Horror Place In India: ଭାରତ ହେଉଛି ବିବିଧତାର ଦେଶ ।
ଏଠାରେ ପ୍ରତ୍ୟେକ ରାଜ୍ୟର ନିଜର ଭିନ୍ନ ସଂସ୍କୃତି ଏବଂ ପରମ୍ପରା ରହିଛି । ଭାରତ ଏହାର ସଂସ୍କୃତି ଏବଂ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା । ଖାଦ୍ୟ ଏବଂ ଜୀବନଶୈଳୀ ପାଇଁ ପ୍ରସିଦ୍ଧ ଭାରତରେ ମଧ୍ୟ କିଛି ସ୍ଥାନ ଅଛି ଯାହା ସେମାନଙ୍କର ଅଦ୍ଭୁତ କାର୍ଯ୍ୟକଳାପ ପାଇଁ ଜଣାଶୁଣା । କିନ୍ତୁ ଆପଣ ଜାଣନ୍ତି କି ଦେଶର ଏହି ପ୍ରସିଦ୍ଧ ସ୍ଥାନମାନଙ୍କ ମଧ୍ୟରେ ଅନେକ ଅଛନ୍ତି ଯାହା ଭାରତର ଭୟାନକ ସ୍ଥାନରେ ଅନ୍ତର୍ଭୁକ୍ତ ।
ସମଗ୍ର ବିଶ୍ୱରେ ଏପରି ଅନେକ ଘୃଣ୍ୟ ସ୍ଥାନ ଅଛି, ଯାହା ବିଷୟରେ ଲୋକମାନେ ବିଶ୍ୱାସ କରନ୍ତି ଯେ ସେଠାରେ ଆମ କଳ୍ପନା ବାହାରେ କିଛି ଅଛି । ଯଦି ଆପଣ ମଧ୍ୟ ଏପରି ସ୍ଥାନ ପରିଦର୍ଶନ କରିବାକୁ ଚାହାଁନ୍ତି ଏବଂ କିଛି ଭିନ୍ନ ଅନୁଭୂତି ପାଇବାକୁ ଚାହାଁନ୍ତି, ତେବେ ଆମେ ଆପଣଙ୍କୁ ଭାରତର ପାଞ୍ଚଟି ଭୟାନକ ସ୍ଥାନ ବିଷୟରେ କହିବୁ…
ଭାନଗଡ଼ କିଲ୍ଲା, ରାଜସ୍ଥାନ:
ଭାରତର ସବୁଠୁ ରହସ୍ୟମୟ ସ୍ଥାନ ମଧ୍ୟରୁ ଅନ୍ୟତମ ରାଜସ୍ଥାନର ଭାନଗଡ କିଲ୍ଲା । ଏହାକୁ ‘ଭୂତିଆ କିଲ୍ଲା’ କୁହାଯାଏ । ଏହି ସ୍ଥାନ ବିଷୟରେ ଭାବିବା ମାତ୍ରେ ଲୋକଙ୍କ ଲୋମଟାଙ୍କୁରି ଯାଏ । ଭାନଗଡ ଏକ ଜଙ୍ଗଲ ନିକଟରେ ଅବସ୍ଥିତ ଏବଂ ନିଜର ଭୂତପ୍ରେତ କାହାଣୀ ପାଇଁ ସାରା ଦେଶରେ ଜଣାଯାଏ । ସୂର୍ଯ୍ୟାସ୍ତ ପରେ କୌଣସି ପର୍ଯ୍ୟଟକଙ୍କୁ ଏହି ଜାଗାକୁ ଯିବାକୁ ଅନୁମତି ମିଳେନି । ଲୋକମାନେ କୁହନ୍ତି, ଜଣେ ଯାଦୁଗର ଏହି ଅଞ୍ଚଳର ରାଜକୁମାରୀଙ୍କୁ ପ୍ରେମ କରୁଥିଲା ।
