ପଶ୍ଚିମବଙ୍ଗର ମୁର୍ଶିଦାବାଦ ନୂଆ ଓ୍ଵାକଫ ଆଇନ ବିରୋଧରେ ହେଉଥିବା ହିଂସାତ୍ମକ ପ୍ରଦର୍ଶନର କେନ୍ଦ୍ରବିନ୍ଦୁ ହୋଇଛି। ମୁସଲମାନ ଜନତାଙ୍କ ହିଂସା, ଅଗ୍ନିସଂଯୋଗ ଓ ଲୁଟପାଟ ପରେ କୋଲକାତା ହାଇକୋର୍ଟ କେନ୍ଦ୍ରୀୟ ବାହିନୀ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଯାଏଁ ୩ ଜଣଙ୍କ ମୃତ୍ୟୁ ଖବର ଆସିଛି। ଅନ୍ୟପକ୍ଷରେ, ଏହି ଜିଲ୍ଲାର ବେହରାମପୁର ଆସନରୁ ତୃଣମୂଳ କଂଗ୍ରେସ (ଟିଏମସି)ର ସାଂସଦ ଯୁସୁଫ ପଠାନ ଇନଷ୍ଟାଗ୍ରାମରେ ଚା’ ପିଉଥିବା ଫଟୋ ସେୟାର କରିଛନ୍ତି।
ସେ ଏହି ଫଟୋଟି ଗତକାଲି ନିଜ ଇନଷ୍ଟାଗ୍ରାମରେ ଅପଲୋଡ୍ କରିଛନ୍ତି। କ୍ୟାପସନରେ ଲେଖିଛନ୍ତି- “ଆରାମଦାୟକ ଅପରାହ୍ନ, ଉତ୍ତମ ଚା’ ଓ ଶାନ୍ତ ପରିବେଶ। ଏହି ମୁହୂର୍ତ୍ତକୁ ନିଜେ ଭିତରେ ସମାହିତ କରି ନେଉଛି।”
ତାଙ୍କର ଏହି ପୋଷ୍ଟ ଦେଖିବା ପରେ ସାଧାରଣ ଲୋକେ କ୍ଷୁବ୍ଧ ହୋଇଛନ୍ତି। ସେମାନେ କହୁଛନ୍ତି, “ବଙ୍ଗଳା ନିଆଁରେ ଜଳୁଛି ଆଉ ତୁମେ ଚା’ ପିଉଛ!”
ଜଣେ ଇନଷ୍ଟା ୟୁଜର ତାଙ୍କୁ ପଚାରିଛନ୍ତି, “ତୁମ ସଂସଦୀୟ କ୍ଷେତ୍ରରେ କ’ଣ ଚାଲିଛି, ତାହା ତୁମେ ଜାଣିଛ କି?”
ଅନ୍ୟ ଜଣେ ୟୁଜର କମେଣ୍ଟ କରିଛନ୍ତି, “ମୁର୍ଶିଦାବାଦରେ ନିଆଁ ଲାଗିଛି, ତଥାପି ତୁମେ ଏହି ଫଟୋ ପୋଷ୍ଟ କରିବାକୁ ବାଛିଛ। ତୁମେ କେତେ ଅସମ୍ବେଦନଶୀଳ!”
