ଦୁର୍ଭିକ୍ଷ ଭାବେ କୁଖ୍ୟାତ । ଇଂରେଜମାନେ ଭାରତୀୟ ସିପାହୀମାନଙ୍କୁ ବିଶ୍ୱଯୁଦ୍ଧରେ ଲଢିବାକୁ ବାଧ୍ୟ କରିଥିଲେ । ଦୁଇଟି ବିଶ୍ୱଯୁଦ୍ଧରେ ମୃତ୍ୟୁବରଣ କରିଥିବା ଭାରତୀୟ ସୈନିକଙ୍କର କୌଣସି ସ୍ପଷ୍ଟ ତଥ୍ୟ ଉପଲବ୍ଧ ନାହିଁ। ତା’ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନର ତତ୍କାଳୀନ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚିଲ ଯୋଗୁଁ ବଙ୍ଗଳାରେ ୩୦ ଲକ୍ଷ ଲୋକଙ୍କୁ ଅକାଳ ଗ୍ରାସ କରିଥିଲା। ଏହା ୧୯୪୩-୪୪ର କଥା। ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିଲା ଏବଂ ବଙ୍ଗଳାରେ ଭୀଷଣ ଅକାଳ ପଡ଼ିଥିଲା। ତଥାପି ଚର୍ଚିଲ ଭାରତୀୟଙ୍କ ଅଂଶର ଖାଦ୍ୟଶସ୍ୟକୁ ବିଶ୍ୱଯୁଦ୍ଧରେ ଲଢୁଥିବା ନିଜ ସୈନିକମାନଙ୍କୁ ପଠାଇ ଦେଇଥିଲେ। ଭାରତରୁ ପଠାଯାଇଥିବା ଇଂରେଜ ଅଧିକାରୀମାନଙ୍କ ରିପୋର୍ଟକୁ ମଧ୍ୟ ଚର୍ଚିଲ ଉପେକ୍ଷା କରିଥିଲେ।
ଆୟର୍ଲାଣ୍ଡରେ ଦୁର୍ବିକ୍ଷ ଯୋଗୁଁ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ
ବ୍ରିଟେନ ନିଜର ଦମନକାରୀ ସାମ୍ରାଜ୍ୟବାଦର ଆରମ୍ଭ ଯେଉଁ ଦେଶରୁ କରିଥିଲା, ତାହା ଥିଲା ଆୟର୍ଲାଣ୍ଡ। ସେହି ଆୟର୍ଲାଣ୍ଡରେ ଏକ ଏଭଳି ଅକାଳ ପଡ଼ିଥିଲା, ଯାହା ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ମୃତ୍ୟୁ ମୁଖରେ ପକାଇ ଦେଇଥିଲା। ଏହା ୧୮୪୫ରୁ ୧୮୫୨ ମଧ୍ୟରେ ଘଟିଥିଲା। ଆୟର୍ଲାଣ୍ଡରେ ଆଳୁ ଫସଲ ଏକ କବକ ଯୋଗୁଁ ନଷ୍ଟ ହୋଇଯାଇଥିଲା। ଏହା ଯୋଗୁଁ ଦେଶର ଏକ ତୃତୀୟାଂଶ ଜନସଂଖ୍ୟା ଭୋକ ମାରୁଥିଲେ ଏବଂ ଦେଖୁ ଦେଖୁ ରୋଗର ଶିକାର ହେଉଥିଲେ, କାରଣ ସେତେବେଳେ ସେଠାକାର ଲୋକଙ୍କର ମୁଖ୍ୟ ଖାଦ୍ୟ ସ୍ରୋତ ଥିଲା ଆଳୁ। ସେତେବେଳେ ଆୟର୍ଲାଣ୍ଡର ଅଧିକାଂଶ ଚାଷ ଜମି ଇଂରେଜ ଜମିଦାରମାନଙ୍କ ଅଧୀନରେ ଥିଲା ଏବଂ ବ୍ରିଟେନ ସରକାର ଆୟର୍ଲାଣ୍ଡରେ ଅକାଳ ସତ୍ତ୍ୱେ ସେଠାରୁ ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥର ରପ୍ତାନୀ ବନ୍ଦ କରି ନଥିଲେ। ଏହା ଯୋଗୁଁ ପରିସ୍ଥିତି ଆହୁରି ଖରାପ ହୋଇଥିଲା ଏବଂ ସେହି ସମୟରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥଇଲେ ।
Also Readhttps://purvapaksa.com/woman-deported-to-pakistan-after-pahalgam-attack/