ସେ ରାଜକୁମାରୀଙ୍କୁ ନିଜ ବଶରେ କରିବାକୁ କଳାଯାଦୁର ସାହାଯ୍ୟ ନେଇଥିଲା । ଏ କଥା ରାଜକୁମାରୀ ଜାଣିବା ପରେ ତାକୁ ହତ୍ୟା କରିଥିଲେ । ମରିବା ସମୟରେ ଯାଦୁଗର ଏହି କିଲ୍ଲାକୁ ଅଭିଶାପ ଦେଇଥିବାରୁ ସେବେଠୁ ଏହା ଶ୍ରାପିତ ସ୍ଥାନ ହୋଇରହିଛି । ଏଠାକୁ ରାତି ସମୟରେ ଯିବା ମରଣକୁ ନିୟନ୍ତ୍ରଣ କରିବା ସହ ସମାନ ବୋଲି କୁହାଯାଏ ।
କୁଲଧରା ଗାଁ, ରାଜସ୍ଥାନ:
ରାଜସ୍ଥାନରେ ଏପରି ଆଉ ଏକ ସ୍ଥାନ ହେଲା କୁଲଧରା ଗ୍ରାମ । ଏହି ଗାଁ ଖୁବ୍ ନିର୍ଜନ ଏବଂ ଭୂତିଆ ଗାଁ ରୂପେ ପରିଚିତ । ଏଠି ମଣିଷ ତ ଦୂରର କଥା ପକ୍ଷୀଟିଏ ବି ବସା ବାନ୍ଧି ନାହିଁ । କୁହାଯାଏ ଏହି ଗାଁ ଅଭିଶପ୍ତ ଏବଂ ଏଠାରେ ଭୂତମାନେ ବାସ କରନ୍ତି। ଅନେକ ପୈଶାଚିକ ଘଟଣା ଦେଖାଯାଉଥିବାରୁ ଏହି ଗାଁକୁ ଯିବାକୁ ଆଖପାଖର ଲୋକେ ଭୟ କରନ୍ତି ।
୧୨୯୧ ମସିହାରେ ପଲିୱାଲ ବ୍ରାହ୍ମଣଙ୍କ ଦ୍ବାରା କୁଲଧରା ଗାଁ ପ୍ରତିଷ୍ଠା ହୋଇଥିଲା । ସେତେବେଳେ ଏହା କୃଷି ଜ୍ଞାନକୌଶଳ ଓ ବେପାର ବାଣିଜ୍ୟରେ ବେଶ୍ ସମୃଦ୍ଧ ଥିଲା । ହେଲେ ୧୮୨୫ ମସିହାରେ ହଠାତ୍ ଗାଁରୁ ସବୁ ଲୋକ ଖାଲି ହୋଇଗଲେ । ସେବେଠାରୁ ଏହି ଅଞ୍ଚଳ ଜନଶୂନ୍ୟ ହୋଇପଡିଛି ।
ଜାତିଙ୍ଗା, ଆସାମ:
ଆସାମର ଜାତିଙ୍ଗାରେ ଅନେକ ରହସ୍ୟମୟ ଓ ବିଚିତ୍ର ଘଟଣା ଦେଖିବାକୁ ମିଳେ । ଯାହାର ରହସ୍ୟ ଆଜି ଯାଏ କେହି ଭେଦ କରିପାରି ନାହାନ୍ତି । ଏହି ସ୍ଥାନ ଆସାମର ଡିମା ହାସାଓ ଜିଲ୍ଲାରେ ଅବସ୍ଥିତ । ଏଠାରେ ପ୍ରତିବର୍ଷ ମୌସୁମୀ ଋତୁ ଶେଷ ବେଳକୁ ପକ୍ଷୀଙ୍କ ଆତ୍ମହତ୍ୟା ଘଟଣା ଦେଖିବାକୁ ମିଳେ ।
ଖାସ୍ କରି ଅମାବାସ୍ୟାର ଘନ ଅନ୍ଧାର ରାତିରେ ସନ୍ଧ୍ୟା 6ଟାରୁ ରାତି 10ଟା ମଧ୍ୟରେ ଶହ ଶହ ପକ୍ଷୀ ଏଠାକୁ ଆସି ଆତ୍ମହତ୍ୟା କରିଥାନ୍ତି । କିପରି ଏହି ପକ୍ଷୀମାନଙ୍କର ମୃତ୍ୟୁ ହୁଏ ତାହାର କାରଣ ଆଜି ଯାଏଁ ରହସ୍ୟ ହୋଇରହିଛି । ଏହି ଘଟଣା ବୈଜ୍ଞାନିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟନ୍ବିତ କରିଥାଏ ।
