Electricity: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ମାର୍ଚ୍ଚ ଅଧାରୁ ଗ୍ରୀଷ୍ମ ପ୍ରବାହ ଏତେ ବଢିଲାଣି ଯେ, ବାହାରକୁ ବାହରିବା ବି ମୁସ୍କିଲ ହୋଇପଡ଼ୁଛି । ଆଗକୁ ତାତି ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପ୍ରସ୍ତୁତି ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ ।
ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ଗତକାଲି (ମଙ୍ଗଳବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି । ପୂର୍ବାହ୍ନ ୧୧ରୁ ଅପରାହ୍ନ ୫ ଓ ରାତି ୯ରୁ ସକାଳ ୬ ପର୍ଯ୍ୟନ୍ତ ବିଦ୍ୟୁତ କାଟ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଖରା ଦିନେ ବିଦ୍ୟୁତ ଡ୍ରପ ପାଇଁ କାଟ ହେବାର ନଜିର ରହିଛି । ପୂର୍ବାହ୍ନ ୧୧ରୁ ଅପରାହ୍ନ ୫ ଏବଂ ରାତି ୯ରୁ ସକାଳ ୬ ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେବନାହିଁ । ସେଥିପ୍ରତି ଦୃଷ୍ଟି ଦେବାକୁ ଶକ୍ତି ବିଭାଗକୁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଛନ୍ତି। ଅଘୋଷିତ ବିଦ୍ୟୁତ କାଟ ଯେପରି ନ ହୁଏ, ସେଥିପ୍ରତି ଧ୍ୟାନ ଦେବ ବିଭାଗ ।
କାଳବୈଶାଖୀ ସମୟରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ନ ହେବା ପାଇଁ ଆଗୁଆ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ସଭା, ସମିତି ଗୁଡିକୁ ପିକ ଟାଇମରେ ଅନୁମତି ମିଳିବ ନାହିଁ । ସାଂସଦ ଓ ବିଧାୟକଙ୍କୁ ଏ ବିଷୟରେ ଅବଗତ କରାଯିବ । ଖରାଦିନେ ଗ୍ରାମାଞ୍ଚଳରେ ନିଆଁ ଲାଗିବାର ସମ୍ଭାବନା ଥିବାରୁ ଅଗ୍ନିଶମ ବିଭାଗ ସଜାଗ ରହିବେ।
ALSO READ: https://purvapaksa.com/heatwave-in-state-school-timings-changed/