Hirakud, Satkosia : ପିପିପି ମାଧ୍ୟମରେ ୧୮୦୦ କୋଟି ଟଙ୍କା ବ୍ୟୟ କରାଯାଇ ମୋଟ୍ ୨୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହାଦ୍ଵାରା ୧୨ଶହରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଏବଂ ହୀରାକୁଦ ନଦୀବନ୍ଧ ଅଞ୍ଚଳରେ ପ୍ରାକୃତିକ ପର୍ଯ୍ୟଟନ ବିକାଶ ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମନ୍ତ୍ରାଳୟ ଲକ୍ଷ୍ୟସ୍ଥଳୀ ବିକାଶ ଡିଭିଜନ ପକ୍ଷରୁ ସରକାରୀ ଘରୋଇ ଭାଗିଦାରୀରେ ମଧ୍ୟ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ଵାରା ଦୀର୍ଘସ୍ଥାୟୀ ପର୍ଯ୍ୟଟନ ବିକାଶ ସହିତ ସ୍ଥାନୀୟ ଅର୍ଥବ୍ୟବସ୍ଥା ସମୃଦ୍ଧି ହେବ।
ସାତକୋଶିଆରେ ୧୦୦ କୋଟି ଟଙ୍କାର ବ୍ୟୟବରାଦ ସହିତ ପରିକଳ୍ପିତ ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଏକ ବ୍ୟାପକ ଇକୋ ଟୁରିଜିମ୍ ବ୍ୟବସ୍ଥା ବିକଶିତ କରିବା ଯାହା ଏହି ଅଞ୍ଚଳର ସମୃଦ୍ଧ ଜୈବ ବିବିଧତା ଏବଂ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା ସହିତ ସାମଗ୍ରିକ ପର୍ଯ୍ୟଟକଙ୍କ ଅଭିଜ୍ଞତାରେ ସୁଧାର ଆଣିବା ବିଭିନ୍ନ ଭିତିଭୂମି ଏବଂ ସେବାକୁ ବିସ୍ତାର କରିବା। ସାତକୋଶିଆକୁ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭାବରେ ପ୍ରତିଷ୍ଠା କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।
ସାତକୋଶିଆରେ ପରିକଳ୍ପିତ ପ୍ରକଳ୍ପ ପଛରେ ଥିବା ଉଦ୍ଦେଶ୍ୟ ହେଉଛି, ପର୍ଯ୍ୟଟକଙ୍କ ଆନନ୍ଦକୁ ବଢ଼ାଇବା ସହିତ ଦୀର୍ଘସ୍ଥାୟିତ୍ଵ ଏବଂ ଗୋଷ୍ଠୀ ନିୟୋଜନକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବା। ବିଭିନ୍ନ ସୁବିଧାର ଉନ୍ନତିକରଣ ଏବଂ ବିବିଧ କାର୍ଯ୍ୟକଳାପ ଆରମ୍ଭ କରିବା ସହଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ପର୍ଯ୍ୟଟକଙ୍କ ଆକର୍ଷିତ କରୁଥିବା ଏକ ସ୍ୱାଗତଯୋଗ୍ୟ ପରିବେଶ ସୃଷ୍ଟି କରିବା।
ଏଠାରେ ପରିବେଶ ଅନୁକୂଳ ଆବାସ, ଦୁଃସାହସିକ କ୍ରୀଡ଼ା ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପଦକ୍ଷେପ ଭଳି ପ୍ରମୁଖ ବୈଶିଷ୍ଟ୍ୟ କେବଳ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ନାହିଁ ବରଂ ଅଧିକ ସମୟ ରହିବାକୁ ପ୍ରୋତ୍ସାହିତ କରିବା, ଯାହା ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଇତ୍ୟାଦି ଅନ୍ୟତମ। ସରକାରୀ ଓ ଘରୋଇ ଭାଗିଦାରୀରେ ପର୍ଯ୍ୟଟନଙ୍କ ସୁବିଧା ପାଇଁ ନିର୍ମାଣ ହେବ ଏକାତ୍ମକ ପ୍ରକଳ୍ପ ଏହି ସମ୍ଭାବ୍ୟ ପ୍ରକଳ୍ପ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ପର୍ଯ୍ୟଟକଙ୍କ ପ୍ରାଥମିକତା ଦେଇପର୍ଯ୍ୟଟକଙ୍କ ଅନୁଭୂତିରେ ସୁଧାର ଆଣିବା ଏଥିରେ ତିନିଟି ହବ ନିର୍ମାଣ କରିବା ଲାଗି ଲକ୍ଷ୍ୟ ରଖାଯାଇଛି, ସେଗୁଡ଼ିକ ହେଲା ପମ୍ପାସର-ଟିକରପଡ଼ା, ବାଲିପୁଟ-ବଡ଼ମୂଳ, କୁସଙ୍ଗ-ସୀତାଲପାଣି। ଏଥିରେ ଆଗନ୍ତୁକ ଯାତ୍ରା, ରହଣୀ, ପ୍ରକୃତି ବ୍ୟାଖ୍ୟାନ କେନ୍ଦ୍ର ଆମ୍ପିଥିଏଟର, ଦୁଃସାହସିକ ଆବାସ ପ୍ରଚଳନ ଉପରେ ଗୁରୁତ୍ୱ ଦିଆଯାଉଛି।
ଲେଜର୍ ସୋ’ ଭଳି ଇଣ୍ଟରଆକ୍ଟିଭ୍ ଅନୁଭୂତି ସହିତ ପର୍ଯ୍ୟଟକମାନେ ଆଧୁନିକ, ଉଚ୍ଚମାନର ସୁବିଧା ଏବଂ ଆକର୍ଷଣ ଉପଭୋଗ କରିପାରିବେ। ଏଠାରେ ସରକାରୀ ଘରୋଇ ଭାଗିଦାରୀରେ ସଂଗ୍ରହାଳୟ, ହୋଟେଲ ନିର୍ମାଣ କରାଯିବ। ୱେଲନେସ ସେଣ୍ଟର, ସି ପ୍ଲେନ୍ ଆଦି ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିପରି ଆମୋଦପ୍ରମୋଦ ପାର୍କ, ଗଲଫ୍ କୋର୍ସ, ହୋଟେଲ, ଦୁଃସାହସିକ କ୍ରୀଡ଼ା ଆଦି ସୁବିଧା ଯୋଗାଇ ଦିଆଯିବ।
ପିପିପି ମାଧ୍ୟମରେ ୧୮୦୦ କୋଟି ଟଙ୍କା ବ୍ୟୟ କରାଯାଇ ମୋଟ୍ ୨୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହାଦ୍ଵାରା ୧୨ଶହରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଇଛି।
Also readhttps://purvapaksa.com/india-china-or-the-us-which-countrys-navy-is-the-most-powerful/