ଶାନିୱାରୱାଡା ଦୁର୍ଗ, ପୁଣେ:
ମହାରାଷ୍ଟ୍ରର ପୁଣେ ସହରରେ ରହିଛି ଶାନିୱାରୱାଡା ଦୁର୍ଗ । ୧୮୧୮ ମସିହା ଯାଏଁ ଏଠି ମରହଟ୍ଟା ପେଶୱାମାନଙ୍କ ରାଜତ୍ୱ ଥିଲା । କୁହାଯାଏ ପୂର୍ଣ୍ଣିମା ରାତିରେ ଏଠି ଅଧିକ ଅଲୌକିକ ଗତିବିଧି ଦେଖାଯାଏ । ଏହା ପଛର କାହାଣୀ ଶୁଣିବାକୁ ମିଳେ କି, ଜଣେ ରାଜକୁମାରୀଙ୍କୁ ଏହି ସ୍ଥାନରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ସେବେଠୁ ତାଙ୍କର ଆତ୍ମା ଏଠି ଘୁରି ବୁଲିଛି । ରାତି ସମୟରେ ଏଠାରେ ଭୟାନକ ଚିତ୍କାର ଶୁଣାଯାଉଥିବାର ସ୍ଥାନୀୟ ଲୋକେ କୁହନ୍ତି ।
ଡୁମାସ ବେଳାଭୂମି, ଗୁଜୁରାଟ:
ଭାରତର ଜଣାଶୁଣା ଭୂତିଆ ସ୍ଥାନଗୁଡିକ ମଧ୍ୟରୁ ଅନ୍ୟତମ ଗୁଜୁରାଟର ଡୁମାସ ବେଳାଭୂମି । ଏଠାରେ ଦେଖାଯାଉଥିବା କଳା ବାଲି ଏହାକୁ ଅଧିକ ରହସ୍ୟମୟ କରାଏ । ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ବେଳାଭୂମିରେ ଅତୃପ୍ତ ଆତ୍ମାମାନେ ଘୁରି ବୁଲନ୍ତି । ଏହି କାରଣରୁ ପୈଶାଚିକ ଘଟଣାମାନ ଦେଖାଯାଏ । ବେଳାଭୂମିକୁ ବୁଲିବାକୁ ଆସୁଥିବା କେତେକ ପର୍ଯ୍ୟଟକ ମଧ୍ୟ ଅଜବ ଓ ଭୟାନକ ଶବ୍ଦ ଶୁଣିଥିବାର କୁହନ୍ତି ।
ରାତି ସମୟରେ ଏଠି ବୁଲିବା ମରଣ ଠାରୁ କମ୍ ନୁହେଁ ବୋଲି ଲୋକମାନେ ବିଶ୍ବାସ କରନ୍ତି । ବହୁ ବର୍ଷ ପୂର୍ବେ ଏହି ସ୍ଥାନ ଏକ ଶ୍ମଶାନ ଘାଟ ଥିଲା । ଏଥିପାଇଁ ଏଠିକାର ବାଲି କଳା ରଙ୍ଗର ବୋଲି କୁହାଯାଏ । ଦୂରଦୂରାନ୍ତରୁ ଲୋକମାନେ ଡୁମାସ ବେଳାଭୂମି ବୁଲିବାକୁ ଆସୁଥିଲେ ହେଁ ସନ୍ଧ୍ୟା ହେବା କ୍ଷଣି କେହି ରୁହନ୍ତି ନାହିଁ ।
ALSO READ: https://purvapaksa.com/money-plant/