Aurangzeb : ମହାରାଷ୍ଟ୍ରରେ ଔରଙ୍ଗଜେବ ଏକ ଗଭୀର ଧ୍ରୁବୀକରଣ ବ୍ୟକ୍ତିତ୍ୱ ଅଟନ୍ତି। ସୋମବାରଠାରୁ ନାଗପୁରରେ ମୋଗଲ ସମ୍ରାଟଙ୍କ ସମାଧି ଉଚ୍ଛେଦକୁ ନେଇ ବିବାଦ ଲାଗି ଚରମ ସୀମାରେ ପହଞ୍ଚିଛି।
ମହାରାଷ୍ଟ୍ରରେ ଔରଙ୍ଗଜେବ ଏକ ଗଭୀର ଧ୍ରୁବୀକରଣ ବ୍ୟକ୍ତିତ୍ୱ ଏବଂ ମୋଗଲ ଶାସକଙ୍କୁ ନେଇ ବିବାଦ ବାରମ୍ବାର ରାଜ୍ୟର ରାଜନୈତିକ ଚର୍ଚ୍ଚାରେ ଉଠୁଛି। ସୋମବାର ନାଗପୁରରେ ଔରଙ୍ଗଜେବଙ୍କ ସମାଧି ଉଚ୍ଛେଦ ଦାବିରେ ଦକ୍ଷିଣପନ୍ଥୀ ସଂଗଠନମାନେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାତ୍ମକ ସଂଘର୍ଷର କେନ୍ଦ୍ରବିନ୍ଦୁ ପାଲଟିଥିଲା।
ମରାଠା ନେତା ଛତ୍ରପତି ଶିବାଜୀଙ୍କ ପୁଅ ସମ୍ଭାଜୀଙ୍କୁ ଫାଶୀ ଦେବାକୁ ନିର୍ଦ୍ଦେଶ ଦେଇଥିବା ଔରଙ୍ଗଜେବଙ୍କୁ ନେଇ ବିବାଦ ନୂଆ ନୁହେଁ। ଚଳିତ ମାସ ପ୍ରାରମ୍ଭରେ ସମାଜବାଦୀ ପାର୍ଟି ବିଧାୟକ ଅବୁ ଆଜମୀଙ୍କୁ ମହାରାଷ୍ଟ୍ର ବିଧାନସଭାରୁ ନିଲମ୍ବିତ କରାଯାଇଥିଲା କାରଣ ସେ ଦାବି କରିଥିଲେ ଯେ ଫିଲ୍ମ ‘ଛାବା’ର କିଛି ଦିଗକୁ ଭୁଲ ଭାବରେ ଚିତ୍ରିତ କରାଯାଇଛି ଏବଂ ଔରଙ୍ଗଜେବ ଜଣେ “ଭଲ ପ୍ରଶାସକ” ଥିଲେ।
ଔରଙ୍ଗଜେବକୁ ନେଇ ବିବାଦ
ମାର୍ଚ୍ଚ ୧୭, ୨୦୨୫: ସମ୍ଭାଜୀ ନଗରରେ ଥିବା ଔରଙ୍ଗଜେବଙ୍କ ସମାଧି ହଟାଇବା ଦାବିରେ ହିନ୍ଦୁ ସଂଗଠନଗୁଡ଼ିକ ବିକ୍ଷୋଭ ପ୍ରଦର୍ଶନ କରିବାର କିଛିଘଣ୍ଟା ପରେ ନାଗପୁରରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା, ଯେଉଁଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ। ହିଂସା ଯୋଜନାବଦ୍ଧ ଥିଲା ବୋଲି ବିଜେପି ଦାବି କରିଛି। ପାଖାପାଖି ୬୦ରୁ ୬୫ ଜଣ ଦଙ୍ଗାକାରୀଙ୍କୁ ଅଟକ ରଖାଯାଇଥିବାବେଳେ ୨୫ରୁ ୩୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ହିଂସାକାଣ୍ଡ ସମୟରେ ପ୍ରାୟ ୨୫ଟି ବାଇକ୍ ଓ ୩ଟି କାରରେ ନିଆଁ ଲାଗିଯାଇଥିଲା।
ମାର୍ଚ୍ଚ ୩, ୨୦୨୫: ସମାଜବାଦୀ ପାର୍ଟି ବିଧାୟକ ଅବୁ ଅସୀମ ଆଜମୀ କହିଛନ୍ତି ଯେ ଔରଙ୍ଗଜେବଙ୍କ ସହ ଛତ୍ରପତି ସମ୍ଭାଜୀଙ୍କ ଯୁଦ୍ଧକୁ ଦର୍ଶାଉଥିବା ଭିକି କୌଶଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଛାବା’ରେ ଦର୍ଶାଯାଇଥିବା କିଛି ଅଂଶ ଭୁଲ୍ ଥିଲା। ସେ କହିଛନ୍ତି ଯେ ଔରଙ୍ଗଜେବ ଜଣେ ନିଷ୍ଠୁର ଶାସକ ନୁହଁନ୍ତି।
ମୁଁ ଔରଙ୍ଗଜେବଙ୍କୁ ନିଷ୍ଠୁର ଶାସକ ବୋଲି ବିବେଚନା କରେ ନାହିଁ। ଏକ ଭୁଲ୍ ଇତିହାସ ଦେଖାଯାଉଛି (ଛାବା ଚଳଚ୍ଚିତ୍ରରେ)। ଔରଙ୍ଗଜେବ ଅନେକ ମନ୍ଦିର ନିର୍ମାଣ କରିଥିଲେ ବୋଲି ଆଜମୀ କହିଛନ୍ତି।
ଜୁନ୍ ୪, ୨୦୨୩: ମହାରାଷ୍ଟ୍ରର ଅହମ୍ମଦନଗରରେ ଏକ ଶୋଭାଯାତ୍ରା ସମୟରେ ଔରଙ୍ଗଜେବଙ୍କ ପୋଷ୍ଟର ଉଠାଇବା ପରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିଲା। ଜଣେ ବ୍ୟକ୍ତି ଔରଙ୍ଗଜେବଙ୍କ ପୋଷ୍ଟର ଧରିଥିବାର ଭିଡିଓ ଭାଇରାଲ ହେବା ପରେ ୪ ଜଣଙ୍କୁ ଗିରଫ କରାଯାଇଛି।
