ଇଣ୍ଡିଆ ବୁଲିଅନ୍ ଆସୋସିଏସନ୍ ର ସୂଚନା ଅନୁଯାୟୀ, ଆଜି ସକାଳ ୭ଟା ସୁଦ୍ଧା ଭାରତରେ ସୁନା ଦର ୧୦ ଗ୍ରାମ/ଭରି ପିଛା ୭୫,୨୧୦ ଟଙ୍କାକୁ ଖସିଆସିଛି। ଅକ୍ଟୋବର ୯ ରେ ସୁନା ଦର ୭୫,୦୬୦ ଟଙ୍କା ରହିଥିଲା। ଯାହାକି ସର୍ବନିମ୍ନ ଦର ରହିଥିଲା। ଅକ୍ଟୋବର ୨୩ତାରିଖରେ ଦର ୮୧,୫୦୦ ଟଙ୍କାକୁ ବୃଦ୍ଧି ପାଇଥିଲା।
ଅକ୍ଟୋବର ୩୧ରେ ଦାମ ପୂନର୍ବାର ହ୍ରାସ ପାଇ ୭୮,୬୭୦ ଟଙ୍କାରେ ପହଞ୍ଚିଥିଲା। ପାର୍ବଣ ଋତୁ ପରେ ଚାହିଦା ହ୍ରାସ ପାଇବା ପରେ ସୁନା ଦର ଯଥେଷ୍ଟ ହ୍ରାସ ପାଇଛି। ଆମେରିକା ନିର୍ବାଚନ ଫଳାଫଳ ପରେ ସୁନା ଦରରେ ସୁଧାର ଦେଖିବାକୁ ମିଳିଥିଲା । ବିଶ୍ୱ ବଜାରରେ ମଧ୍ୟ ଜିନିଷର ଚାହିଦା ହ୍ରାସ ପାଇଛି ଯାହା ସ୍ଥାନୀୟ ମୂଲ୍ୟକୁ ସିଧାସଳଖ ପ୍ରଭାବିତ କରିଛି । ବିଜ୍ଞାପନ ଚାହିଦା ଅନୁଯାୟୀ ହ୍ରାସ ଜାରି ରହିଛି।
ବିଶ୍ୱ ଦରବାରରେ ସୁନା ମୂଲ୍ୟ ହ୍ରାସ ପାଇ ୨,୬୨୪ ଡଲାରରେ ପହଞ୍ଚିଛି । ମଙ୍ଗଳବାର ଦିନ ସୁନା ଦର ରେକର୍ଡ ନିମ୍ନ ସ୍ତରରେ ପହଞ୍ଚିଥିଲା। ପ୍ରାୟତଃ ଏକ ସୁରକ୍ଷିତ ନିବେଶ ଭାବରେ ବିବେଚନା କରାଯାଉଥିବା ସୁନାର ଚାହିଦା ଏବଂ ମୂଲ୍ୟ ବିଶ୍ୱସ୍ତରୀୟ ଅନିଶ୍ଚିତତା ଏବଂ ବଢୁଥିବା ଭୂ-ରାଜନୈତିକ ସଂଘର୍ଷ ଯୋଗୁଁ ବୃଦ୍ଧି ପାଉଛି । ଗତ ଆମେରିକା ନିର୍ବାଚନର ଫଳାଫଳ ବିଶ୍ୱସ୍ତରୀୟ ପ୍ରସଙ୍ଗ ହୋଇଥିବାରୁ ଏହାର ସିଧାସଳଖ ପ୍ରଭାବ ସୁନା ଓ ଅନ୍ୟ ଦାମି ଧାତବ୍ୟ ଦ୍ରବ୍ୟ ଉପରେ ପଡ଼ିଥିଲା।
previous article: https://purvapaksa.com/swigy-ipo/

