Milk: ଶିଶୁମାନଙ୍କର ପ୍ରଥମ ଆହାର ହୋଇଥାଏ କ୍ଷୀର । ଶିଶୁ ଠାରୁ ବୃଦ୍ଧ ଯାଏ ସମସ୍ତଙ୍କର ଦିନ ଚର୍ଯ୍ୟାର ଏକ ଅଭିନ୍ନ ଅଙ୍ଗ। ଏଥିରେ ଥିବା ଉପକରଣଗୁଡିକ ଯେପରି କି କ୍ୟାଲସିୟମ୍, ପ୍ରୋଟିନ୍, ଭିଟାମିନ୍, ମିନେରାଲ୍ ଆଦି ଆମ ଶରୀର ପାଇଁ ଆବଶ୍ୟକ ଉପକରଣ । ଏହି କାରଣ ପାଇଁ ସମସ୍ତଙ୍କର ଘରେ କ୍ଷୀର ପିଇବା ପାଇଁ କୁହାଯାଇଥାଏ ।
କିଛି ମା’ମାନେ ସକାଳେ ତାଙ୍କ ଶିଶୁଙ୍କୁ କ୍ଷୀର ଓ ବିସ୍କୁଟ୍ ଖୁଆଇ ସ୍କୁଲ୍ ପଠାଇଥାନ୍ତି ଓ କିଛି ଜଣ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଆଇଥାନ୍ତି । ଅଧିକାଂଶ ଘରେ କ୍ଷୀର ସକାଳ ବ୍ରେକଫାଷ୍ଟର ଏକ ମୁଖ୍ୟ ଅଂଶ ହୋଇଥାଏ । ଏବଂ ଯଦି ଶିଶୁମାନେ ବ୍ରେକଫାଷ୍ଟ କରିବାରେ ଅନିଚ୍ଛା କରନ୍ତି ତେବେ ଶିଶୁଙ୍କୁ ପିଆଇ ଦେଇଥାନ୍ତି ମା’ମାନେ । କିନ୍ତୁ ସକାଳେ ଖାଲି ପେଟରେ କ୍ଷୀର ପିଇବା ଠିକ କି ଭୁଲ ଆସନ୍ତୁ ଜାଣିବା ।
ଖାଲି ପେଟରେ କ୍ଷୀର ପିବାର ପ୍ରଭାବ
ଆୟୁର୍ବେଦ ଅନୁସାରେ, ସକାଳେ ଖାଲି ପେଟେ କ୍ଷୀର ପିଇବା ସ୍ୱାସ୍ଥ୍ୟକୁ ଲାଭରୁ ବେଶି କ୍ଷତି କରିଥାଏ । କ୍ଷୀରରେ ଏକ ସୁଗର ରହିଛି ଯାହାକୁ ଲ୍ୟାକ୍ଟୋଜ୍ କୁହାଯାଏ। ଏହା ଇନ୍ସୁଲିନ୍ ସ୍ପାଇକ୍ କରିପାରେ। କିଛି ଲୋକ ଏହାକୁ ପଚାଇବାରେ ଅସୁବିଧାରର ସମ୍ମୁଖୀନ ହୋଇଥାନ୍ତି ଯାହାଙ୍କୁ ଲ୍ୟାକ୍ଟୋଜ୍ ଇଣ୍ଟୋଲେରେଣ୍ଟ କୁହାଯାଏ। ଏମିତି ଲୋକ ଯଦି ସକାଳେ ଖାଲି ପେଟରେ କ୍ଷୀର ପିଅନ୍ତି ତେବେ ତାଙ୍କୁ ଏଲର୍ଜିକ୍ ପ୍ରତିକ୍ରିୟା ହୋଇପାରେ ଯଥା କୁଣ୍ଡେଇ ହେବା, ନିଶ୍ୱାସ ନେବାରେ କଷ୍ଟ ହେବା ଇତ୍ୟାଦି। ଖାଲି ପେଟେ କ୍ଷୀର ପିଇଲେ ତାହା ପାଚନ କ୍ରିୟାକୁ ପ୍ରଭାବିତ କରେ। ଏଥିରୁ ବ୍ଲୋଟିଂ, ଗ୍ୟାସ୍ ଆଦି ହୋଇଥାଏ ।
କ୍ଷୀର ଦ୍ୱାରା ଏସିଡିଟି ହୁଏ, ସେଥିପାଇଁ ସକାଳେ ଖାଲି ପେଟରେ କ୍ଷୀର ପିଇବାରୁ କିଛି ଲୋକଙ୍କୁ ଏସିଡିଟିର ସମସ୍ୟା ହୋଇପାରେ। ଫ୍ୟାଟ୍ରେ ଭରପୂର କ୍ଷୀର ଛାତିରେ ଜଳନ ଏବଂ ଏସିଡିଟି ତିଆରି କରିପାରେ।
ALSO READ: https://purvapaksa.com/skincare-tips-for-summer/
ଗରମରେ କେମିତି ନେବେ ତ୍ୱଚାର ଯତ୍ନ ? ଏହାକୁ ଉଜ୍ଜ୍ୱଳ ଓ କୋମଳ ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