ମେ ୧୨, ୨୦୨୨: ଔରଙ୍ଗାବାଦ ନିକଟସ୍ଥ ଖୁଲଦାବାଦସ୍ଥିତ ଔରଙ୍ଗଜେବଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଏଆଇଏମ୍ଆଇଏମ୍ ନେତା ଆକବରୁଦ୍ଦିନ ଓୱେସିଙ୍କୁ ମରାଠା ସମର୍ଥକ ସଂଗଠନଗୁଡ଼ିକର ପ୍ରତିକ୍ରିୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତାଙ୍କ ସମାଧି ପରିଦର୍ଶନକୁ ନେଇ ଉଭୟ ଶିବସେନା ଓ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ପାଟିତୁଣ୍ଡ କରିଥିଲେ।
ମେ ୧୯: ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ଔରଙ୍ଗାବାଦ ଜିଲ୍ଲାରେ ଥିବା ଔରଙ୍ଗଜେବଙ୍କ ସମାଧିକୁ ୫ ଦିନ ପାଇଁ ବନ୍ଦ କରିଦେଇଥିଲା। ଏମ୍ଏନ୍ଏସ୍ର ମୁଖପାତ୍ର ଗଜାନନ କାଲେ ମଧ୍ୟ ରାଜ୍ୟରେ ସ୍ମାରକୀର ଅସ୍ତିତ୍ୱର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇବା ସହ ଏହାକୁ ନଷ୍ଟ କରିବା ଉଚିତ ବୋଲି କହିଛନ୍ତି।
ମେ ୨୦୨୨: ଔରଙ୍ଗଜେବ ରୋଡ ଭଳି ଔରଙ୍ଗଜେବ ଲେନ୍କୁ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ନାମରେ ନାମିତ କରିବାକୁ ବିଜେପି ଦାବି କରିଥିଲା।
୨୦୧୫ରେ ପୂର୍ବ ଦିଲ୍ଲୀର ତତ୍କାଳୀନ ସାଂସଦ ମହେଶ ଗିରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତତ୍କାଳୀନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଔରଙ୍ଗଜେବ ରୋଡ୍ ର ନାମ କଲାମଙ୍କ ନାମରେ ନାମିତ କରିବାକୁ ଚିଠି ଲେଖିଥିଲେ। କିଛି ମାସ ମଧ୍ୟରେ ଏନଡିଏମସି ଏହି ରାସ୍ତାର ନାମ ପରିବର୍ତ୍ତନ ପ୍ରସ୍ତାବକୁ ଅନୁମୋଦନ କରିଥିଲା।
ସେପ୍ଟେମ୍ବର ୨୦୧୫: ଦିଲ୍ଲୀର କାଳିନ୍ଦୀ କୁଞ୍ଜରୁ ଜାମିଆ ନଗର ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତା, ଯାହାକୁ ସ୍ଥାନୀୟ ଭାବରେ ‘ପୁସ୍ତା ରୋଡ୍’ ବୋଲି କୁହାଯାଏ, କଂଗ୍ରେସର ପୂର୍ବତନ ବିଧାୟକ ଆସିଫ୍ ମହମ୍ମଦ ଖାନ୍ ‘ଔରଙ୍ଗଜେବ ରୋଡ୍’ ନାମରେ ନାମିତ କରିଥିଲେ। ଏନ୍ଡିଏମ୍ସି ପକ୍ଷରୁ ଐତିହାସିକ ରାସ୍ତାର ନାମ ପରିବର୍ତ୍ତନକୁ ବିରୋଧ କରି ସେ ଏପରି କରିଛନ୍ତି ବୋଲି ଖାନ୍ କହିଛନ୍ତି।
୨୦୧୫: ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଔରଙ୍ଗାବାଦରେ ଜିଲ୍ଲାପାଳଙ୍କ ଦ୍ୱାରା ମଞ୍ଜୁର ହୋଇଥିବା ଉଚ୍ଛେଦ ଅଭିଯାନ ସମୟରେ କିଛି ମନ୍ଦିର ଭାଙ୍ଗିବା ପରେ ଶିବସେନାର ଜଣେ ସାଂସଦ ଡ୍ୟୁଟିରେ ଥିବା ଜଣେ ଅଧିକାରୀଙ୍କୁ ‘ଔରଙ୍ଗଜେବ କି ଆଉଲାଦ’ (ଔରଙ୍ଗଜେବଙ୍କ ବଂଶଧର) କହି ଗାଳିଗୁଲଜ କରିଥିଲେ।
ହତ୍ୟା ପୂର୍ବରୁ କାହାକୁ ଫୋନ୍ କରି ବର୍ଷିଥିଲେ ବାଂଲାଦେଶର ପ୍ରତିଷ୍ଠାତା ରାଷ୍ଟ୍ରପତି ମୁଜିବୁର ରେହମନ?