मुर्शिदाबाद, सांसद यूसुफ पठान के निर्वाचन क्षेत्र बेहरामपुर से सिर्फ 10 किलोमीटर दूर एक इलाका जल रहा है और हिंदुओं पर अत्याचार हो रहा हैं, लेकिन वह शांत वातावरण में गुच्ची चप्पल में अपनी चाय का आनंद लेते दिख रहे हैं… pic.twitter.com/twNPwcDAlU
— Sadhvi Prachi (@Sadhvi_prachi) April 13, 2025
ସାଧ୍ୱୀ ପ୍ରାଚୀ ତାଙ୍କ ଏକ୍ସରେ ଲେଖିଛନ୍ତି- “ମୁର୍ଶିଦାବାଦ, ସାଂସଦ ଯୁସୁଫ ପଠାନଙ୍କ ନିର୍ବାଚନ କ୍ଷେତ୍ର ବେହରାମପୁରଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଏକ ଅଞ୍ଚଳ ଜଳୁଛି ଏବଂ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହେଉଛି, କିନ୍ତୁ ସେ ଶାନ୍ତ ପରିବେଶରେ ଗୁଚ୍ଚି ଚପଲ ପିନ୍ଧି ନିଜ ଚା’ର ଆନନ୍ଦ ନେଉଥିବା ଦେଖାଯାଉଛନ୍ତି।”
ବିଜେପି ନେତା ଶେହଜାଦ ପୁନାୱାଲା ଯୁସୁଫ ପଠାନଙ୍କ ଫଟୋ ଦେଖି ଲେଖିଛନ୍ତି- “ବଙ୍ଗଳା ଜଳୁଛି। ହାଇକୋର୍ଟ କହିଛନ୍ତି ଯେ ସେମାନେ ଆଖି ବନ୍ଦ ରଖିପାରିବେ ନାହିଁ ଏବଂ କେନ୍ଦ୍ରୀୟ ବାହିନୀ ମୁତୟନ କରୁଛନ୍ତି। ମମତା ବାନାର୍ଜୀ ରାଜ୍ୟରେ ସଂରକ୍ଷିତ ହିଂସାକୁ ପ୍ରୋତ୍ସାହନ ଦେଉଛନ୍ତି ଯେତେବେଳେ ପୋଲିସ ଚୁପ ଅଛି। ଏହା ମଧ୍ୟରେ ଯୁସୁଫ ଖାନ ଚା’ ପିଇ ସେହି ମୁହୂର୍ତ୍ତକୁ ନିଜେ ଭିତରେ ସମାହିତ କରି ନେଉଛନ୍ତି କାରଣ ହିନ୍ଦୁମାନେ ମରୁଛନ୍ତି।”
On one hand There is Targeted violence against Hindus in Bengal, on other hand TMC MP is enjoying and posting pictures on Social Media and teasing the Hindu victims.
Mamta Banerjee is running an Anti Hindu Administration in Bengal.#MurshidabadViolence pic.twitter.com/RBAd9EbWJD
— Pradeep Bhandari(प्रदीप भंडारी)🇮🇳 (@pradip103) April 13, 2025
ମୁର୍ଶିଦାବାଦ ଜିଲ୍ଲାର ସୁତୀ, ଧୁଲିୟା, ସମସେରଗଞ୍ଜ ଓ ଅନ୍ୟାନ୍ୟ ଅଞ୍ଚଳରେ ନୂଆ ଓ୍ଵାକଫ ଆଇନ ନାଁରେ ହିଂସା ଭଡ଼କିଛି। ଇସଲାମୀ ମୌଳବାଦୀମାନେ ହିନ୍ଦୁମାନଙ୍କୁ ଟାର୍ଗେଟ କରୁଛନ୍ତି, ଗାଡ଼ିମୋଟରକୁ ନିଆଁ ଲଗାଇଛନ୍ତି ଏବଂ ହିନ୍ଦୁମାନଙ୍କ ଦୋକାନ ଲୁଟିଛନ୍ତି। ପରିସ୍ଥିତି ଦେଖି କୋର୍ଟ ମଧ୍ୟ କହିଛନ୍ତି ଯେ ଯେତେବେଳେ ଲୋକଙ୍କ ସୁରକ୍ଷା ବିପଦରେ ଥାଏ, ଅଦାଲତ ମୌନଦର୍ଶକ ହୋଇ ରହିପାରେନାହିଁ। କିନ୍ତୁ ୟୁସୁଫ ପଠାନଙ୍କ ଉପରେ ଏସବୁର କୌଣସି ପ୍ରଭାବ ପଡ଼ୁନାହିଁ। ଏହି କାରଣରୁ ସୋସିଆଲ ମିଡିଆରେ ତାଙ୍କୁ ନିନ୍ଦା କରାଯାଉଛି। ତାଙ୍କୁ ଦାୟିତ୍ୱହୀନ ବୋଲି କୁହାଯାଉଛି। ଲୋକଙ୍କର ସ୍ପଷ୍ଟ କହିବା ଯେ ଏହି ଫଟୋ ଏଥିପାଇଁ ପୋଷ୍ଟ କରାଯାଇଛି ଯାହାଦ୍ୱାରା ସାଂସଦ ଦେଖାଇପାରିବେ ଯେ ଯାହା ହେଉଛି, ତାହାରେ ସେ ଆନନ୍ଦ ନେଉଛନ୍ତି।
Also readhttps://purvapaksa.com/the-remains-of-chaitya-griha-were-found-in-ratnagiri/