ଅଁଳା ଆମ ଶରୀର ପାଇଁ ଅନେକ ଉପକାରି । ଅନ୍ୟ ଭାଷାରେ ଏହାକୁ ସୁପରଫୁଡ୍ ମଧ୍ୟ କୁହାଯାଏ । ଅଁଳା ଏପରି ଏକ ଫଳ ଯାହା ନିଜର ଔଷଧୀୟ ଗୁଣ ପାଇଁ ବେଶ ପରିଚିତ ।
ଅଁଳା ଜୁସରେ ପ୍ରଚୁର ପରିମାଣର ପ୍ରୋଟିନ୍, କାର୍ବନ, ଫାଇବର, ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ଇ ଏବଂ କ୍ୟାଲସିୟମ୍ ରହିଛି। ଯାହା ଆମ ଶରୀରକୁ ଆବଶ୍ୟକୀୟ ପୁଷ୍ଟି ଦେଇଥାଏ । ଶରୀରରକୁ ସୁସ୍ଥ ରଖିବାରେ ଅଁଳାର ପ୍ରମୁଖ ଭୂମିକା ରହିଛି । ଯାହାକୁ ଆପଣ ପ୍ରତ୍ୟେକ ଦିନ ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ପାଇପାରିବେ ।
ଭିଟାମିନ୍, ମିନେରାଲ୍ ଓ ଡାଏଟ୍ରୀ ଫାଇବରରେ ଭରପୂର ୧୦୦ଗ୍ରାମ ଅଁଳାରେ ମାତ୍ର ୬୦ କ୍ୟାଲୋରୀ ଥାଏ । ଏଥିରେ ଥିବା ଆଣ୍ଟି ଭାଇରାଲ ଗୁଣ ଶରୀରର ଇମ୍ୟୁନ ସିଷ୍ଟମକୁ ମଜବୁତ୍ କରିଥାଏ । ଅଁଳାରେ ଭିଟାମିନ-C ଭରପୁର ମାତ୍ରାରେ ରହିଛି । ଥଣ୍ଡା ଜର ଏବଂ କାଶ ହେଉଥିଲେ ଆପଣ ଅଁଳା ଖାଇବା ଦ୍ଵାରା ଆପଣଙ୍କୁ ଏହି ସମସ୍ୟାରୁ ବହୁତ ଶୀଘ୍ର ଆରାମ ମିଳିଥାଏ । ଆପଣଙ୍କର ଅଧିକ ପରିମାଣରେ କେଶ ଉପୁଡ଼ୁ ଥିଲେ ଅଁଳା ଖାନ୍ତୁ। ଅଁଳା ଖାଇବା ଦ୍ୱାରା କେଶ ଝଡ଼ିବା କମ ହେବା ସହ କେଶ ମଜବୁତ ମଧ୍ୟ ହୋଇଥାଏ।
ଦୃଷ୍ଟି ଶକ୍ତି ବଢ଼ାଇଥାଏ ଅଁଳା । ଅଁଳାରେ ଥିବା କ୍ରୋମିୟମ୍ ଶରୀରର ବ୍ଳଡ୍ ସୁଗାରକୁ କମ୍ କରିବା ସହିତ ଡାଇବେଟିସ୍ କୁ ମଧ୍ୟ କଣ୍ଟ୍ରୋଲ୍ କରିଥାଏ । ଶରୀରରେ ରହିଥିବା ଅଧିକ ଫ୍ୟାଟକୁ କମ କରିବାର କାର୍ଯ୍ୟ କରିଥାଏ । କନଷ୍ଟିପେସନ୍ ଥିବା ରୋଗୀଙ୍କ ପାଇଁ ଏହା ରାମବାଣ ପରି କାମ କରିଥାଏ । ନିୟମିତ ଦିନରେ ୧ରୁ ୨ଟି ଅଁଳା ଖାଇବା ଦ୍ୱାରା କନଷ୍ଟିପେସନ୍ ସମସ୍ୟା ଦୂର ହୋଇଥାଏ।
ଅଁଳାରେ ଭିଟାମିନ-A ରହିଛି । ଯଦି ଆପଣଙ୍କୁ ଅନ୍ଧାରକଣାର ସମସ୍ୟା ରହିଛି ତେବେ ଏହାକୁ ନିୟମିତ ଖାଇବା ଦ୍ୱାରା ଆପଣଙ୍କୁ ଫାଇଦା ମିଳିପାରିବ । ଅଁଳାରେ ଆମିନୋ ଏସିଡ୍ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଆମ ଶରୀରର ମେଟାବୋଲିକ୍ ବଢ଼ାଇବାରେ ସାହାଯ୍ୟ କରିଥାଏ। ମଧୁମେହ ସମସ୍ୟା ଥିବା ଲୋକଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ପଡିଥାଏ।ସକାଳେ ଖାଲି ପେଟରେ ଅଁଳା ପାଣି ପିଇବା ଦ୍ୱାରା ରକ୍ତରେ ଶର୍କରାର ସ୍ତର ନିୟନ୍ତ୍ରଣ କରାଯାଇପାରିବ। ଏହାସହ ଅଁଳାକୁ ଆପଣ ଗୁଣ୍ଡ କରି ମହୁ ସହିତ ସେବନ କରିବା ଦ୍ୱାରା ଶୀତଋତୁର ବିଭିନ୍ନ ଶାରୀରିକ ସମସ୍ୟା ରୁ ଆରମ୍ ପାଇଁ ପାରିବେ ।
PREVIOUS POST: https://purvapaksa.com/warm-drinks-during-winter-season/