ଲଗାତାର ୪ ଟି ସୋମବାର ସ୍ଥଗିତ ରହିବା ପରେ ଆସନ୍ତା ୩ ତାରିଖରେ ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ଆରମ୍ଭ ହେବ।
ଆସନ୍ତା ଫେବ୍ରୁଆରି ୩ ତାରିଖ (ସୋମବାର) ଭୁବନେଶ୍ୱର ୟୁନିଟ୍-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ହେବ।
ଅଭିଯୋଗ ଶୁଣାଣି ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ ଜାନୁଆରୀ ୩୧ ତାରିଖ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ, ଯେଉଁଥିରେ ୧୦୦୦ ପଞ୍ଜୀକରଣ ର ସୀମା ରହିବ। ଆଗ୍ରହୀ ବ୍ୟକ୍ତିମାନେ ଜନସୁନାନି ପୋର୍ଟାଲ (https://janasunani.odisha.gov.in/) କିମ୍ବା ମୋବାଇଲ ଆପ ଜରିଆରେ ସାଇନ ଅପ କରିପାରିବେ।
ନିର୍ଦ୍ଧାରିତ ବୈଠକରେ ପଞ୍ଜୀକରଣ ସ୍ୱୀକୃତି, ପରିଚୟପତ୍ର ଏବଂ ଅଭିଯୋଗ ପତ୍ର ଆଣିବାକୁ ପଡ଼ିବ।
ଏନେଇ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଗତ ୪ ସୋମବାର ମୁଖ୍ୟମନ୍ତ୍ରୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟଯୋଗୁଁ ଭୁବନେଶ୍ୱର ୟୁନିଟ-୫ରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪ ଜୁଲାଇ ପହିଲାରୁ ୟୁନିଟ-୫ସ୍ଥିତ ନିର୍ଦ୍ଧାରିତ ଅଭିଯୋଗ ପ୍ରକୋଷ୍ଠରେ ୨୦୦୮ରେ ବନ୍ଦ ହୋଇଥିବା ବହୁ ପ୍ରତୀକ୍ଷିତ ଜନଶୁଣାଣିକୁ ପୁନର୍ଜୀବିତ କରିଥିଲେ।
Also read https://purvapaksa.com/mohan-doesnt-even-have-time-to-listen-to-peoples-grievances/
ଲୋକଙ୍କ ଅଭିଯୋଗ ଶୁଣିବାକୁ ବି ମୋହନଙ୍କ ବେଳ ଅଣ୍ଟୁନି, ୩୧ରୁ ୭ ସୋମବାର ଆସିଛନ୍ତି ମୁଖ୍ୟମନ୍ତ୍ରୀ