Health Benefits Of Dates: ମୁଖ୍ୟତଃ ଶୀତଦିନ ଆସିଲେ ଆମ ହାଡ଼ରେ ଅଧିକ ଯନ୍ତ୍ରଣା ଅନୁଭବ ହୋଇଥାଏ ।
ଅନେକ ଲୋକଙ୍କୁ ଏହାଦ୍ୱାରା ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯଦି ଆପଣ ମଧ୍ୟ ଏହି ପ୍ରକାର ସମସ୍ୟା ଦ୍ୱାରା ପୀଡ଼ିତ ତେବେ ଆମେ ଆପଣଙ୍କୁ ଏହାର ବିଶେଷ ସମାଧାନ କହୁଛୁ ।
ଶୀତଦିନେ ଆମକୁ ଏପରି ଜିନିଷ ଖାଇବା ଉଚିତ ଯାହାକି ଆମ ଶରୀରକୁ ଗରମ ରଖିବ ଏବଂ ଭିଟାମିନ୍ ଡି ଓ କ୍ୟାଲସିୟମର ଅଭାବକୁ ପୂରଣ କରିବ । ଆମ ଜୀବନଶୈଳୀରେ କିଛି ପରିବର୍ତ୍ତନ ତଥା ଡାଏଟରେ କିଛି ଖାଦ୍ୟକୁ ସାମିଲ କରିବା ଦ୍ୱାରା ଆମେ ଏଥିରୁ ମୁକ୍ତି ପାଇପାରିବା । ଶୀତଦିନେ, ଅଧିକାଂଶ ଲୋକଙ୍କୁ ଚର୍ମ ଶୁଷ୍କ ହେବାଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଏପରି ପରିସ୍ଥିତିରେ, ଚର୍ମର ସର୍ବୋତ୍ତମ ଯତ୍ନ ନେବା ପାଇଁ ଆପଣଙ୍କ ଖାଦ୍ୟରେ ପୋଷକ ତତ୍ୱ ଅନ୍ତର୍ଭୁକ୍ତ କରନ୍ତୁ ।
- ଖଜୁରୀ ଅନେକ ପୋଷକ ତତ୍ତ୍ୱରେ ଭରପୂର । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଅନେକ ଡାକ୍ତରମାନେ ମଧ୍ୟ ଶୀତଦିନେ ଖଜୁରୀ ଖାଇବାକୁ ପରାମର୍ଶ ଦିଅନ୍ତି । ଖଜୁରୀ ଅନେକ ଜରୁରୀ ଭିଟାମିନ୍ ଏବଂ ମିନେରାଲସରେ ଭରପୂର ଏବଂ ସେଗୁଡ଼ିକ ଆମ ଶରୀର ପାଇଁ ପାୱାରହାଉସ୍ ପରି । ଖଜୁରୀରେ ଥିବା ଭିଟାମିନ୍ ଆମ ସ୍ୱାସ୍ଥ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଯାହା ଆପଣଙ୍କ ତ୍ୱଚାକୁ ପ୍ରାକୃତିକ ଚମକ ପ୍ରଦାନ କରିଥାଏ ଏବଂ ଏହାକୁ ହାଇଡ୍ରେଟ୍ ରଖିଥାଏ ।
- ଖଜୁରୀରେ ଅଧିକ ପରିମାଣର ଫାଇବର ଥିବାରୁ ଏହା ଆମ ହଜମ ପାଇଁ ଭଲ । ଶୀତଦିନେ ଏହା ବିଶେଷ ଲାଭଦାୟକ ହୋଇଥାଏ । ଯେତେବେଳେ ଶାରୀରିକ କାର୍ଯ୍ୟକ୍ଷମତା ହ୍ରାସ ହୁଏ ଏବଂ ହଜମ ପ୍ରକ୍ରିୟାରେ ସମସ୍ୟା ହୋଇଥାଏ, ସେତେବେଳେ ଖଜୁରୀ ଖାଇବା ଉଚିତ ।
- ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମଥାଏ, ସେମାନଙ୍କ ଭିତରେ ଶୀତ ସମୟରେ ଥଣ୍ଡା ଏବଂ କାଶ ଭଳି ସମସ୍ୟା ଦେଖାଯାଇଥାଏ । ଯଦି ଆପଣ ନିୟମିତ ଆପଣଙ୍କ ଖାଦ୍ୟରେ ଖଜୁରୀକୁ ଅନ୍ତର୍ଭୂକ୍ତ କରିନ୍ତି ତେବେ ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ଆମର ପ୍ରତିରୋଧକ ପ୍ରଣାଳୀକୁ ମଜବୁତ କରିଥାଏ ।
- ମଜବୁତ ହାଡ଼ ପାଇଁ ଆମକୁ କ୍ୟାଲସିୟମ ଏବଂ ଭିଟାମିନ୍ ଡି ଦରକାର ହୋଇଥାଏ । ଖଜୁରୀ କ୍ୟାଲସିୟମ୍ ଏବଂ ଭିଟାମିନ୍ ଡିର ଏକ ସମୃଦ୍ଧ ଉତ୍ସ । ଗୋଟିଏ ଦିନରେ କେବଳ ୪ରୁ୫ଟି ଖଜୁରୀ ଖାଇବା ଉଚିତ । ଏହାକୁ ଆପଣ ଅନେକ ଉପାୟରେ ଖାଇପାରିବେ । କ୍ଷୀର ସହିତ ଏହାକୁ ଖାଇବା ଦ୍ୱାରା ଏହାର ଲାଭ ଦ୍ୱିଗୁଣିତ ହୋଇଥାଏ । କ୍ଷୀର ହେଉଛି କ୍ୟାଲସିୟମର ଏକ ସମୃଦ୍ଧ ଉତ୍ସ ଏବଂ ଖଜୁରୀରେ ସମସ୍ତ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ । ଯାହା ଆମ ଶରୀରକୁ ଅନେକ ପୋଷକ ତତ୍ୱ ପ୍ରଦାନ କରିଥାଏ।
ALSO READ: https://purvapaksa.com/ed-raids-in-raj-kundras-residence/